ନିର୍ବାଚନ ପରେ ବନ୍ଧୁ ମିଳନ ।
କନ୍ଧମାଳ, ଫୁଲବାଣୀ ତା ୩୦/୦୧/୨୦୨୬ ଫୁଲବାଣୀ ର ସମସ୍ତ ଗଣମାଧ୍ୟମ କାର୍ଯ୍ୟାଳୟର ପ୍ରତିନିଧି ମାନଙ୍କୁ ନେଇ ଭଏସ୍ ଓଏଫ୍ ମିଡ଼ିଆ ର ସଭାପତି ଶ୍ରୀ ସିବ।ନନ୍ଦ ପଟ୍ଟନାୟକ,ମିଡ଼ିଆ ଫରମ୍ ସଭାପତି ଶ୍ରୀ ସୂର୍ଯ୍ୟ ନାରାୟଣ ବେହେରାଙ୍କ ନେତୃତତରେ ଫୁଲବାଣୀ ର ୨୫ ଜଣରୁ ଉର୍ଦ୍ଧ ଆଗ ଧାଡ଼ିର ସାମ୍ବାଦିକ ମାନଙ୍କୁ ନେଇ ସ୍ଥାନୀୟ ଗୁଦ।ରି ଏରୁଡ଼ମ ପଡ଼ିଆରେ ଏକ ସୁନ୍ଦର ଭୋଜି ର ଆୟଜନ କରାଯାଇଥିଲା । ଏହିଠାରେ ପ୍ରେସ କ୍ଲୋବ୍ ରୁ ନୂତନ ଭାବେ ନିର୍ବାଚିତ ହୋଇଥିବା ସାଧାରଣ ସମ୍ପାଦକ ତ୍ରିନାଥ ସାହୁ, ଉପ ସଭାପତି ପ୍ରଶାନ୍ତ ପଣ୍ଡା,ଓ ସହ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ ଙ୍କୁ ସମ୍ମାନିତ କରିଥିବା ବେଳେ ଉପସ୍ଥିତ ଥିବା ସମସ୍ତ ସାମ୍ବାଦିକ ତଥା- ବରିଷ୍ଟ ସାମ୍ବାଦିକ ଗୋପାଳ କୃଷ୍ଣ ପଟ୍ଟନାୟକ, ଫିଲ୍ ମହନ ନାୟକ, ସୁବାସ ଚନ୍ଦ୍ର ପ୍ରଧାନ, ସନ୍ତୋଷ ଦିଗାଲ, ଅଶୋକ ପରିଡ଼ା,ଅଜିତ୍ ମହାରଣା, ଶିବାନନ୍ଦ ପଟ୍ଟନାୟକ, ସତ୍ୟନାରାୟଣ ବେହେରା, ବୈଦ୍ୟନାଥ ବେହେରା,ଆଦିତ୍ୟ ତ୍ରିପାଠୀ, ଟୁକୁ ଦାସ, ପ୍ରଶାନ୍ତ ଜେନା, ଖୀରଦ ସାହାଣୀ, ସୁଧୀର ମହାରଣା, ଅଚ୍ୟୁତ ସେଠୀ, ଦାରୁଣ ବେହେରା, ଲଳିତ ମଲ୍ଲିକ, ଅମ୍ବୁଜ ବେହେରା, ସୌମ୍ୟରଞ୍ଜନ ଓ ଅନ୍ୟମାନେ ଉପସ୍ଥିତ ସମସ୍ତ ସାମ୍ବାଦିକ ମାନଙ୍କୁ ଶିବାନନ୍ଦ ପଟ୍ଟନାୟକ,ଓ ସ୍ୟୁର୍ଯ୍ୟ ନାରାୟଣ ବେହେରା ଉତରୀୟ ଦେଇ ସମ୍ମାନିତ କରିଥିଲେ ।ପରେ ପରେ ଶ୍ରୀ ଶିବାନନ୍ଦ ପଟ୍ଟନାୟକ ସମସ୍ତଙ୍କୁ ମିଠା ଖୁଆଇ ସ୍ବାଗତ କରିଥିଲେ । ଶ୍ରୀ ପଟ୍ଟନାୟକ କହିଥିଲେ କି କନ୍ଧମାଳ ଜିଲ୍ଲା ର ସମସ୍ତ ଗଣମାଧ୍ୟମ ପ୍ରତିନିଧି ଜିଲ୍ଲା ବିଭିନ୍ନ ସମସ୍ୟା ଯଥା- ପାଣି, ବିଜୁଳି, ରାସ୍ତା ଘାଟ, ଗମନ। ଗମନ କିପରି ଭାବରେ ଜିଲ୍ଲା ର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ପହଞ୍ଚି ପାରିବ ଓ ଜିଲ୍ଲାରେ ସମସ୍ତ ଜସାଧାରଣ ଙ୍କ ଜାଗାବାଡି ସମସ୍ୟା କିପରି ସମାଧାନ ହୋଇପାରିବ ନିଜ ଲିଖନି ମାଧ୍ୟମରେ ପ୍ରଶାସନ ନଜରକୁ ଆଣି ଜିଲ୍ଲାର ଉନ୍ନତି ଦିଗରେ କାମ କରିବା ପାଇଁ ସମସ୍ତଙ୍କୁ ପ୍ରବତାଇଥିଲେ ।
