ବରିଷ୍ଠ ଉପ -ବିଭାଗ ଅଧିକାରୀଙ୍କ ବନ୍ଧୁ ମିଳନ
ଚିକିଟି, 22/2( ):ଚିକିଟିପେଣ୍ଠ ମୁକ୍ତାଦେବୀ ଠାକୁରାଣୀ ମନ୍ଦିର ପରିସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯାଳୟର ବରିଷ୍ଠ ଉପ- ବିଭାଗ ଅଧିକାରୀ ଅଶୋକ ମିଶ୍ର ବନ୍ଧୁମିଳନର ଆୟୋଜନ କରିଥିଲେ l ଏହି ଅବସରରେ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବସନ୍ତ କୁମାର ପଣ୍ଡା, ଗୋଷ୍ଟୀ ଶିକ୍ଷା ଅଧିକାରୀ ପନ୍ନଗ ଭୂଷଣ ମାଝୀ,ଏ ବି ଓ ତ୍ରିନାଥ ମଳିକ, ମେଘନାଦ ବେହେରା,ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ନୃସିଂହ ସାମଲ, ଏ. ରାଜେଶ୍ୱରୀ, ଅବସର ପ୍ରାପ୍ତ ଅତିରିକ୍ତ ଗୋଷ୍ଟୀ ଶିକ୍ଷା ଅଧିକାରୀ ପ୍ରଭଞ୍ଜନ ପଣ୍ଡା, ଗୋକୁଳ ଚନ୍ଦ୍ର ପଣ୍ଡା, ଭୁବନାନନ୍ଦ ବେହେରା,ସିମାଞ୍ଚଳ ପଣ୍ଡା, ବରିଷ୍ଠ କିରାଣୀ ସତ୍ୟ ନାରାୟଣ ପଣ୍ଡା, ଶ୍ରୀମତୀ ରିତାରାଣୀ ଦାସ ଙ୍କ ସମେତ ବ୍ଲକର ସମସ୍ତ ସି ଆର ସି ସି, ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଉପସ୍ଥିତ ରହି ଆଉ ଅଳ୍ପ ଦିନ ମଧ୍ୟରେ ଅବସର ଗ୍ରହଣ କରିବାକୁ ଯାଉଥିବା ଉପ – ବିଭାଗ ଅଧିକାରୀଙ୍କ 38 ବର୍ଷ ର ନିଷ୍କଳଙ୍କ କାର୍ଯକଳାପ, ମିଷ୍ଟଭାଷୀ ଓ ସମୟାନୁବର୍ତ୍ତିତl ଉପରେ ଆଲୋକପlତ କରିଥିଲେ l ଶେଷରେ ଏହି ଆୟୋଜକଙ୍କ ଚାକିରିକାଳ ଭିତରେ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ଓ କାର୍ଯାଳୟରେ କାର୍ଯ୍ୟକରୁଥିବା ବେଳେ ଥିବା ସମସ୍ତ କର୍ମକର୍ତ୍ତା, ହିତାକାଂକ୍ଷୀଙ୍କୁ ମନେ ରଖି ଏହି ବନ୍ଧୁମିଳନ ଆୟୋଜନ କରିଥିବାରୁ ଧାନଘର ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ସୁଦୀପ୍ତ କୁମାର ପଟ୍ଟନାୟକ ସାଧୁବାଦ ଜଣାଇଥିଲେ l
