ସୁରେନ୍ଦ୍ର ସେଠୀଙ୍କୁ ନେତା କରିବା ପାଇଁ ବିଜେଡ଼ି କର୍ମୀଙ୍କ ବନ୍ଧୁମିଳନ
ସୁରେନ୍ଦ୍ର ସେଠୀଙ୍କୁ ନେତା କରିବା ପାଇଁ ବିଜେଡ଼ି କର୍ମୀଙ୍କ ବନ୍ଧୁମିଳନ,ବିଜେଡ଼ି ପକ୍ଷରୁ ଟିକେଟ ପ୍ରଦାନ ପାଇଁ କର୍ମୀଙ୍କ ଦାବି।କାକଟପୁର, ୧୪.୦୪(ଜ୍ଞାନ ରଞ୍ଜନ ବିଶ୍ଵାଳ)ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭୋଟର ଓ ପ୍ରାର୍ଥୀ ମାନଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଛି। ଚତୁର୍ଥ ପର୍ଯ୍ୟାୟରେ ଟିକେଟ ଘୋଷଣା ସରିଥିଲେ ମଧ୍ୟ କାକଟପୁର ଆସନ ପାଇଁ କୌଣସି ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇନାହିଁ।

ସବୁ ଦଳ ଅନ୍ୟ ଦଳର ନେତାଙ୍କ ଉପରେ ନଜର ରଖିଛନ୍ତି। ବିଶେଷ କରି ଶାସକ ବିଜେଡି ଦଳର ଗଡ଼ କୁହା ଯାଉଥିବା କାକଟପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡ଼ି ଟିକେଟ ପାଇଁ କସରତ ଜାରି ରହିଛି। ବିଜେପିରୁ ଆସି ରାତାରାତି ବିଜେଡିରେ ବିଧାୟକ ସାଜିଥିବା ତୁଷାରକାନ୍ତି ବେହେରାଙ୍କ ପ୍ରତି ଜନ ଅସନ୍ତୋଷ ବୃଦ୍ଧି ପାଇଛି। ଏନେଇ ତାଙ୍କୁ ଜନ ସାଧାରଣ ଚାହୁଁ ନାହାଁନ୍ତି। ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ଦୀର୍ଘ ବର୍ଷ ଧରି ସଙ୍ଗଠନ ଜାରି ରଖିବା ସହିତ ପ୍ରତି ଲୋକଙ୍କ ପ୍ରିୟ ହୋଇଛନ୍ତି। ତେଣୁ ତାଙ୍କ ପ୍ରତି ଲୋକପ୍ରିୟତା ବୃଦ୍ଧି ପାଇଛି। ତାଙ୍କୁ ପ୍ରାର୍ଥୀ କରିବାକୁ କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ ଓ ଅସ୍ତରଙ୍ଗ ବ୍ଳକ୍ ଅଧକ୍ଷା ଆରତୀ ନାୟକଙ୍କ ନେତୃତ୍ୱରେ କାକଟପୁର ନିର୍ବାଚନ ମଣ୍ଡଳୀର କୋଣାର୍କ ଏନଏସି, ଅସ୍ତରଙ୍ଗ, କାକଟପୁର ଓ ଗୋପ ବ୍ଳକ୍ ର ୪୫ ଗୋଟି ପଞ୍ଚାୟତର ୫୦ରୁ ଉର୍ଦ୍ଧ୍ବ ବିଜୟୀ ଜନ ପ୍ରତିନିଧି ଓ ୫୦୦ରୁ ଉର୍ଦ୍ଧ୍ବ ବିଶିଷ୍ଟ କର୍ମୀ ମାନେ କାକଟପୁର ଦେଉଳି ମଠ ଠାରେ ପବିତ୍ର ଓଡ଼ିଆ ନବବର୍ଷ ଅବସରରେ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସମସ୍ତେ ପୁର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ଙ୍କୁ ପ୍ରାର୍ଥୀ ଭାବେ ଦେଖିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ତାଙ୍କୁ ପ୍ରାର୍ଥୀ କରାଗଲେ ବିଜେଡ଼ି ବିପୁଳ ପରିମାଣରେ ବିଜୟ ହେବା ସହ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇପାରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି।
