ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଡରାମପଲ୍ଲୀ ଡାଳଖାଇ ବାଗଦେବୀ ମନ୍ଦିର ପ୍ରାଙ୍ଗଣରେ ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ଘୁମୁସର ପକ୍ଷରୁ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ । ଆସିକା :-୨୯/୧୧/୨୦୨୪ ଶୁକ୍ରବାର ଅପରାହ୍ନ ୧୨ ଘଣ୍ଟା ସମୟରେ ଗଞ୍ଜାମ ଜିଲ୍ଲା ଖଲିକୋଟ ନିର୍ବାଚନ ମଣ୍ଡଳୀର ବଡରାମପଲ୍ଲୀ ଡାଲଖାଇ ବାଗଦେବୀ ମନ୍ଦିର ପ୍ରାଙ୍ଗଣରେ ଆଜି ଭାରତୀୟ ଜନତା ପାର୍ଟି ଘୁମୁସର ପକ୍ଷରୁ ସଦସ୍ୟତା ଅଭିଯାନ କୁ ନେଇ ଏକ କର୍ମଶାଳା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବହୁ ବିଜେପି ନେତା ସହ ଅନେକ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହିଥିଲେ। ଏହି ବୈଠକରେ ବିଜେପି ସଭାପତି ଟୁଲୁ ପଣ୍ଡା ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ ମାର୍ଗଦର୍ଶନ କରାଇବା ସହ କିଭଳି ଭାବେ ସଦସ୍ୟତା ଅଭିଯାନ କୁ ସଫଳ କରିପାରିବା ସେ ନେଇ ଆଲୋଚନା କରିଥିଲେ ।

ଏହି କର୍ମଶାଳା ବୈଠକରେ ବିଜେପି ଯୁବମୋର୍ଚ୍ଚା ର ସମ୍ପାଦକ ଜଗନ୍ନାଥ ଭୂୟାଁ ଉପସ୍ଥିତ ରହିଥିଲେ । ଏହି ବୈଠକରେ କିଭଳି ଭାବେ ସମସ୍ତେ ଭାରତୀୟ ଜନତା ପାର୍ଟିର ସଦ୍ୟସତା ଗ୍ରହଣ କରିପାରିବେ , ଲୋକୋଙ୍କୁ ଏହି ସଦସ୍ୟତା ବିଷୟରେ ଅବଗତ କରାଇବା ସହ ଏହି ସଦସ୍ୟତା ଅଭିଯାନ କୁ ସଫଳ କରିବା ତାହାକୁ ନେଇ ଆଲୋଚନା କରଯାଇଥିଲା।

Leave a Reply

Your email address will not be published. Required fields are marked *