ପୁରୀ ଜିଲ୍ଲା ସ୍କୁଲ ୨୦୦୦ବ୍ୟାଚ ର ବନ୍ଧୁ ମିଳନ

ପୁରୀ ଜିଲ୍ଲା ସ୍କୁଲ ୨୦୦୦ବ୍ୟାଚ ର ବନ୍ଧୁ ମିଳନ,୨୫ତମ ରୋପ୍ୟ ଜୟନ୍ତୀ* ପୁରୀ ଜିଲ୍ଲା ସ୍କୁଲ ୨୦୦୦ ବ୍ୟାଚ ଗ୍ରୁପ ତରଫରୁ ୨୫ତମ ବାର୍ଷିକ ଉଛବ ଧୁମ ଧାମ ରେ ପାଳନ କରାଯାଇଛି,ପ୍ରତି ବର୍ଷଏହି ଉଛବ ପାଳନ କରାଯାଏ କିନ୍ତୁ ଚଳିତ ବର୍ଷ ମିଳିତ ଉଦ୍ୟମ ରେ ପୁରୀ ଜିଲ୍ଲା ସ୍କୁଲ ର ଛାତ୍ର ଛାତ୍ରୀ ହୋଇଥିବା ହେତୁ ପୁରୀ ଜିଲ୍ଲା ସ୍କୁଲ ର ପ୍ରାଙ୍ଗଣରେ କରବା ପାଇଁ ଇଚ୍ଛା ପ୍ରକାଶ କରାଯାଇ ସ୍କୁଲ ର ପ୍ରଧାନ ଶିକ୍ଷକ ଙ୍କ ମିଳିତ ଉଦ୍ୟମ ରେ ଆଜି ୨୧/୧୨ରେ ଏହି ଉଛବ ପାଳନ କରାଯାଇଥିଲା, ଏହି ୨୫ତମ ବାର୍ଷିକ ଉଛବ ରେ ମୁଖ୍ୟ ଅତିଥି ଶ୍ରୀ ଯୁକ୍ତ ରାଜ କିଶୋର ପାତ୍ର, ଯୋଗ ଦେଇଥିବା ବେଳେ, ପୂର୍ଵତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁଧାକର ମହାପାତ୍ର,ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମହାପାତ୍ର, ଶ୍ରୀଯୁକ୍ତ ଭାବଗ୍ରାହୀ ରାଉତରାୟ, ଶ୍ରୀମତୀ ରାଜଲଷ୍ମୀ ମିଶ୍ର, ଶ୍ରୀମତୀ ଉମାଦେବୀ, ଓ

ବର୍ତମାନ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଶ୍ୱଜିତ ବାନାର୍ଜୀ, ଅରୁଣ ଭତ୍ତାଚାର୍ଜ୍ୟ ପ୍ରମୁଖ ଉପସ୍ଥିତ ଥିବା ବେଳେ, ସଂଯୋଜକ ଭାବରେ ଶ୍ରୀଯୁକ୍ତ ସନ୍ତୋଷ କୁମାର ସେଠି, ଶ୍ରୀଯୁକ୍ତ ମହେଶ ପ୍ରସାଦ ମହାନ୍ତି, ଶ୍ରୀଯୁକ୍ତ ସତ୍ୟବ୍ରତ ନାୟକ, ଶ୍ରୀମତୀ ରଶ୍ମିତା ନାୟକ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ l

Leave a Reply

Your email address will not be published. Required fields are marked *