ପବିତ୍ର ଅକ୍ଷୟ ତୃତୀୟା ରେ ଶତାଧିକ ଯୁବକ ଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ

ପବିତ୍ର ଅକ୍ଷୟ ତୃତୀୟା ରେ ଶତାଧିକ ଯୁବକ ଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ

କୋରେଇ, ୩୦/୦୪ : ପବିତ୍ର ଅକ୍ଷୟ ତୃତୀୟା ତଥା ମହାପ୍ରଭୁଙ୍କ ପବିତ୍ର ଚନ୍ଦନ ଯାତ୍ରା ତଥା ରଥ କାଠ ଶୁଭ ଅନୁକୂଳ ସହ ଆଜି କୃଷକ ମଧ୍ୟ କ୍ଷେତରେ ଚାଷ କାର୍ଯ୍ୟ ଅନୁକୂଳ କରି ଅଖି ମୁଠି କରିଥାଏ l ଏହି ଦିନରେ ସମସ୍ତ ଶୁଭ କାର୍ଯ୍ୟ ଆରମ୍ଭ କରାଯାଏ ବୋଲି ବିଶ୍ୱାସ ରହିଛି l ଏହି କ୍ରମରେ ଆଜି ଯାଜପୁର, ସନ୍ତରା ସ୍ଥିତ ଇସ୍କନ ମନ୍ଦିର ପ୍ରାଙ୍ଗଣରେ କୋରେଇ ଓ ବ୍ୟାସନଗର ଅଂଚଳର ଶତାଧିକ ଯୁବକମାନଙ୍କୁ ଯୁବନେତା ବିକ୍ରମ ବିଶ୍ୱାଳ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ l ପ୍ରଥମେ ପାହାଳଗାଁ ରେ ଆତଙ୍କବାଦ ଆକ୍ରମଣରେ ମୃତକଙ୍କ ଅମର ଆତ୍ମାର ସଦଗତି ଉଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା l “ଅକ୍ଷୟ ରହୁ, ଆମ ବନ୍ଧୁତା, ବଜାୟ ରହୁ, ରାଷ୍ଟ୍ରିୟ ଏକତା” ର ସ୍ଲୋଗାନ ନେଇ ଆଜିର ଏହି ବୈଠକ ଆଲୋଚନା ହୋଇଥିଲା l ହିନ୍ଦୁତ୍ୱ, ବନ୍ଧୁତା ଓ ଭାଇଚାରା ଓ ସମ୍ପର୍କର ସେତୁ ଦୀର୍ଘ ଦିନର ବୋଲି ଯୁବନେତା ବିକ୍ରମ ବିଶ୍ୱାଳ ମତ ପୋଷଣ କରିବା ସହ ରାଷ୍ଟ୍ର ହିତ ଓ ଯୁବକମାନଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟକ୍ରମ ଜାରି ରହିବ ବୋଲି କହିବା ସହ କୋରେଇର ଉନ୍ନତି ପାଇଁ ବିକାଶମୂଳକ କାର୍ଯ୍ୟକୁ ସ୍ୱାଗତ ଓ ଅନ୍ୟାୟ, ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଲଢେଇ ଜାରି ରହିବ ବୋଲି ମତ ଦେଇଥିଲେ l ଦୀର୍ଘ ଦିନର ନୀରବତା ଆଜି ବନ୍ଧୁମିଳନ ଆଳରେ ଶକ୍ତି ପ୍ରଦର୍ଶନ କରି ଅକ୍ଷୟ ତୃତୀୟା ରେ ସଂଗଠନ ଅନୁକୂଳ କଲେ ବୋଲି ଚର୍ଚ୍ଚା ହେଉଛି l ଏହି ବୈଠକରେ କୋରେଇ ବଜରଙ୍ଗ ଦଳର ସଂଯୋଜକ ବଙ୍ଗନ ଖିଲାର, ଲଲାଟେନ୍ଦୁ ନାୟକ, ଶଶୀ ଭୂଷଣ ସେନାପତି, ଯୁବନେତା ଅମ୍ଲାନ ସାହୁ, ବ୍ୟାସନଗରର ଆଶିଷ ଦାସ, ବାପୁନି ସାହୁ, ସିଦ୍ଧାର୍ଥ ବିଶ୍ୱାଳ, ସୁରେନ୍ଦ୍ର କୁଅଁର, ଦେବାଶିଷ ପାଣିଗ୍ରାହୀ, ବୁଲୁ ପଣ୍ଡା, ଆଶୁତୋଷ ପଲେଇ, ଅଶ୍ୱିନୀ ସାହୁ, ବିକି ସ୍ୱାଇଁ, ଆଶିଷ ଦାସ, ରାଉତ, ପ୍ରଶାନ୍ତ ସାହୁ, ପଦ୍ମନାଭ ବିଶ୍ୱାଳ, ଆଲୋକ କର, ପୂର୍ଣଚନ୍ଦ୍ର ସ୍ୱାଇଁ, ପିଙ୍କନ ରାଉତ, ଅଜିତ ମଲ୍ଲିକ, ରବୀନ୍ଦ୍ର ଦାସ, ସ୍ମୃତିରଞ୍ଜନ ସ୍ୱାଇଁ, ମୁନା ବଳ, ରାହୁଲ ବିଶ୍ୱାଳ, ଅଭୟ ବିଶ୍ୱାଳ, ବିକାଶ ବେହରା, ଜିତେନ୍ଦ୍ର ପାଢ଼ୀ, ଦିବାକର ବିଶ୍ୱାଳ, ବିଶ୍ୱନାଥ ଦାସ, ସୁମନ ସାହୁ, ଶୁଭ୍ରାଂଶୁ ନାୟକ, ସୁନୀଲ ପଥାଳ, ଦିଲ୍ଲୀପ ବିଶ୍ୱାଳ, ପ୍ରଶାନ୍ତ ରାଉତ, ସିପୁନ ବେହେରା, ଦୀପ୍ତି ରାଉତ ପ୍ରମୁଖ ଶତାଧିକ ଯୁବକ ଉପସ୍ଥିତ ରହି ନିଜ ନିଜର କଥା ରଖିଥିଲେ l

Leave a Reply

Your email address will not be published. Required fields are marked *