୧୯୯୯ ମସିହା ମେଟ୍ରିକ ବ୍ୟାଚ ର ବନ୍ଧୁ ମିଳନ
ତିର୍ତ୍ତୋଲ:-ତିର୍ତ୍ତୋଲ ବ୍ଲକ ଅଧିନସ୍ଥ କୋଲର ପଞ୍ଚାୟତ ର ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ, କୋଲର-ଯଇପୁର ପରିସରରେ ସେହି ବିଦ୍ୟାଳୟ ୧୯୯୯ ମସିହା ମେଟ୍ରିକ୍ ବ୍ୟାଚ ର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କିଛି ଛାତ୍ର ବିଦ୍ୟାଳୟର ସେହି ଦିନର କିଛି ସହପାଠୀ ମାନଙ୍କୁ ଯୋଗାଯୋଗ କରି ଏକତ୍ରିତ କରିଥିଲେ । ଚଳିତ ବର୍ଷ ଏହି ବନ୍ଧୁ ମିଳନ କରିବାରେ କିଛି ଛାତ୍ରଙ୍କ ଭିତରୁ ପ୍ରମୁଖ ଭୂମିକା ନେଇଥିବା ବେଳେ ସମସ୍ତେ ନିଜର ବାଲ୍ୟ ବନ୍ଧୁ ମାନଙ୍କ ସହିତ ଏକତ୍ରିତ ହେବା ପାଇଁ ସହମତି ପ୍ରକାଶ କରିବା ପରେ ସମସ୍ତ ବନ୍ଧୁ ମାନେ ମିଳିତ ଭାବେ ଚଳିତ ବର୍ଷ ୧୯୯୯ ମେଟ୍ରିକ୍ ବ୍ୟାଚ୍ ର ସାଙ୍ଗ ମାନଙ୍କୁ ଏକଜୁଟ କରିବାରେ ସକ୍ଷମ ହୋଇଥିଲେ । ଏହା ଭିତରେ ଚାଲିଥିଲା ଭୋଜି ଭାତ ର ଆୟୋଜନ। ଏହି ବନ୍ଧୁ ମିଳନ କର୍ଯ୍ୟକର୍ମ ରେ ୧୯୯୯ ମେଟ୍ରିକ୍ ବ୍ୟାଚ୍ ର ପ୍ରାୟ ସମସ୍ତ ସାଙ୍ଗ ମାନେ ସପରିବାର ଯୋଡି ହୋଇଥିଲେ । ଏହାପରେ ଆରମ୍ଭ ହୋଇଥିଲା ବନ୍ଧୁ ମିଳନ କାର୍ଯ୍ୟକ୍ରମ | ବହୁଦିନ ପରେ ନିଜର ପୁରୁଣା ବନ୍ଧୁ ମାନଙ୍କୁ ପାଇ ବନ୍ଧୁ ମାନେ ପରସ୍ପର ଭିତରେ ସେଇ ଦିନର ପୁରୁଣା ସ୍ମୃତିକୁ ମନେ ପକାଇ ଆତ୍ମ ବିଭୋର ହୋଇ ପଡିଥିଲେ । ଏହି ଅବସରରେ ଆୟୋଜିତ ସଭାରେ ବିଦ୍ୟାଳୟ ର ପୁରାତନ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ସେମାନଙ୍କ ନିକଟରୁ ଆଶ୍ରିବଚନ ପ୍ରାପ୍ତ କରିଥିଲେ | ସଭାକାର୍ଯ୍ୟ ଆରମ୍ଭରେ ମୃତ୍ୟୁ ବରଣ କରିଥିବା ଶିକ୍ଷକ ଶିକ୍ଷୟତ୍ରୀ ଏବଂ ସହପାଠୀ ମାନଙ୍କ ପାଇଁ ଦୁଇ ମିନିଟ ନିରବ ପାର୍ଥନା କରାଯାଇଥିଲା | ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରମେଶ ବେହେରା ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହିତ ଏହି ସର୍ବପୁରାତନ ବିଦ୍ୟାଳୟ ରେ ଅନେକ ସମୟରେ ବିଭିନ୍ନ ବ୍ୟାଚ ର ପୁରାତନ ଛାତ୍ର ଛାତ୍ରୀ ମାନେ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରୁଥିବା ବେଳେ ଏଥି ନିମନ୍ତେ ଏକ ସ୍ଥାୟୀ ମଣ୍ଡପ ନିର୍ମାଣ ପାଇଁ ଆହ୍ୱାନ ଦେଇଥିଲେ ଯାହା ଫଳରେ ବିଦ୍ୟାଳୟ ର ବିଭିନ୍ନ କାର୍ଯ୍ୟକ୍ରମ ସହିତ ପୁରାତନ ଛାତ୍ର ଛାତ୍ରୀ ଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ପାଇଁ ଆଉ କୌଣସି ଅସୁବିଧା ହେବନାହିଁ | ଏହି ପ୍ରସ୍ତାବ କୁ ବିଦ୍ୟାଳୟ ର ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ସମର୍ଥନ କରିବା ସହିତ ୧୯୯୯ ବ୍ୟାଚ ଛାତ୍ରଛାତ୍ରୀ ମାନଙ୍କୁ ନିବେଦନ କରିଥିଲେ ଏହି ମଣ୍ଡପ ନିର୍ମାଣ ପାଇଁ, ଏବଂ ଆସନ୍ତାବର୍ଷ ସେହି ନବ ନିର୍ମିତ ମଣ୍ଡପରେ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ | ସେହିପରି ସାଙ୍ଗ ସାଥି ମାନେ ପରସ୍ପର କୁ ଆଲିଙ୍ଗନ କରି ନିଜ ଭିତରେ କୃତଜ୍ଞତା ପ୍ରକାଶ କରିଥିଲେ । ପ୍ରତ୍ୟେକ ବନ୍ଧୁ ଅନେକ ଦିନ ପରେ ଦେଖା ହୋଇ ଥିବାରୁ ନିଜ ନିଜ ଅଭୁଲା ସ୍ମୃତି କୁ ବଖାଣି ଥିଲେ । ସମସ୍ତଙ୍କ ମନ ଭିତରେ ଥିଲା ସେହି ପିଲା ଦିନର ଖୁସି ମୁହୂର୍ତ୍ତ। କିଛି ଛାତ୍ରଛାତ୍ରୀ ନିଜ ବାଲ୍ୟ ବନ୍ଧୁ ଏବଂ ବାନ୍ଧବୀ ମାନଙ୍କୁ ଉପହାର ପ୍ରଦାନ କରି ନିଜ ମନର ଭାବ ବ୍ୟକ୍ତ କରୁଥିବା ଦେଖିବାକୁ ମିଳିଥିଲା | ପରିଶେଷରେ ସମସ୍ତ ସାଙ୍ଗ ମାନେ ଏକାଠି ହୋଇ ସମସ୍ତ ସାଙ୍ଗ ଙ୍କୁ ଏକାଠି କରିଥିବା କିଛି ଆଗଧାଡିର ପିଲା ମାନଙ୍କୁ ଧନ୍ୟବାଦ ଦେବା ସହ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ପୁଣି ଆଗାମୀ ବର୍ଷ ପାଳନ କରିବେ ବୋଲି ସବୁ ସାଙ୍ଗମାନେ ମିଶି ପ୍ରତିଶ୍ରୁତି ଦେଇଥିଲେ ।
