ପବିତ୍ର ଦୀପାବଳିକୁ ନେଇ ଗାଁ ରୁ ସହର ଯାଏ ସବୁଠି ଉତ୍ସବ ମୁଖର ବାତାବରଣ

ପବିତ୍ର ଦୀପାବଳିକୁ ନେଇ ଗାଁ ରୁ ସହର ଯାଏ ସବୁଠି ଉତ୍ସବ ମୁଖର ବାତାବରଣ। ଆଲୋକର ପର୍ବ ଦୀପାବଳି ପାଳନ ପାଇଁ ସବୁଠି ହୋଇଛି ପ୍ରସ୍ତୁତି। ଏହି ଅବସରରେ ବାଲୁକାକଳାରେ ଦୀପାବଳିର ଶୁଭେଛା ଦେଇଛନ୍ତି ଆନ୍ତର୍ଜାତୀୟ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପୂରୀ ବେଳାଭୁମିରେ ସୁଦର୍ଶନ ଏନେଇ ଏକ ସୁନ୍ଦର ବାଲୁକା ଚିତ୍ରକଳା କରି ଦୀପାବଳିର ଅଭିନନ୍ଦନ ଜଣାଇଛନ୍ତି। ସୁଦର୍ଶନ ତାଙ୍କ ବାଲୁକାକଳାରେ ପ୍ରାୟ ୧ ହଜାର ମାଟି ଦିପ ସ୍ଥାନିତ କରିବା ସହ ମା କାଳୀଙ୍କ ଏକ ସୁନ୍ଦର ପ୍ରତିକୃତି ନିର୍ମାଣ କରିଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମ ନିର୍ଭର ବାର୍ତ୍ତା ମଧ୍ୟ ବାଲୁକାକଳାରେ ପ୍ରଦାନ କରିଛନ୍ତି ସୁଦର୍ଶନ। ଯେତେବେଳେ ଆମେ ଲୋକାଲ ପାଇଁ ଭୋକାଲ ହେଉଛୁ, ତା’ ଯୋଗୁଁ ବିଶ୍ୱବାସୀ ମଧ୍ୟ ଆମର ସ୍ଥାନୀୟ ଉତ୍ପାଦ ଗୁଡ଼ିକୁ ଭଲ ପାଇଲେଣି। ଆମର ଅନେକ ସ୍ଥାନୀୟ ଉତ୍ପାଦ ଅନ୍ତର୍ଜାତୀୟସ୍ତରରେ ଖ୍ୟାତିଲାଭ କରିଛି,,ତେଣୁ ତାହକୁ ବଜାୟ ରଖିବା ପାଇଁ ବିଶ୍ଵବାସୀଙ୍କୁ ନିବେଦନ କରିଛନ୍ତି ସୁଦର୍ଶନ ପଟ୍ଟନାୟକ lଲୋକାଲ ଫର ଭୋକାଲକୁ ପାଳନ କରିବା ସହ ଦେଶକୁ ଆହୁରି ସୁଦୃଡ଼ କରିବା ବୋଲି ସୁଦର୍ଶନ କହିଛନ୍ତି। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ପ୍ରଦୂଷଣ ମୁକ୍ତ ପାଇଁ ସମସ୍ତେ ସବୁଜ ବାଣ ସହ ସୁରକ୍ଷିତ ଭାବେ ବାଣ ଫୁଟାଇବାକୁ ସୁଦର୍ଶନ ଅନୁରୋଧ କରିଛନ୍ତି। ସୁଦର୍ଶନଙ୍କ ଦ୍ୱାରା ନିର୍ମିତ ଏହି ଆକର୍ଷଣୀୟ ବାଲୁକାକଳାକୁ ଦେଖିବାକୁ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ ପରିଲକ୍ଷିତ ହୋଇଥିବା ବେଳେ ସମୁଦାୟ 6 ଟନ୍ ବାଲି ଉପଯୋଗ ହୋଇଛି।

Leave a Reply

Your email address will not be published. Required fields are marked *