ସଖା ହେ ତୁମର
ପବିତ୍ର ବନ୍ଧନ
ଈଶ୍ବରଙ୍କ ବରଦାନ,
ଏ ସାରା ଜୀବନ
ଭଲ ପାଉଥିବି
ହୋଇ ବିଶ୍ୱାସ ଭାଜନ।
ଦୁଃଖର ତୀରଟେ
ତୁମକୁ ଆସିଲେ
ମୋ ହୃଦୟେ ବିଦ୍ଧ ହେଉ,
କୋହରେ ତୁମର
ସବୁ ଲୁହ ଆସି
ମୋ ଆଖିରୁ ବହିଯାଉ।
ତୁମେ ମୁଖେ ସଦା
ହସ ଦେଖୁଥିବି
ଚାହେଁନି ସମ୍ପଦ ଧନ,
ମନ ଚାହେଁ ମୋର
ସେନେହ ମମତା
ତୁମ ସୁଖ ଶାନ୍ତି ମାନ।
ଆପଦେ ବିପଦେ
ସୁଖ ସମ୍ପଦରେ
ହେବି ତୁମ ପାଖେ ଠିଆ,
କପିଳାସ ପୀଠେ
ଜାଗର ଜାଳିବି
ହେବେ ଶିବ ଶମ୍ଭୁ ସାହା।

ଗୋଲୋକବିହାରୀ ବେହେରା
ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ
ସରକାରୀ ଉଚ୍ଚ ବିଦ୍ୟାଳୟ
ଷଡ଼ଙ୍ଗୀ, ଢେଙ୍କାନାଳ
ମୋ: ୯୯୩୮୩୦୩୦୪୬

Leave a Reply

Your email address will not be published. Required fields are marked *