ଜଗବନ୍ଧୁ ରାଉଳ ହାଇସ୍କୁଲ ର ୧୯୯୫ ମସିହା ମ୍ୟାଟ୍ରିକ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ଓ ଗୁରୁପୂଜନ
ଯାଜପୁର ୦୮.୦୨ – ୩୧ ବର୍ଷ ପରେ ଏକାଠି ହେଲେ ୫୯ ଜଣ ଛାତ୍ରଛାତ୍ରୀ। ୧୯୯୫ ମସିହା ମ୍ୟାଟ୍ରିକ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମରେ, ବହୁ ଆଡମ୍ବରରେ ଅନୁଷ୍ଠିତ ହୋଇଛି ଗୁରୁପୂଜନ ଓ ସମ୍ମାନ ସମ୍ବର୍ଦ୍ଧନା ସଭା । ସୂଚନା ମୁତାବକ ଯାଜପୁର ବ୍ଲକ ବାସୁଦେବପୁର ପଞ୍ଚାୟତ ଗୋବିନ୍ଦପୁର ସ୍ଥିତ ଜଗବନ୍ଧୁ ରାଉଳ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ୧୯୯୫ ମସିହାରେ ମ୍ୟାଟ୍ରିକ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ମାନେ ମିଳିତ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜିତ କରିଥିଲେ। ଏହି ବନ୍ଧୁ ମିଳନ ଓ ଗୁରୁପୂଜନ ସଭାରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଭିକାରି ଚରଣ ମହାପାତ୍ର ସଭାପତିତ୍ବ ରେ ପ୍ରଥମେ ମା ବିରଜାଙ୍କ ଫଟୋ ଚିତ୍ରରେ ପୁଷ୍ପ ଓ ପ୍ରଦୀପ ପ୍ରଜ୍ବଳନ କରି ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ପରଲୋକ ଗମନ କରିଥିବା କିଛି ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା।

ପୂର୍ବତନ ଓ ପ୍ରାକ୍ତନ ଶିକ୍ଷକ ପର୍ଶୁରାମ ବିଶ୍ୱାଳ, ବାବାଜୀ ଚରଣ ବିଶ୍ୱାଳ, ପ୍ରଶାନ୍ତ ନାୟକ, କାଶୀନାଥ ସାର, ରାଜକିଶୋର ସାର, ଶ୍ରୀଧର ରାଉତ , ଗୋପୀନାଥ ପାଢ଼ୀ, କୈଳାଶ ବିହାରୀ ଓ ନାରାୟଣ ମାଝୀ, ବ୍ରଜ ସାହୁ, ଏବଂ ସାମ୍ବାଦିକ ବନ୍ଧୁମାନଙ୍କ ସହ ବିଦ୍ୟାଳୟର ପ୍ରତିଷ୍ଠାତା ଜଗବନ୍ଧୁ ରାଉଳଙ୍କ ଦାୟାଦ ଅଜୟ ରାଉଳ ପ୍ରଭୁତିଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିବା ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ଉକ୍ତ ବ୍ୟାଚ ର ସମୁଦାୟ ୬୩ ଜଣ ଛାତ୍ରଛାତ୍ରୀ ଙ୍କ ମଧ୍ୟରୁ ୩ ଜଣ ଇହଧାମ ସମ୍ବରଣ କରିଥିବାବେଳେ ଜଣଙ୍କର ଦେହ ଅସୁସ୍ଥତା କାରଣରୁ ଅନୁପସ୍ଥିତ ଥାଇ ୫୯ ଜଣ ଛାତ୍ରଛାତ୍ରୀ ବେଶ ଉତ୍ସାହର ସହ ସଭାକୁ ଉପଭୋଗ କରିଥିଲେ ।ତେବେ କାର୍ଯ୍ୟକ୍ରମଟିକୁ ନେଇ ସାଧାରଣରେ ବେଶ ପ୍ରଶଂସା କରାଯାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା ।
