ଗୁରୁ ପୂଜନ ଓ ବନ୍ଧୁ ମିଳନ ଉତ୍ସବ – ୨୦୨୫

*ଗୁରୁ ପୂଜନ ଓ ବନ୍ଧୁ ମିଳନ ଉତ୍ସବ – ୨୦୨୫ lଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମେଶ୍ରୀ ଗୁରବେ ନମ ନମଃ lଏହି କାର୍ଯ୍ୟକ୍ରମ ରେ ସୁଖଲତା ସ୍ମୃତି ଉଚ୍ଚ ବାଳିକା ବିଦ୍ୟାଳୟର ପୁରାତନ ଛାତ୍ରୀ ବୃନ୍ଦ ମାନଙ୍କ ଦ୍ଵାରା ଏକ ନିଆରା କାର୍ଯ୍ୟକ୍ରମ ସ୍ଥାନୀୟ ଅନନ୍ୟା ରେସୋର୍ଟ ଭି ଆଇ ପି ରୋଡ ପୁରୀ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଗୁରୁ ପୂଜା ଗୁରୁ ବନ୍ଦନା ଉତ୍ତରୀୟ ପ୍ରଦାନ, ପୁଷ୍ପ ଗୁଚ୍ଛ ଉପହାର ପ୍ରଦାନ କରାଯାଇଅଛି। କାର୍ଯ୍ୟକ୍ରମରେ କୁନି ବାଳିକା ଙ୍କ ସ୍ନେହା ସୁବର୍ଣ୍ଣl ଦେବତା ଙ୍କ ପରିବେଷିତ ଗୁରୁଙ୍କୁ ଅର୍ପିତ ଓଡ଼ିଶୀ ନୃତ୍ୟ l (ଗୁରୁବ୍ରହ୍ମା ଗୁରୁ ବିଷ୍ଣୁ) ଅତ୍ୟନ୍ତ ମନମୁଗ୍ଧ କରଥିଲା। ପରେ ଗୁରୂମା ମାନଙ୍କ ମୁଖରୁ ଛାତ୍ରୀ ମାନଙ୍କ ନିମନ୍ତେ ଆଶିଷ ଉପଦେଶ ଭରା ଭାଷଣ ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଥିଲା।

ଗୁରୁଦିବସ ପବିତ୍ର ଦିବସ ଏହି ଦିବସ ଆପଣ ଯେ କୌଣସି ସ୍ଥାନ କାଳ ପାତ୍ରର ଏଭଳି ଏକ କାର୍ଯ୍ୟକ୍ରମ ସମାଜର ସମସ୍ତ ବର୍ଗର ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ଏକ ମହତ୍ ବାର୍ତ୍ତା ଥିଲା। ଗୁରୁ ପୂଜା କରିବା କେବଳ ବିଦ୍ୟା ଗୁରୁ ହିଁ ଗୁରୁ ନୁହେଁ ଆମ୍ଭେ ଜୀବନ ପଥରେ ଯାହା ଠାରୁ କିଛି ବି ଶିକ୍ଷା ପାଇଥାଉ ସେ ଆମ୍ଭର ଗୁରୁ ଅଟେ ସମସ୍ତ ଗୁରୀମା ବୃନ୍ଦ ଯଥା – ଅପୂପମା ଗୁରୁମା ଜଲି ଗୁରୁମା ଜୟନ୍ତୀ ଗୁରୁମାଶରତ ଗୁରୁମା ଶୈଳ ଗୁରୁମା ବିଷ୍ଣୁ ପ୍ରିୟା ଗୁରୁମା ପ୍ରଫୁଲ୍ଲ ଭାଇପୂର୍ଣ୍ଣ ଭାଇ ଉପସ୍ଥିତି ହୋଇଥିଲେକାର୍ଯ୍ୟକ୍ରମ ରେ ସ୍ବାଗତ ଭାଷଣ ବିନୋଦିନୀ ଖୁଣ୍ଟିଆ, ମଞ୍ଚ ପରିଚାଳନା ପ୍ରତିମା ରଥ ଏବଂ ପୁରାତନ ଜ୍ୟେଷ୍ଠ କନିଷ୍ଠ ଛାତ୍ରୀ ମାନଙ୍କ ସହଯୋଗ କ୍ରମେ ସମ୍ପର୍ନ୍ନ ହୋଇଥିଲା। ଶେଷରେ ଛାତ୍ରୀ ଭୁବନେଶ୍ୱରି ଭୁଇୟା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *