ବିଜେପି ସରପଞ୍ଚଙ୍କ ପକ୍ଷରୁ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବିଜେପି ସରପଞ୍ଚଙ୍କ ପକ୍ଷରୁ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ନିମାପଡା ( )ନିମାପଡା ବ୍ଲକ ଅନ୍ତର୍ଗତ ସାଇଁଶ ଶାସନ ପଂଚାୟତର ସରପଞ୍ଚ ଦେବାଶିଷ ଆଚର୍ଯ୍ୟ ଜଣେ ଆଦର୍ଶ ନିଆରା ସରପଞ୍ଚ ଭାବରେ ବେଶ ଜଣାଶୁଣା। ପ୍ରଥମ ଥର ପାଇଁ ରାଜନୀତିରେ ଆସିଥିବା ଦେବାଶିଷ ପଂଚାୟତବାସୀଙ୍କ ପ୍ରିୟ ପାତ୍ର ହୋଇ ବିଜେପି ସରପଞ୍ଚ ଭାବରେ ଜିତିଥିଲେ। ପଂଚାୟତବାସୀଙ୍କ ସୁଖ ଦୁଃଖ ସବୁ ସମୟରେ ଦେବାଶିଷ ଛିଡା ହୋଇଥାନ୍ତି। ନୁଆ ବର୍ଷ ଅବସରରେ ନିଜ ପଂଚାୟତବାସୀଙ୍କୁ ନେଇ ବିଜେପି ପକ୍ଷରୁ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ କରିଥିଲେ। ସ୍ଥାନୀୟ ଦକ୍ଷିଣେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ବିଜେପିର ଜନହିତକର ଯୋଜନା କିପରି ତୃଣମୁଳ ସ୍ଥରରେ ଲୋକଙ୍କ ପାଖରେ ପହଁଚିବ ସେ ନେଇ ଆଲୋଚନା କରାଯାଇଥିଲା। ବିଜେପି ଏକ ଶୃଙ୍ଖଳିତ ଦଳ ହୋଇଥିବା ବେଳେ ବିଜେପିରେ ସମସ୍ତ ସଦସ୍ୟ ଯୋଗ ଦେଇ ପଂଚାୟତର କିପରି ବିକାଶ କରାଯିବ ସେ ନେଇ ସଦସ୍ୟ ମାନେ ନିଜର ମତ ପ୍ରକାଶ କରିଥିଲେ। ତେବେ ପଂଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ ସରପଞ୍ଚ ଦେବାଶିଷ ଆଚର୍ଯ୍ୟ ନିମାପଡା ବିଧାୟିକା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଉପରେ ଆଶା ଭରଷା ରଖିଥିବା ପଂଚାୟତବାସୀ କହିଛନ୍ତି। ପଂଚାୟତର ସମସ୍ତ ଉନ୍ନୟନମୂଳକ କାର୍ଯ୍ୟକ୍ରମ କରାଯିବା ସହ ଆସନ୍ତା ଦିନରେ ସାଇଁଶ ପଂଚାୟତ ନିମାପଡା ବ୍ଲକରେ ଏକ ଆଦର୍ଶ ପଂଚାୟତ ଭାବରେ ପ୍ରତିଷ୍ଠିତ କରିବା ଲକ୍ଷ ରଖିଥିବା ଦେବାଶିଷ ଆଚର୍ଯ୍ୟ କହିଛନ୍ତି। ଶତାଧିକ ବିଜେପି କର୍ମୀ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲ।

Leave a Reply

Your email address will not be published. Required fields are marked *