ମାଇକଞ୍ଚରେ ଶହୀଦଦିବସ ପାଳିତ
ଟିକିରି, ୧୬।୧୨ ( )କାଶୀପୁର ବ୍ଲକ ମାଇକଞ୍ଚରେ ଅବସ୍ଥିତଶହୀଦ ସ୍ତମ୍ଭ ନିକଟରେ ଶନିବାର ଶହୀଦ ଦିବସ ପାଳିତ ହୋଇଯାଇଛି । କାଶୀପୁର ବ୍ଲକ୍ ବହୁତ ଚର୍ଚ୍ଚିତ ମାଇକଞ୍ଚ ଗୁଳିକାଣ୍ଡରେ ପୋଲିସ ଗୁଳିରେ ମୃତ୍ଯୁବରଣ କରିଥିବାଆଦିବାସୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ପ୍ରକାଶ ଥାଉକି ୧୬ ଡିସେମ୍ବର ୨୦୦୦ ମାଇକଞ୍ଚ ଗ୍ରାମର ଅଭିଳାଷ ଝୋଡ଼ିଆଏବଂ ବାଗ୍ରୀ ଝୋଲା ଗ୍ରାମର ଦାମୋଦର ଝୋଡ଼ିଆ ଓ ରଘୁନାଥ ଝୋଡ଼ିଆ ପୋଲିସ ଗୁଳିରେ ପ୍ରାଣ ହରାଇଥିଲେ। ଏହି ଘଟଣାପରେ ମୃତ ବ୍ୟକ୍ତଙ୍କ ସ୍ମୃତି ଉଦ୍ଦେଶ୍ୟରେ ପରିବାର ଲୋକେ ଓ ଗ୍ରାମବାସୀ ପ୍ରତିବର୍ଷଡିସେମ୍ବର ୧୬କୁ ଶହୀଦ ଦିବସ ରୂପେପାଳନ କରୁଛନ୍ତି । ସେହିପରି

ବାଗ୍ରୀଝୋଲାଗ୍ରାମରେ ମଧ୍ୟ ଶହୀଦ ଦିବସ ପାଳିତ ହୋଇଯାଇଛି । ଓଡ଼ିଶା ଶ୍ରମଜୀବୀ ମଞ୍ଚର ପୀତାମ୍ବର ପ୍ରଧାନ, ପ୍ରଦେଶୀ ମିରଦା, ସସ୍ମିତା ମହାଳିକ, ରୂମତି ବଗ, ସଦା ମାଝି, ଭାଗୀରଥ ସାହୁ, ପାଇକମାଝି, କାଶୀପୁର ଜନ ଆନ୍ଦୋଳନର ନେତା ଶିବରାମ ନାଏକ ଭାଗନେଇ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଶ୍ରଦ୍ଧାଞ୍ଜଳି ଦେଇଥିଲେ।
କାଶୀପୁର ରୁ ରଞ୍ଜନ କୁମାର ବିଡ଼ିକା ଙ୍କ ରିପୋର୍ଟ ତୀର୍ଥେକ୍ଷେତ୍ର
