ପେନ୍ସନର ମାନଙ୍କ ନ୍ୟାଯ୍ୟ ଦାବୀ ପୁରଣ

ପେନ୍ସନର ମାନଙ୍କ ନ୍ୟାଯ୍ୟ ଦାବୀ ପୁରଣରେ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଅବହେଳାର ପ୍ରତିବାଦରେ ଗଂଜାମ ଜିଲ୍ଲା ଅବସରପ୍ରାପ୍ତ କର୍ମଚାରୀଙ୍କ ବିଶାଳ ମୌନ ଶୋଭା ଯାତ୍ରା

ବ୍ରହ୍ମପୁର ତା ୧୫.୦୭.୨୦୨୫ରିଖ ସକାଳ ଘ୧୦.୩୦ ସମୟରେ କେନ୍ଦ୍ର ତଥା ଓଡିଶା ସରକାରଙ୍କ ପେନ୍ସନର ମାନଙ୍କ ଦାବୀପୁରଣରେ ଉଦାସୀନତା ଯୋଗୁଁ କେନ୍ଦ୍ରୀୟ ମହାସଂଘ ଡ଼ାକରାରେ ହେଉଥିବା ଦାବୀଦିବସ ଉପଲକ୍ଷେ ଗଂଜାମ ଜିଲ୍ଲା ଅବସରପ୍ରାପ୍ତ ରାଜ୍ୟ କର୍ମଚାରୀ ମହାସଂଘ ଆନୁକୂଲ୍ୟରେ ଏକ ବିରାଟ ମୌନ ଶୋଭାଯାତ୍ରା TPSODL କାର୍ଯ୍ୟାଳୟଠାରୁ ବାହାରି ନୂଆ BDA ଓ ପୁରୁଣା BDA କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, କମାପଲ୍ଲୀ ଛକ , ମାଛ ବଜାର ଓ ପରିବାବଜାର ଦେଇ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ଠାରେ ପହଂଚିଥିଲା । ଏଥିରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୪ ଶହରୁ ଅଧିକ ପେନ୍ସନର ମୁହଁରେ ମାସ୍କ ପରିଧାନ କରି ଓ ସଂଗଠନର ଟୋପି ପରିଧାନ କରି ଦାବୀ ଗୁଡିକ ଲେଖାଯାଇଥିବା ଶହ ଶହ ପ୍ଲାକାର୍ଡ ଧରି ନୀରବରେ ପଦଯାତ୍ରା କରିଥିଲେ। ଓ ପରେ ପରେ କେନ୍ଦ୍ର ସଂଗଠନର ୮ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ମାନନୀୟ ଭାରତର ପ୍ରଧାନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଓ ଓଡ଼ିଶାର ୯ ଦଫା ସମ୍ବଳିତ ଦାବିପତ୍ର ମାନନୀୟ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସଂଗଠନର ଉପଦେଷ୍ଟା କେ.ନନ୍ଦେଷୁ ସେନାପତି, ସମ୍ପାଦକ ସଂକର୍ଷଣ ପାତ୍ର, ଉପସଭାପତି A.ସତ୍ୟନାରାୟଣ ଗୁପ୍ତା, ଯୁଗ୍ମ ସମ୍ପାଦକ ମହର୍ଷି ସିଂ, ସହ ସମ୍ପାଦକ ଡି.ଗୁରୁମୂର୍ତୀ ପାତ୍ର, ନଳିନୀ କାନ୍ତ ମିଶ୍ର, କେ.କୃଷ୍ଣ ମୂର୍ତି , ନାରାୟଣ ପଣିଗ୍ରାହୀ, ବିଜୟ କୁମାର ବେହେରା, ପଞ୍ଚାନନ ଗନ୍ତାୟତ ,ନାରାୟଣ ପାଣିଗ୍ରାହୀ, ଶ୍ରୀବତ୍ସ ପ୍ରଧାନ କମିଶନରଙ୍କ ଅନୁପସ୍ଥିତିଯୋଗୁଁ ବ୍ୟକ୍ତିଗତ ସଚିବଙ୍କୁ ପ୍ରଦାନ କରିଥିଲେ।
ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘର ୯ ଦଫା ଦାବୀ ୧.କେନ୍ଦ୍ର ଅନୁରୂପ ଚିକିତ୍ସା ଭତ୍ତା ଓ ଚିକିତ୍ସା ସୁବିଧା ପ୍ରଦାନ ୨.ପି.ଜି.ପି.ଏ. ବିଭାଗର ପୁନଃ ସ୍ଥାପନ , ୬୫ ବର୍ଷରୁ ଅତିରିକ୍ତ ପେନସନ ଲାଗୁକରିବା,ପେନସନ ନିର୍ଧାରଣରେ ଥିବା ତ୍ରୁଟିକୁ ଦୂର କରିବା, କଂଉତେଶନ ଦେୟର ଅବଧି ୧୫ ବର୍ଷ ପରିବର୍ତେ ୧୦ ବର୍ଷ ୮ ମାସକୁ ହ୍ରାସ କରିବା, N.P.S. ଓ U.P.S. ବଦଳରେ ପୁରୁଣା ପେନ୍ସନ ଯୋଜନାକୁ ଚାଲୁ ରଖିବା, କେନ୍ଦ୍ର ଅନୁରୂପ ସର୍ବ ନିମ୍ନ ୯୦୦୦ ଟଙ୍କା ସମସ୍ତ ରାଜ୍ୟ ପେନ୍ସନରଙ୍କୁ ପ୍ରଦାନ କରିବା। କରୋନା ସମୟର ୧୮ ମାସର ଅଟକ ରଖିଥିବା DAକୁ ପ୍ରଦାନ କରିବା, ଅମବସ୍ ଭଳି ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବସରେ ରିହାତି ବ୍ୟବସ୍ତା ଓ ରେଳ ଟିକିଟରେ ପୂର୍ବ ଭଳି ୪୦% ଓ ୫୦% ରିହାତି ଦେବା, ରାଜ୍ୟ ସଂଗଠନର କାର୍ଯ୍ୟାଳୟ ପାଇଁ ଭୁବନେଶ୍ୱରଠାରେ ଏକ ସରକାରୀ ବାସଗୃହ ପ୍ରଦାନ କରିବା ଓ

