ଉତ୍କେଲା ବିକାଶ ମଞ୍ଚ ର ବନ୍ଧୁ ମିଳନ

।୨୪/୦୧ :କେସିଙ୍ଗା ବ୍ଲକ ଉତ୍କେଲା ଗ୍ରାମପଞ୍ଚାୟତ ର ସର୍ବାଙ୍ଗୀନ ଉନ୍ନତି ସକାଶେ ଗଠିତ ଉତ୍କେଲା ବିକାଶ ମଞ୍ଚ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଯୋଗମାୟା ପିଠ ଗୁର୍ଜିମୁଣ୍ଡା ଠାରେ ଅନୁଷ୍ଠିତ ହୋଇଥିଲା। ବିକାଶ ମଞ୍ଚ ର ସଭାପତି ଅନିରୁଦ୍ଧ ସାହୁ,ସଂପାଦକ ଟଙ୍କଧର ନାଏକ ଙ୍କ ନେତୃତ୍ୱରେ ଉକ୍ତ ପିଠରେ ଏକ ସଭା ଅନୁଷ୍ଠିତ କରି ଅଞ୍ଚଳର ସମସ୍ୟା ଓ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ସମାଧାନ କିପରି କରାଯାଇ ପାରିବ ସେହି ବିଷୟରେ ଆଲୋଚନା କରାଯାଇଥିଲା। ବିକାଶ ମଞ୍ଚ ର ବରିଷ୍ଠ ସଦସ୍ୟ ବେଲାଲସନ ବେହେରା,ଜୟହରି ପୁଟେଲ,ନବ କିଶୋର ନାଏକ,ଉତ୍କେଲା ସମିତି ସଭ୍ୟ ତ୍ରିନାଥ ମାଝୀ, ସାମ୍ବାଦିକ ଅର୍ଜୁନ ପୋଢ, ପବନ କୁମାର ଜୈନ, ଗିରିଜା ବେହେରା,ଅଯୋଧ୍ୟ ଦିପ୍ ହରିଶଙ୍କର ପୁଟେଲ,ମର୍ଦରାଜ ସାହୁ,ବାପି ବେହେରା,ଅଗସ୍ତି ସା ,ରାଜକୁମାର ଅଗ୍ରଓ୍ବାଲ,ସାଧୁଚରଣ ଭୋଇ,ସୌଦାମିନି ମାଝୀ, କିକିଆ ସରପଞ୍ଚ କିଶୋର କୁମାର ପ୍ରଧାନ ଓ କୁଣ୍ଡାବନ୍ଧ ସରପଞ୍ଚ ରୋଜି ପ୍ରଧାନ ଯୋଗଦାନ କରି ସମସ୍ତ ଙ୍କୁ ଉତ୍ସାହିତ କରିଥିଲେ।,

Leave a Reply

Your email address will not be published. Required fields are marked *