ସ୍ବାମୀ ବିବେକାନନ୍ଦ ସ୍ମାରକ ମହାବିଦ୍ୟାଳୟ, ଜଗତସିଂହପୁର ର ୭୫ମସିହା ସ୍ନାତକ ଶ୍ରେଣୀ ର ପାକ୍ତନ ଛାତ୍ର/ଛାତ୍ରୀ ଙ୍କର ବନ୍ଧୁ ମିଳନ
Date- 16/02/26 ଜଗତସିଂହପୁର ସ୍ଥିତ ସ୍ବାମୀ ବିବେକାନନ୍ଦ ସ୍ମାରକ ମହାବିଦ୍ୟାଳୟ ର ୭୫ମସିହା ସ୍ନାତକ ଶ୍ରେଣୀ ର ପାକ୍ତନ ଛାତ୍ର/ଛାତ୍ରୀ ମାନଂକର ୫୧ବର୍ଷ ପରେ ଏକ ବଂଧୁମିଳନ ଢିଅସାହୀ ତୁଳସୀଗାଦୀ ପୀଠରେ ଅନୁଷ୍ଠିତ ହୋଇ ଯାଇଛି । ଜ୍ୟୋତିଷ ଚନ୍ଦ୍ର ଦାସଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ପ୍ରାକ୍ତନ ଅଧ୍ଯାପକ ସର୍ବ ଶ୍ରୀ ବ୍ରଜ ସୁନ୍ଦର ମିଶ୍ର, ହରେକୃଷ୍ଣ ନନ୍ଦ, ନାରାୟଣ ଚୌଧୁରୀ, ପୁର୍ଣ୍ଣ ଚନ୍ଦ୍ର ଦାଶ ଙ୍କୁ ସଂବର୍ଦ୍ଧିତ କରାଗଲା। କାର୍ଯ୍ୟକ୍ରମର ଇତିବ୍ରୁତି ସମପର୍କରେ ଦିନବଂଧୁ ଦାଶ ସୂଚନା ଦେଇଥିବା ବେଳେ ଶାନ୍ତି ମହାନ୍ତି ସ୍ୱାଗତସଂଗୀତ ଓ ବୈକୁଣ୍ଠ ମହାପାତ୍ର ବୟସ୍କ ନାଗରିକମାନଙ୍କ ଉଦ୍ଦେଶ୍ଯ ରେ ଏକ ଗୀତ ଗାଇ ଥିଲେ । ପ୍ରାରମ୍ଭରେ ଉତ୍କଳ ମହାନ୍ତିଙ୍କ ପରିଚାଳନା ରେ ଏକ ବ୍ରୁକ୍ଷ ରୋପଣ କାର୍ଯ୍ୟ ଅନୁଷ୍ଠିତ ହେଇଥିଲା। ସମସ୍ତ ବଂଧୁ ମାନେ ସ୍ୱପରିଚିତ ଦେବା ବେଳେ ୫୧ବର୍ଷ ତଳେ ସେଦିନର ତରୁଣ ତରୁଣୀ ମାନେ ଆଜି ବୟସର ସାୟାହ୍ନରେ ଏକ୍ ଜୁଟ୍ ହୋଇ ପାରିଥିବାରୁ ଭାବବିହ୍ୱଳ ହେଇ ଯାଉଥିଲେ। ପ୍ରଥମେ ଦିଗବନ୍ତ ଗୁରୁଜୀ ଓ ଶିକ୍ଷାର୍ଥୀ ମାନଙ୍କ ଉଦ୍ଦେଶ୍ଯ ରେ ନୀରବ ପ୍ରାର୍ଥନା କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମ କୁ ସର୍ବଶ୍ରୀ ଦେବୀ ଚୌଧୁରୀ, ଗୟା ପ୍ରସାଦ ଦାସ, ଶ୍ରୀକାନ୍ତ ଚୌଧୁରୀ, ଦିଲ୍ଲୀପ ଦାସ, ଅନ୍ଜନ ପଟ୍ଟନାୟକ, ରାଜଲକ୍ଷ୍ମୀ ପରୀଜା ପ୍ରତୀମା ସାସ୍ମଲ , ମ୍ରୁଣ୍ମୟୀ ପରୀଡା ପ୍ର, ସୁବୋଧ ନାୟକ ପ୍ରମୁଖ ପରିଚାଳନା କରିଥିଲେ। ୬୦ ଜଣ ପ୍ରାକ୍ତନ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାର ଏମିତି ହୋଇ ୧୦୦ଜଣ ବ୍ଯକ୍ତି ଯୋଗଦେଇ ଥିଲେ। ଦିପ୍ତୀ ଭାନୁ ଦାଶଙ୍କ ସଂପାଦନାରେ ପ୍ରକାଶିତ ପାକ୍ଷିକ ପତ୍ରିକା ‘ଆଦି’ ଉନ୍ମୋଚିତ ହୋଇ ଥିଲା। ପ୍ରତିବର୍ଷ ଏମିତି ଚିତାକର୍ଷକ ବଂଧୁମିଳନ ବିଭିନ୍ନ ସ୍ଥାନ ରେ ଚାଲିବ ବୋଲି ସମସ୍ତ ଙ୍କ ସହମତିରେ ନିଷ୍ପତ୍ତି ନିଆ ଯାଇଥିଲା ।