କେନ୍ଦ୍ରସ୍ଥରର ୮ ଦଫା ଦାବୀ ଅର୍ଥ ଆଇନ ୨୦୨୫ ସଂଶୋଧିତ ଚତୁର୍ଥ ପରିଚ୍ଛେଦକୁ ଅବିଳମ୍ବେ ପ୍ରତ୍ୟାହାର କରିବା, ଅଷ୍ଟମ ବେତନ କମିଶନ ତୁରନ୍ତ ଗଠନ କରାଯାଇ ପ୍ରତି ପାଞ୍ଚ ବର୍ଷରେ ଦରମା ଓ ପେନସନ ସଂଶୋଧନ କରିବା, କେସ୍ ଲେସ ସ୍ୱାସ୍ଥ୍ୟବୀମ ଯୋଜନ ଲାଗୁକରିବା, ଶ୍ରମିକ କର୍ମଚାରୀ ବିରୋଧୀ ୪ ଗୋଟି ଶ୍ରମ କାର୍ଡ଼କୁ ପ୍ରତ୍ୟାହାର କରିବା, ପି.ଏଫ.ଆଇ.ଅର.ଡି.ଏ. ଆଇନ ପ୍ରତ୍ୟାହାର କରାଯାଇ NPS ଓ UPS ଯୋଜନାକୁ ବାତିଲ କରି ପୁରୁଣା ପେନସନ ଯୋଜନା ଲାଗୁକରିବା, କରୁଣା ସମୟର ୧୮ ମାସର ମହଙ୍ଗା ଭତ୍ତା ଦେବା, ପୂର୍ବଭଳି ବାରିଷ୍ଟ ନାଗରିକ ଓ ପେନ୍ସନରଙ୍କୁ ରେଳଯାତ୍ରାରେ ରିହାତି ଚାଲୁ କରିବା ଓ କମ୍ୟୁଟେସନ ଦେୟର ଅବଧି ୧୫ ବର୍ଷ ପରିବର୍ତେ ୧୦ ବର୍ଷ ୮ ମାସକୁ ହ୍ରାସକରିବା ପାଇଁ ଉପସ୍ଥାପନ କରିଥିଲେ।

ବି.ରାଙ୍ଗା ପାତ୍ର, H.ତୁମ୍ବେଶ୍ୱର ରେଡ୍ଡୀ, ସେଫଳି ଦାସ , ଟି.ଯୋଗେଶ୍ୱର ରାଓ, ପ୍ରଫୁଲ୍ଲ ଚନ୍ଦ୍ର ପାତ୍ର, ଡି. ସୁଦର୍ଶନ ରାଓ , ଦେବରାଜ ଖୁଟିଆ, ଦଣ୍ଡପାଣି ସାବତ, ଘନଶ୍ୟାମ ଦୋରା, ଦଣ୍ଡପାଣି ରେଡ୍ଡୀ, ସୁବାଷ ଚନ୍ଦ୍ର ପଟ୍ଟନାୟକ, ରବୀନ୍ଦ୍ରନାଥ ପାତ୍ର
ପଟ୍ଟନାୟକ ,ନୀଳମାଧବ ଷଡଙ୍ଗୀ, ଦେବଦଉତ୍ତ ଚୌଧୁରୀ ସହଯୋଗ କରିଥିଲେ।
ଏହିକାର୍ଯ୍ୟକ୍ରମକୁ ସୁଚାରୁରୂପେ ସଙ୍ଗଠିତ ହୋଇଥିବାରୁ ସମସ୍ତ ବନ୍ଧୁଙ୍କୁ ଉପଦେଷ୍ଟା କେ.ନନ୍ଦେଷୁ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *