ସ୍ବାଧୀନତା ସଂଗ୍ରାମୀ ଗୋକୁଳାନନ୍ଦ ମହାନ୍ତିକଂ ପୁଣ୍ଯତିଥି ପାଳିତ
୦୪/୧୨- ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରିୟସୀ.. ଯିଏ ନିଜ ଜନ୍ମଭୂମିକୁ ଯେତେ ଭଲ ପାଇଛି , ସିଏ ନିଜକୁ ସେତେ ଉତ୍ସର୍ଗିକୃତ କରିଛି ମାନବ ସମାଜ ପାଇଂ। ଏଭଳି ଏକ ପ୍ରତିଭାର ଗନ୍ତାଘର ଥିଲେ ସ୍ବାଧୀନତା ସଂଗ୍ରାମୀ ଗୋକୁଳାନଦ୍ ମହାନ୍ତି।ଆଜି ତାରିଖ ୦୪/୧୨/୨୦୨୫ ସକାଳ ୮ଟାରେ ଜିଲ୍ଲା ପ୍ରଶାସନଙ୍କ ତରଫରୁ ଭଦ୍ରକ ନିକଟସ୍ଥ ରାଜଘାଟ ପୋଲଠାରେ ଗୋକୁଳାନନ୍ଦ ମହାନ୍ତିଙ୍କ ପ୍ରତିମୂର୍ତ୍ତିରେ ମାଳ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଭଦ୍ରକ ଜିଲ୍ଲାର କୁଅଁସା ଗ୍ରାମରେ ଜନ୍ମଗ୍ରହଣ କରିଥିବା ଶ୍ରୀ ଗୋକୁଳାନନ୍ଦ ମହାନ୍ତି ମହାତ୍ମା ଗାନ୍ଧୀଙ୍କ ଆହ୍ୱାନ କ୍ରମେ ସ୍ୱାଧୀନତା ସଂଗ୍ରାମରେ ଝାଂସ ଦେଇ ୫ଥର କାରାବରଣ କରିଥିଲେ।

ସ୍ୱାଧୀନ ଭାରତରେ ସେ ଭଣ୍ଡାରୀ ପୋଖରୀ ବିଧାୟକ ଓ ବାଲେଶ୍ୱର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଗାନ୍ଧୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ନିଜ ଜୀବନକୁ ସମାଜ ଓ ଜନସାଧାରଣଙ୍କ ସେବାରେ ଉତ୍ସର୍ଗିକୃତ କରିଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଦିଲ୍ଲୀପ ରାଉତ୍ରାୟ ଏବଂ ଉପ-ଜିଲ୍ଲାପାଳ ଶ୍ରୀ କାର୍ତ୍ତିକ ନାଥ ମଣ୍ଡଳ ଉପସ୍ଥିତ ରହି ସ୍ୱାଧୀନତା ସଂଗ୍ରାମୀଙ୍କୁ ମାଳ୍ୟାର୍ପଣ କରିଥିବା ସହ ଗୋକୁଳାନନ୍ଦ ମହାନ୍ତିଙ୍କ ଦେଶ ଓ ଜାତି ପାଇଁ ଅବଦାନକୁ ସ୍ମରଣ କରି ଆମ ଓଡ଼ିଆ ଜାତି ଏଥିପାଇଁ ଗର୍ବ ଅନୁଭବ କରୁଛି ବୋଲି ଗୁରୁତ୍ୱାରୋପ କରିଥିଲେ।
