ଶିକ୍ଷ୍ୟାବିତ ଗଙ୍ଗାଧର ଦାଶଙ୍କ ଶ୍ରଦ୍ଧାଞ୍ଜଳୀ ସଭା
– ଜଗତସିଂହପୁର ଜିଲ୍ଲା ଅଲଣାହାଟ ହାଇସ୍କୁଲ ର୍ ପ୍ରବୀଣ ଶିକ୍ଷ୍ୟାବିତ ସ୍ବର୍ଗତ ଗଙ୍ଗାଧର ଦାଶଙ୍କ ଚତୁର୍ଦଶାହ ଉପଲକ୍ଷ୍ୟେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଓ ପ୍ରବଚନ କାର୍ଯ୍ୟକ୍ରମ ପ୍ରଫୁଲ ପାଠାଗାରଠାରେ ଅନୁଷ୍ଠିତ ହୋଇଯାଇଛି I ପାଠାଗାରର ସଭାପତି ରବିନ୍ଦ୍ରନାଥ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ଯୋଗଦେଇ ସ୍ବଦେଶ ପଟ୍ଟନାୟକ, ସାରସ୍ୱତ ପରିଷଦର ଅଧ୍ୟକ୍ଷ୍ୟ ହିମାଂଶୁ ଆଚାର୍ଯ୍ୟ, ନବକାକଳିର ସମ୍ପାଦକ ସୁରେନ୍ଦ୍ରନାଥ ତ୍ରୀପାଠୀ ସେମାନଙ୍କ ବକ୍ତବ୍ୟରେ କହିଥିଲେ ଯେ ଅନେକ ସୁଗୁଣ ଓ ସୁକର୍ମର ଅଧିକାରୀ ଥିଲେ ବୋଲି କହିବା ସହିତ ତାଙ୍କପରି ବ୍ୟକ୍ତି ଆଜିର ଦୁନିଆରେ ବିରଳ ବୋଲି କହିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ତାଙ୍କର ସୁପୁତ୍ର ଅବସର ପ୍ରାପ୍ତ ଆୟକର ବିଭାଗ କମିଶନର ପ୍ରସନ୍ନ ଦାଶ, ଅଧ୍ୟାପକ ଲଷ୍ମୀଧର ପ୍ରଧାନ, ଶିକ୍ଷ୍ୟାବିତ ସତ୍ୟବାଦୀ ଦାଶ, ନୀଳକଣ୍ଠ ମିଶ୍ର, ସତ୍ୟବାଦୀ ସାହୁ, ବଂଶୀଧର ବେହେରା, ରାଜେନ୍ଦ୍ର ପ୍ରସାଦ ମହାନ୍ତି, ଚନ୍ଦ୍ରଶେଖର ରାୟ, ରମେଶ ସାହୁ, ଶିକ୍ଷ୍ୟୟତ୍ରୀ ସୌଦାମିନୀ ରାୟ, ଶେଷଦେବ ଛୋଟରାୟଛାତ୍ର, ସରୋଜକାନ୍ତ ସାହୁ, ସଞ୍ଜୟ କୁମାର ସାମନ୍ତସିଂହାର, ପ୍ରମୁଖ ସ୍ମୃତିଚାରଣ କରି ସ୍ବର୍ଗତ ଗଙ୍ଗାଧର ସାର ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ ବୋଲି ମତଦେଇଥିଲେ I ଏହି ଅବସରରେ ସ୍ମୃତି ସଭା ପରେ ଚିନ୍ମୟ ମିଶନ ଓଡିଶା ମୁଖ୍ୟ ସ୍ୱାମୀ ସଦାନନ୍ଦ ସରସ୍ବତୀ ଜୀବ, ଆତ୍ମା ଓ ପରମାତ୍ମାଙ୍କ ଉପରେ ପ୍ରବଚନ ଦେଇଥିଲେ I ଶେଷରେ ପାଠାଗାରର ସମ୍ପାଦକ ସୁରେନ୍ଦ୍ର ରାୟ ଧନ୍ୟବାଦ ଦେଇଥିଲେ
