ବନ୍ଧୁତ୍ୱ ପୂର୍ଣ୍ଣ ରାତ୍ରୀ କାଳୀନ କ୍ରିକେଟ ମ୍ୟାଚ୍ ରେ ଜି.ଏସ୍‌.ଟି. ବିଭାଗ ଚମ୍ପିୟାନ

ବ୍ୟାସନଗର: ଯାଜପୁର ଜିଲ୍ଳା ଟ୍ୟାକ୍ସ ବାର୍ ଏବଂ ସିଟି ଏଣ୍ଡ ଜିଏସଟି ଯାଜପୁର ରେଞ୍ଜ ମଧ୍ୟରେ ଏକ ରାତ୍ରୀକାଳୀନ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ବୁଧବାର ଧବଳଗିରି ସ୍ଥିତ କାର୍ଯ୍ୟଳୟ ପଡିଆ ରେ ଅନୁଷ୍ଟିତ ହୋଇ ଯାଇଛି। ପ୍ରଥମ କରି “ଟ୍ୟାକ୍ସ କପ୍” ହେଉଥିବା ମ୍ୟାଚ୍ କୁ ବିଭାଗ ର ଅତିରିକ୍ତ କମିସନର ଶ୍ରୀଯୁକ୍ତ ସତ୍ୟ ନାରାୟଣ ପଣ୍ଡା ଉଦଘାଟନ କରିଥିଲାବେଳେ ଓକିଲ ଦଳ କ୍ୟାପଟେନ ସଭାପତି ବିବେକାନନ୍ଦ ମହାନ୍ତି ଏବଂ ଜି.ଏସ୍‌.ଟି. ବିଭାଗ କ୍ୟାପଟେନ ଯୁଗ୍ମ କମିସନର ଲାଲ ବାହାଦୁର ବିଶ୍ଵାଳ ଙ୍କ ନେତୃତ୍ଵ ରେ ଏକ ସୁନ୍ଦର ଓ ମନୋଲୋଭା ପଡ଼ିଆରେ ସଭ୍ୟ ମାନେ ଖେଳିଥିଲେ। ୧୫ ଓଭର୍ ମ୍ୟାଚ ବିଶିଷ୍ଟ ଖେଳରେ ପ୍ରଥମେ ଜି.ଏସ୍‌.ଟି. ବିଭାଗ ଟସ୍ ଜିଣି ବ୍ୟାଟିଂ କରିଥିବା ବେଳେ ଆଠ ୱିକେଟ ହରାଇ ସତ୍ୟ ରଞ୍ଜନ ପରିଡ଼ା ଙ୍କ ବ୍ୟକ୍ତିଗତ ୮୨ ରନ ସହାୟତା ରେ ଦଳ ୨୨୨ ରନ ସଂଗ୍ରହ କରି ଏକ ବିଶାଳ ସ୍କୋର କରିଥିଲେ। ଓକିଲ ସଙ୍ଘ ତରଫରୁ ସର୍ବାଧିକ ମହାମାୟା ପ୍ରତାପ ସ୍ଵାଇଁ ତିନି ୱିକେଟ ହାସଲ କରିଥିଲେ ଏବଂ ସମୀର ମାହାନ୍ତି, ସତ୍ୟମ୍ ମହାପାତ୍ର। ଉତ୍ତର ରେ ଟିକସ ଓକିଲ ସଂଘ ପ୍ରାରମ୍ଭରୁ ବିପର୍ଯୟ ସମ୍ମୁଖୀନ ହୋଇ ୯ୱିକେଟ ହରାଇ ସମୁଦାୟ ୧୨୬ ରନ କରିବାରେ ସକ୍ଷମ ହୋଇ ରନର୍ସ କପ୍ ରେ ସନ୍ତୁଷ୍ଟ ହୋଇଥିଲେ। ଚାମ୍ପିଅନ ସିଟି ଏଣ୍ଡ ଜିଏସଟି ପ୍ରଥମ ଟ୍ୟାକ୍ସ କପ୍ ହାସଲ କରି ଅତିଥିଙ୍କ ଠାରୁ କପ୍ ଗ୍ରହଣ କରିଥଲେ। ସୁନ୍ଦର ବ୍ୟାଟିଂ ନିମନ୍ତେ ସତ୍ୟ ରଞ୍ଜନ ପରିଡ଼ା ଙ୍କୁ, ସୁନ୍ଦର ବୋଲିଂ ନିମନ୍ତେ ମହାମାୟା ପ୍ରତାପ ସ୍ଵାଇଁ ଏବଂ ଅଲ୍ ରାଉଣ୍ଡର ଖେଳାଳୀ ନିମନ୍ତେ ସୌମ୍ୟ ରଞ୍ଜନ ସ୍ବାଇଁ ଙ୍କୁ ଟ୍ରଫି ଦିଆହେଇଥିଲା। ଖେଳ ରେ ବିଦ୍ୟାଧର ମହାନ୍ତି ଏବଂ ସୁରଜ୍ କୁମାର୍ ଜେନା ଅମ୍ପିଏୟାର ଏବଂ ଅମ୍ରିତା ପଟ୍ଟନାୟକ ଓ ବିଶ୍ୱ ଭୋଇ ପରିଚାଳନା କରିଥଲେ। ଓକିଲ ସଂଘ ପକ୍ଷରୁ ବରିଷ୍ଠ ସଭ୍ୟ ପ୍ରଫୁଲ୍ଲ କୁମାର ସାମଲ, ସମ୍ପାଦକ ଧନେଶ୍ଵର ବାରିକ, ଉପସଭାପତି ସସ୍ମିତା ସ୍ୱାଇଁ, ଅଶୋକ କୁମାର ଶର୍ମା, ଅଜୟ କୁମାର ବିଶ୍ବାଳ, ଦିପୁ ବାରିକ, ହେମନ୍ତ କୁମାର ପଥାଳ, ଦୂର୍ବଦଲ ବସୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥଲେ। ଏଇଭଳି ବନ୍ଧୁତ୍ୱ ପୂର୍ଣ୍ଣ ଖେଳ ପ୍ରଥମ କରି ଆୟୋଜନ କରିଥିବାରୁ ଅଟିରିକ୍ତ ଆୟୁକ୍ତ ସତ୍ୟନାରାୟଣ ପଣ୍ଡା ଙ୍କୁ ସମସ୍ତେ ଭୂୟସୀ ପ୍ରଶଂସା କରିଥିଲେ।

Leave a Reply

Your email address will not be published. Required fields are marked *