ସ୍କୁଲର ମଧ୍ୟାର୍ହ୍ନ ଭୋଜନ ଉପରେ ପିଲାଙ୍କ ଅପେକ୍ଷା ଶିକ୍ଷୟତ୍ରୀ ନଜର ଅଧିକ l

ଗୋପ ୩୧/୦୧/୨୫/ ରାଜ୍ୟ ସରକାର ବିଦ୍ୟାଳୟ ଗୁଡିକ ରେ ଉପସ୍ଥାପନା ବୃଦ୍ଧି ନିମନ୍ତେ ଅନେକ ଯୋଜନା କରୁଛନ୍ତି l ସେଥିମଧ୍ୟରୁ ମଧ୍ୟାର୍ହ୍ନ ଭୋଜନ ଟି ଅନ୍ୟତମ ଯଦିଓ ଜୋତା ମୋଜା ପ୍ୟାଣ୍ଟ ସାର୍ଟ ପୁସ୍ତକ ଆଦି ଯୋଗାଉଥିବା ସତ୍ତ୍ୱେ ମଧ୍ୟାର୍ହ୍ନ ଭୋଜନ ଉପରେ ଫୋକସ ଅଧିକ ରଖିଛନ୍ତି l ତତ୍କାଳୀନ ସରକାର ଙ୍କ ସମୟରେ ବିଦ୍ୟାଳୟରେ ଅଧୟନ ରତ ଛାତ୍ର ଛାତ୍ରୀ ଙ୍କ ସ୍ୱାସ୍ଥ୍ୟ ଦୁଷ୍ଟି କୋଣରୁ ପୁଷ୍ଟିକର ଖାଦ୍ୟ ଦେବା ଆରମ୍ଭ କରିଥିଲେ l ମୁଣ୍ଡ ପିଛା ଯାହା ରେଟ ଧାର୍ଯ୍ୟ ଥିବା ଏଵେ ତାହା ଦୁଇଗଣ ଅଧିକ ହୋଇଥିବା ସତ୍ତ୍ୱେ ଖାଦ୍ୟ ପରିମାଣ ଓ ମାନ କ୍ରମଶଃ ହ୍ରାସ ପାଉଛି l ଏହାର ଉଦାହରଣ ଟି ହେଉଛି ଗୋପ ବ୍ଲକ ପାଇଁ ଉଦିଷ୍ଟ ଓଡିଶା ଆଦର୍ଶ ବିଦ୍ୟାଳୟ ( ସଂଗଠନ ) ଟି ତରଙ୍ଗିରା ଠାରେ ସ୍ଥାପିତ ହେବା ୩ ବର୍ଷ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ଙ୍କ ହଷ୍ଟେଲ ନିର୍ମାଣ କାର୍ଯ୍ୟ ସରିପାରିଲାନାହିଁ l ଗୋପ ବ୍ଲକ ର 31 ପଞ୍ଚାୟତ ରୁ ଦୂରଦୂରାନ୍ତ ରୁ ଆସୁଥିବା ପିଲାମାନଙ୍କ ଅବିଭାବକମାନେ ନବା ଆଣିବାରେ ହଜାର ହଜାର ଟଙ୍କା ଖର୍ଚ୍ଚାନ୍ତ ହେଉଛନ୍ତି l ଏଠାରେ ଥିବା ଅସ୍ଥାୟୀ ଅଧକ୍ଷ ଙ୍କ ପ୍ରିୟାପ୍ରିତି ପୋଷଣ ରେ ଅତିଷ୍ଟ ହେଉଛନ୍ତି ବିଦ୍ୟାଳୟ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଏହାର କୁ ପ୍ରଭାବ ଅଧୟନରତ ଛାତ୍ର ଛାତ୍ରୀ ଙ୍କ ଉପରେ ପଡୁଛି ବୋଲି ଅବିଭାବକ ଙ୍କ ଠାରୁ ଶୁଣିବାକୁ ମିଳୁଛି l

ସ୍ଥାନୀୟ ଅଞ୍ଚଳ ର ଠିକାଦାର ବିଦ୍ୟାଳୟ କୁ ଗୋ ଡାଉନ କରିବା ଦ୍ଵାରା ପିଲାମାନେ ଖେଳ ଖୁଦ କରିବା ସ୍ଥାନ ନାହିଁ l ଯାହାଫଳରେ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇପାରୁନାହିଁ l ସାଇକେଲ ଷ୍ଟାଣ୍ଡ ଯଦିଓ ନିର୍ମାଣ ପ୍ରାୟ ସଂପୂର୍ଣ୍ଣ ହେଇଛି ସତ କିନ୍ତୁ ପିଲାମାନେ ସାଇକେଲ ଷ୍ଟାଣ୍ଡ ସାଇକେଲ ରଖିବା ପାଇଁ ଆବଶ୍ୟକୀୟ ବନ୍ଦୋବସ୍ତ ହୋଇନାହିଁ l ଯାହାଫଳରେ ପିଲାମାନଙ୍କ ସାଇକେଲ ଗୁଡାକ ଖରା ବର୍ଷା ରେ ପଡି ନଷ୍ଟ ହେଉଛି l ମଧ୍ୟାର୍ହ୍ନ ଭୋଜନ ରେ ବ୍ୟାପକ ପରିମାଣରେ ଅନିୟମିତତା ଦେଖିବାକୁ ମିଳୁଛି l ବର୍ତମାନ ଦାୟିତ୍ୱ ରେ ଅଧକ୍ଷ ନିଜର ସ୍ୱାର୍ଥ ପାଇଁ ଖାଦ୍ୟ ର ମାନ ନିମ୍ନମାନର ହେଉଛି l ପୂର୍ବରୁ 5 ଟଙ୍କା ଥିବାବେଳେ ଖାଦ୍ୟ ର ମାନ ଭଲ ଥିବା ସହିତ ଅଣ୍ଡା ମଧ୍ୟ ମିଳୁଥିଲା ପିଲାମାନେ ଖୁସିରେ ଖାଦ୍ୟ ଖାଉଥିଲେ କିନ୍ତୁ ଏଵେ ଦୁଇଗଣ ମୂଲ୍ୟ ବୃଦ୍ଧି ହୋଇଥିବା ସତ୍ତ୍ୱେ ଖାଦ୍ୟ ରେ ଅଣ୍ଡା ଉଭାନ ସହିତ ମାନ ମଧ୍ୟ ହ୍ରାସ ପାଉଛି ବୋଲି ଅବିଭାବକ ଙ୍କ ଅଭିଯୋଗ ହେଉଛି l ଉକ୍ତ ବିଦ୍ୟାଳୟ ରେ ଶିକ୍ଷାଦାନ କରୁଥିବା ଶିକ୍ଷକ ଶିକ୍ଷକମାନେ ପିଲା ଙ୍କ ଖାଦ୍ୟରୁ ଅଧା ଖାଉଛନ୍ତି ଯାହାଫଳରେ କୀ ପିଲାମାନଙ୍କୁ ଖାଦ୍ୟ କମ ମିଳୁଛି l ଏ ସମ୍ପର୍କ ରେ ପାଚିକାମାନେ ଅଭିଯୋଗ କଲେ ଦାୟିତ୍ୱ ରେ ଶିକ୍ଷୟତ୍ରୀ କହୁଛନ୍ତି ତୁମକୁ ଯାହା ଦିଆଯାଉଛି ସେତିକିରେ ରୋଷଇ କର l

Leave a Reply

Your email address will not be published. Required fields are marked *