ପିତାଙ୍କ ଶ୍ରାଦ୍ଧ ଦିବସରେ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କୁ ଫଳ ଓ ଅର୍ଥ ପ୍ରଦାନ
ଓଡ଼ଗାଁ – ତା ୧୬-୦୧-୨୬ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କଜଳାଇପଲ୍ଲି ଶାସନ ଗ୍ରାମର କଜଳାଇପଲ୍ଲି ହାଇସ୍କୁଲର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ସ୍ବର୍ଗତ ହାଡ଼ିବନ୍ଧୁ ମିଶ୍ରଙ୍କ ପ୍ରତିବର୍ଷ ଜାନୁଆରୀ ମାସ ୧୬ ତାରିଖ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ତାଙ୍କ ପୁତ୍ର ମାନକ ଦ୍ଵାରା ସାରସ୍ବତ ଲୋକ ବିଦ୍ୟାପୀଠ କଜଳାଇପଲ୍ଲି ର ଛାତ୍ର ଛାତ୍ରୀ ମାନକୁ ଫଳ ବଣ୍ଟନ ସହିତ ପ୍ରତି ଶ୍ରେଣୀର କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ୫୦୦ ଟଙ୍କା ଲେଖାଁଏ ପ୍ରଦାନ କରି ଆସୁଛନ୍ତି ।ଆଜି ତାଙ୍କର ଦ୍ୱିତୀୟ ପୁତ୍ର ଡାକ୍ତର ସୋମନାଥ ମିଶ୍ର, ସାନ ପୁଅ ବରିଷ୍ଠ ଆଇନଜୀବୀ କଟକ ହାଇକୋର୍ଟ ବାସୁଦେବ ମିଶ୍ର ଓ ନାତି ନିରଞ୍ଜନ ମିଶ୍ର ପ୍ରାକ୍ତନ ଜିଲ୍ଲା ପଞ୍ଚାୟତ ଅଧିକାରୀ ପ୍ରଭୁତି ଉପସ୍ଥିତ ହୋଇ ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ପ୍ରଧାନଙ୍କ ତତ୍ତ୍ୱାବଧାନରେ ପ୍ରଥମେ ବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ ଲିଙ୍ଗରାଜ ମିଶ୍ର ଓ ସ୍ବର୍ଗତ ହାଡ଼ିବନ୍ଧୁ ମିଶ୍ରଙ୍କ ଫଟୋ ରେ ପୁଷ୍ପମାଲ୍ୟ ଓ ଧୂପ ଦୀପ ପ୍ରଦାନ କରିଥିଲେ ।ପ୍ରାୟ ୨୦୦ ଛାତ୍ର ଛାତ୍ରୀଙ୍କୁ ଫଳ ବଣ୍ଟନ କରିବା ସହିତ ଷଷ୍ଠ ଠାରୁ ଦଶମ ପର୍ଯ୍ୟନ୍ତ ପ୍ରତି ଶ୍ରେଣୀର ମ।ଧୋବି ଛାତ୍ର ଛାତ୍ରୀ ମାନଙ୍କୁ ୫୦୦ ଟଙ୍କା ଲେଖାଁଏ ବଣ୍ଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଆଲୁମିନା କମିଟି ସଭାପତି ଘନଶ୍ୟାମ ମହାପାତ୍ର, ସମ୍ପାଦକ କୃଷ୍ଣଚନ୍ଦ୍ର ମହାପାତ୍ର,ପ୍ରାକ୍ତନ ଛାତ୍ର ତଥା ଶିକ୍ଷାବିତ୍ ଦିନବନ୍ଧୁ ମହାପାତ୍ର ଉପସ୍ଥିତ ରହି ସ୍ୱର୍ଗତ ହାଡ଼ିବନ୍ଧୁ ମିଶ୍ରଙ୍କ ସ୍ମୃତି ଚ।ରଣ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଘନଶ୍ୟାମ ରାଉତ ଓ ସୁନୀଲ କୁମାର ପ୍ରଧାନ ସମେତ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ପରିଚାଳନା କରିଥିଲେ ।
