ଜିଲ୍ଲା ପ୍ରଶାସନ ପକ୍ଷ ରୁ ଓଡିଆ ପକ୍ଷ ପାଳିତ।

ଭଦ୍ରକ, ତାରିଖ: ୦୪.୦୪.୨୦୨୬ଓଡ଼ିଆ ପକ୍ଷ ପାଳନ ଅବସରରେ ଭଦ୍ରକ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ତରଫରୁ ଆଜି ବିଭିନ୍ନ ଦୋକାନ ଓ ବାଣିଜ୍ୟିକ ଅନୁଷ୍ଠାନରେ ଓଡ଼ିଆ ଭାଷାରେ ନାମଫଳକ ପ୍ରଦର୍ଶନ ପାଇଁ ସଚେତନତା ପଦଯାତ୍ରା ଆୟୋଜିତ ହୋଇଯାଇଛି।ଏହି ପଦଯାତ୍ରାକୁ ଜିଲ୍ଲାପାଳ ଓ ପୌରପାଳିକା ଅଧ୍ୟକ୍ଷାଙ୍କ ଦ୍ୱାରା ସକାଳ ୯ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଶୁଭାରମ୍ଭ କରାଯାଇଥିଲା। ପଦଯାତ୍ରାଟି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆରମ୍ଭ ହୋଇ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅଗ୍ରସର ହୋଇଥିଲା।ଏହି ସଚେତନତା ପଦଯାତ୍ରାରେ ପୌରପାଳିକା ଅଧ୍ୟକ୍ଷା, ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ନିୟନ୍ତ୍ରିତ ବଜାର ସମିତି ସଦସ୍ୟ, ସମସ୍ତ ମ୍ୟୁନିସିପାଲଟିର ନିର୍ବାହୀ ଅଧିକାରୀ, ପ୍ରଧାନ ଶିକ୍ଷକମାନେ, ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ, ମଣ୍ଡଳ ଶ୍ରମ ଆୟୁକ୍ତ, ଜିଲ୍ଲା ଶ୍ରମ ଅଧିକାରୀ (ପ୍ରବର୍ତ୍ତନ), ସମସ୍ତ ସହ ଶ୍ରମ ଅଧିକାରୀ, ଶ୍ରମ ବିଭାଗର କର୍ମଚାରୀ, ଟାଉନ ଥାନା ଅଧିକାରୀ, ରୋଟାରୀ କ୍ଲବ, ଲାୟନ୍ସ କ୍ଲବ, ଫେଲୋସିପ ସଂଗଠନର ସଦସ୍ୟମାନେ, ୱାନ୍ ଷ୍ଟପ୍ ସେଣ୍ଟର ଓ ଚାଇଲ୍ଡଲାଇନ୍ ସଦସ୍ୟମାନେ, ବିଭିନ୍ନ ବୁଦ୍ଧିଜୀବୀ, କାଳୀପୂଜା ସମିତି ସଦସ୍ୟମାନେ, ଫେକର୍ ଓ ଫେକର୍ ଶ୍ରମିକ ସଂଘର କର୍ମକର୍ତ୍ତା ଓ ସଦସ୍ୟମାନେ, ସ୍ଥାନୀୟ ବ୍ୟବସାୟୀ ସଂଘର କର୍ମକର୍ତ୍ତାମାନେ, ଗାନ୍ଧୀ ଆବାସିକ କେନ୍ଦ୍ରର ସଦସ୍ୟ ଓ ଛାତ୍ରଛାତ୍ରୀ, ବିଭିନ୍ନ ବଣିକ ସଂଗଠନର ସଦସ୍ୟମାନେ, ପୋଲିସ କର୍ମଚାରୀ, ସାମ୍ବାଦିକମାନେ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ସକ୍ରିୟଭାବେ ଅଂଶଗ୍ରହଣ କରିଥିଲେ।ଏହା ସହ ଏକ ସଚେତନତା ରଥ ଓ ପ୍ରଚାର ପତ୍ରିକା ମାଧ୍ୟମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଘୁରି ଲୋକମାନଙ୍କୁ ଓଡ଼ିଆ ଭାଷାରେ ନାମଫଳକ ବ୍ୟବହାର ପ୍ରତି ସଚେତନ କରାଯାଉଛି।

Leave a Reply

Your email address will not be published. Required fields are marked *