ଏଣିକି ମହାପ୍ରଭୁଙ୍କ ନୀତିକାନ୍ତି ରେ ବିଶୃଙ୍ଖଳା କରୁଥିବା ସେବାୟତଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ

ଏଣିକି ମହାପ୍ରଭୁଙ୍କ ନୀତିକାନ୍ତିରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ସେବାୟତଙ୍କ ଉପରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ | ଏ ନେଇ ନୀତି ସମନ୍ୱୟ ବୈଠକରେ ନିଷ୍ପତି ନିଆଯାଇଛି | ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶୃଙ୍ଖଳିତ ନୀତିକାନ୍ତି, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ଠିକ୍ ସମୟରେ ମହାପ୍ରସାଦ କିଭଳି ଭକ୍ତମାନେ ପାଇପାରିବେ ସେ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ନୀତି ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ନୀତି ପ୍ରଶାସକ, ପରିଚାଳନା କମିଟି ସଦସ୍ୟ, ସେବାୟତ ଉପସ୍ଥିତି ଥିଲେ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ନୀତିକାନ୍ତିରେ ବିଭିନ୍ନ ସମୟରେ ବିଶୃଙ୍ଖଳା ହେବା ଯୋଗୁଁ ଭକ୍ତମାନେ ମହାପ୍ରସାଦ ଠିକ୍ ସମୟରେ ପାଇ ପାରୁନାହାନ୍ତି। ଏଣୁ ଠିକ୍ ସମୟରେ ନୀତିକୁ ସମ୍ପାଦନ କରାଯିବ ସେନେଇ ବୈଠକରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ସେହିପରି ପ୍ରତ୍ୟେକ ବୁଧବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ନୀତି ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇ ନୀତିକାନ୍ତିରେ କିଭଳି ଆହୁରି ସୁଧାର ଆସିବ ସେନେଇ ବିଶେଷ ଗୁରୁତ୍ୱ ଦିଆଯାଇଛି ବୋଲି ମତ ରଖିଛନ୍ତି ସେବାୟତ।

Leave a Reply

Your email address will not be published. Required fields are marked *