ପୂର୍ଣ୍ଣ ଜୀବନ ଯାପନ କରିବାପାଇଁ ଶପଥ ଗ୍ରହଣ କରିଥିଲେ

ମାଲକାନଗିରି,୨୭/୧୦
ବିଗତ ବର୍ଷ ମାନଙ୍କ ପରି ଚଳିତ ବର୍ଷ ରେ ମାଲକାନଗିରି ମହିଳା ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଅଧ୍ୟାପକ/
ଅଧ୍ୟାପିକାଙ୍କ ସହିତ ଶତାଧିକ ଛାତ୍ରୀ ସାଧୁତା ଓ ସଚ୍ଚୋଟତା ପୂର୍ଣ୍ଣ ଜୀବନ ଯାପନ କରିବାପାଇଁ ଶପଥ ଗ୍ରହଣ କରିଥିଲେ। ଶପଥ ପାଠ କରାଇଥିଲେ
ଅଧ୍ୟାପକ ଶ୍ରୀକାନ୍ତ କୁମାର ସାମଲ ଓ ତାଙ୍କୁ ସାହାଯ୍ୟ କରିଥିଲେ ପ୍ରଶାନ୍ତ କୁମାର ଶତପଥୀ।ପରେପରେ ସେଠାରେ ଅନୁଷ୍ଠିତ ହୋଇଥିଲା ଦୁର୍ନୀତି ନିବାରଣ ସମ୍ବନ୍ଧୀୟ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତା,ଯେଉଁଥିରେ ଅଂଶ ଗ୍ରହଣ କରିଥିଲେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ।
୨୦୨୫ ବର୍ଷ ଲାଗି ସ୍ଥିରୀକୃତ ଶୀର୍ଷକ,
“ଦୁର୍ନୀତି ନିବାରଣ: ଆମ ସାମୁହିକ ଦାୟିତ୍ଵ” ଉପରେ ଆଧାରିତ ପ୍ରବନ୍ଧ,ତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତାକୁ ସଂଚଳିତ
କରିଥିଲେ, ଅଧ୍ୟକ୍ଷ ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ଜେନା,ଅଧ୍ୟାପକ ଡଃ. ସରୋଜ କୁମାର ଦାଶ, ଶ୍ରୀ କୃଷ୍ଣ ସେଠୀ ଓ ଅଧ୍ୟାପିକା ଡଃ. ଗାୟତ୍ରୀ ଜେନା।
ଶୀର୍ଷକ ସଂପର୍କରେ ସବିଶେଷ ଆଲୋଚନା କରିଥଲେ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ଜେନା ଓ ଅଧ୍ୟାପକ ଡଃ ସରୋଜ କୁମାର ଦାଶ। ଉଦଯାପନୀ ଉତ୍ସବରେ କୃତି ଛାତ୍ର ଛାତ୍ରୀ ମାନଂକୁ
ପ୍ରଶାସନ ତରଫରୁ ପ୍ରତିବର୍ଷ ପରି
ପୁରସ୍କୃତ କରାଯିବ।

Leave a Reply

Your email address will not be published. Required fields are marked *