ତିହିଡି ଅଞ୍ଚଳର ଦୁଃଖିନୀ ଭଉଣୀର ସିନ୍ଦୂର ରକ୍ଷା ପାଇଁ ଅର୍ଥ ସାଜିଛି ବାଧକ। ଆପଣଙ୍କର ଏକ ଛୋଟ ସାହାଯ୍ୟ ଭଉଣୀ ମଥାର ସିନ୍ଦୂର ରକ୍ଷା କରିପାରିବ।

* ଭଦ୍ରକ,୧୬/୧୧– ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ଦହପାଣିଆ ଗ୍ରାମର ଅଲେଖ ଚନ୍ଦ୍ର ମଲ୍ଲିକଙ୍କ ପୁଅ କରୁଣାକର ମଲ୍ଲିକ ନାଗପୁରରେ ଏକ ଘରୋଇ ସୂତାକଳ କମ୍ପାନୀରେ ଦିନ ମଜୁରିଆ ଭାବେ କାମ କରୁଥିଲେ। ହଠାତ୍ ଗତ ତା-୩୦.୦୭.୨୦୨୧ ରିଖ ଶୁକ୍ରବାର ଦିନ ୧୦ ଟା ସମୟରେ ଗୁରୁତର ଭାବରେ ଅସୁସ୍ଥ ହୋଇ ଚେତା ହରାଇ ବସିଲେ, ତାଙ୍କୁ ନାଗପୁର ମେଡିକାଲ ରେ ଆଡ଼ମିଶନ କରାଗଲା, ଡାକ୍ତରଙ୍କ ପରାମର୍ଶ କ୍ରମେ ବି.ପି ବଢିବା କାରଣରୁ ବ୍ରେନ୍ ହାମରେଜ୍ ହୋଇଛି, ଡାକ୍ତର କହିଛନ୍ତି ଅପରେସନ ବାବଦରେ ୧୦ ରୁ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିବ, ହେଲେ ଅର୍ଥ ଅଭାବ ପାଇଁ ଅପରେସନ ହୋଇ ପାରୁନାହିଁ, ଡାକ୍ତର କହିଛନ୍ତି ଯଥାଶିଘ୍ର ଅପରେସନ କରିବାକୁ ପଡ଼ିବ, ନହେଲେ ପରିସ୍ଥିତି ଅଣାୟତ୍ତ ହୋଇପାରେ। ଏହି ଘଟଣା ଶୁଣି ଛତ୍ରପତି ସେନା ଭଦ୍ରକ ପରିବାର ର କାର୍ଯ୍ୟକର୍ତ୍ତା ମାନେ ତାଙ୍କ ଘରକୁ ଯାଇଥିଲେ ଏବଂ ସକ୍ଷମ ଅନୁସାରେ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଚାଲନ୍ତୁ ବିନ୍ଦୁଏ ବିନ୍ଦୁଏ ଜଳରୁ ଯଦି ସିନ୍ଧୁ ଗଠନ ହେଇ ପାରୁଚି ଆମର ଛୋଟ ସାହାଯ୍ୟ ତାଙ୍କ ଜୀବନ ରକ୍ଷା କରିପାରିବ ତେଣୁ ସମସ୍ତ ଭାଇ ମାନଙ୍କୁ ବିନୀତ ଅନୁରୋଧ ସମସ୍ତେ କିଛି କିଛି ସହଯୋଗର ହାତ ବଢାନ୍ତୁ। Phone pay/gogle pay:-9561283283

Account number:-36751613132

Ifsc :-SBIN000056

ରିପୋର୍ଟ :-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *