ଉଦଳା କଲେଜ ୧୯୮୬-୯୧ ବ୍ୟାଚର ବନ୍ଧୁ ମିଳନ
ଉଦଳା,ତା୨୨/୧୨ : ଉଦଳା କଲେଜରେ ୧୯୮୬ ରୁ ୧୯୯୧ ମଧ୍ୟରେ ପଢ଼ୁଥିବା ପୁରାତନ ଛାତ୍ର ଛାତ୍ରୀଙ୍କୁ ନେଇ ରବିବାର ଏକ ବନ୍ଧୁ ମିଳନ ଉତ୍ସବ ଆୟୋଜିତ ହୋଇଯାଇଛି l ସ୍ଥାନୀୟ ହୋଟେଲ ସିପ୍ରନରେ ଆୟୋଜିତ ଏହି ବନ୍ଧୁ ମିଳନରେ ଛାତ୍ର ଛାତ୍ରୀ ଯୋଗ ଦେଇ ନିଜ ନିଜର ଅନୁଭୂତି, ବର୍ତ୍ତମାନ ସ୍ଥିତି ସମ୍ପର୍କରେ ଆଲୋକପାତ କରିଥିଲେ l ଦୀର୍ଘ ୪୩ ବର୍ଷର ବ୍ୟବଧାନ ପରେ ଅନେକ ପ୍ରଥମ ଥର ପାଇଁ ପରସ୍ପରକୁ ଭେଟିଥିଲେ ll ସମ୍ପୃକ୍ତ ସମୟରେ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ୩ ଜଣ ବରିଷ୍ଠ ଓଡିଶା ପ୍ରଶାସନିକ ଅଧିକାରୀଙ୍କୁ ଛାଡିଦେଲେ ପ୍ରାୟ ଅଧିକାଂଶ ଅଧ୍ୟାପକ ଏବଂ ଶିକ୍ଷକ ରହିଛନ୍ତି l ସକାଳୁ ସଞ୍ଜ ଯାଏ ଭରପୁର ମନୋରଞ୍ଜନ କାର୍ଯ୍ୟକ୍ରମ ସାଙ୍ଗକୁ ଏହା ଦୀର୍ଘସ୍ଥାୟୀ କରିବାକୁ ଯୋଜନା କରିବା ସହିତ ପ୍ରତି ବର୍ଷ ଡିସେମ୍ବରରେ ବନ୍ଧୁ ମିଳନ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା l ଆଗାମୀ ଦିନରେ ସାମାଜିକ ସେବା କାର୍ଯ୍ୟକ୍ରମ ହାତକୁ ନେବାକୁ ଅନେକ ପ୍ରସ୍ତାବ ରଖିଥିଲେ l ସମସ୍ତେ ପରସ୍ପର ସହିତ ସର୍ବଦା ଭଲ ମନ୍ଦରେ ସାଥି ହୋଇ ରହିବାକୁ ନିଷ୍ପତ୍ତି ନେଇଥିଲେ l ଶରତ କୁମାର ତ୍ରିପାଠୀ କାର୍ଯ୍ୟକ୍ରମ ସଞ୍ଚlଳନ କରିଥିବାବେଳେ ଶେଷରେ ପ୍ରାଧ୍ୟାପକ ବସନ୍ତ କୁମାର ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l

ବରିଷ୍ଠ ଅଧିକାରୀ ଲଷ୍ମୀକାନ୍ତ ସେଠି, ମମତା ପରିଡା, ପରମାନନ୍ଦ ଖଣ୍ଡେଇ, ପ୍ରାଧ୍ୟାପକ ସଞ୍ଜୟ ସ, ବସନ୍ତ କୁମାର ପାତ୍ର, ହିରଣ୍ୟମୟୀ ଶତପଥୀ, ସାଗରୀକା ସିଂ, ଡ଼ଃ.ଶୁଭଦର୍ଶିନୀ ମହାନ୍ତି, ସନ୍ଦୀପ ମଢୁଆଳ, ଶ୍ରୀକୃଷ୍ଣ ବେହେରା, ଅଞ୍ଜନ ଜେନା, ଶଶୀଧର ଜେନା, ରଞ୍ଜନ ମହାପାତ୍ର, ସରଜିତ ପଣ୍ଡା, ମନୋରଞ୍ଜନ ସାହୁ, ସୁନୀଲ ବିଶ୍ୱାଳ, ଦୀପ୍ତି ମିଶ୍ର, ସୁଷମା ପତି,ଡ଼ଃ.ସୁମତି ବିନ୍ଧାଣି, ତୁଳସୀ, କବିତା ଦଳେଇ, ଡ଼ଃ. ପ୍ରଦୀପ ଗିରି,ମାଠାଇ ସିଂ, ଲୁସି ପଟ୍ଟନାୟକ, ମିନତୀ ବିଶ୍ୱାଳ,ସବିତା କଟୁଆଳ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ ।
