ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ କନକ ଲତା ରଣlଙ୍କ ଅକାଳ ବିୟୋଗ
ଆନନ୍ଦପୁର ଘଷିପୁରା ବ୍ଲକ ଅନ୍ତର୍ଗତ ଦେଓଗାଁ ପଞ୍ଚାୟତ ହାତୀ ସୀଳା ଗ୍ରାମ ର ବିଶିଷ୍ଟ ବ୍ୟବସାୟୀ ବରିଷ୍ଟ ସମାଜସେବୀ ପ୍ରାକ୍ତନ ଛାତ୍ର ନେତା ତଥା ଆନନ୍ଦପୁର କଲେଜ ଛାତ୍ର ସଂସଦ ର ପୂର୍ବତନ ସଭାପତି ରାଧା ଶ୍ୟାମ ରଣା ଙ୍କ ଧର୍ମପତ୍ନୀ ମହିୟସୀ ମହିଳା ମିଷ୍ଠ ଭାଷୀ ମେଳା ପି ପର ଉପକାରୀ ସମସ୍ତ ଙ୍କ ର ସ୍ନେହୀ ଆଉ ମଣିଷ ପ୍ରେମୀ କନକ ଲତା ରଣା ଙ୍କ ଅକାଳ ବିୟୋଗରେ ସବୁ ମର୍ମାହତ ଆଉ ଚାରି ଆଡେ଼ ତାଙ୍କୁ ନେଇ ଗଭୀର ଶୋକ ର ଛାୟା ଖେଳି ଯାଇ ଅଛି।ଗତ କାଲି ଅପରାହ୍ନ ରେ ଦେହ ଆଗରୁ ଖରାପ ଥିଲେ ବି ସୁସ୍ଥ ଥାଇ ହଟାତ ସମସ୍ତଙ୍କ ସାମ୍ନା ରେ ଶେଷ ର ନିଃଶ୍ୱାସ ବି ତ୍ୟାଗ କରି ଥିଲେ।ଶେଷ ସମୟରେ ସ୍ବର୍ଗତ କନକଲତା ଙ୍କ ଶାଶୁ ବର୍ଷୀୟାନ ସମାଜସେବୀ କା ମନ୍ଦୋଦରୀ ରଣା ଙ୍କ ସହ ସ୍ବାମୀ ରାଧେଶ୍ୟାମ ଏକ ମାତ୍ର ପୂତ ରୁଦ୍ର ଓ ଦୁଇ ଝିଅ ବନ୍ଧୁ ପରିବାର ଗଣ ସବୁ ଉପସ୍ଥିତ ଥିଲେ। ତତକାଳ ମୃତ୍ୟୁ ର ଖବର ପାଇ ବହୁ ମାନ୍ୟ ଗନ୍ୟ ବ୍ୟକ୍ତି ଙ୍କ ସମେତ ବରିଷ୍ଟ ବିଜେପି ନେତା ଶ୍ରୀ ଶମ୍ଭୁନାଥ ରାଉତ ଙ୍କ ସହ ଆଇନ୍ ଯିବି ବିଚିତ୍ର କୁମାର ଚକ୍ର ଓ ପ୍ରଣବ ପୁହାଣ ଦିଲ୍ଲୀପ ଜେନା ଭଗି ମହାରଣା ଦୀପକ ଜେନା ଶ୍ରୀ ଅନାଦି ସାହୁ ଅମିୟ ଚକ୍ର ଉଦ୍ୟୋଗୀ ପ୍ରଦୀପ ପଣ୍ଡା ସ୍ଥାନୀୟ ସରପଂଚ ଶ୍ରୀ ସତ୍ୟ ରଞ୍ଜନ ଭୂୟାଁ ବରିଷ୍ଟ ବିଜେଡି ନେତା ଦେବାଶିଷ ପାତ୍ର ପୂର୍ବତନ ସରପଞ୍ଚ ପରେଶ୍ କୁଅଁର ପ୍ରମୁଖ ବି ଉପସ୍ଥିତ ରହି ଶେଷ ଦର୍ଶନ ପରେ ସ୍ବର୍ଗତ କନକଲତା ଙ୍କ ଶୋଭା ଯାତ୍ରା ରେ ଯାଇ ସ୍ଥାନୀୟ ନଈ କୋସେଇ ଘାଟରେ ଶେଷ କୃତ୍ୟ ସମୟରେ ବି ଯୋଗ ଦାନ କରି ଥିଲେ ଅତ୍ୟଧିକ ଉକ୍ତ ଘଟଣା ରେ ମ୍ରିୟମାଣ ଅବସ୍ଥା ରେ ଅସୁସ୍ଥ ଥାଇ ବି ବରିଷ୍ଟ ବିଜେପି ନେତା ଭଗବାନ ସାହୁ ଘଟଣା ସ୍ଥଳ ରେ ପହଞ୍ଚି ଶୋକ ବ୍ୟକ୍ତ କରି ଥିବା ବେଳେ ଦୁରୁରୁ ତାଙ୍କ ବାସ ଭବନ ରୁ ଆଣ୍ଠୁ ଅସ୍ତ୍ରୋପଚାର ଅବସ୍ଥା ରେ ଥାଇ ନ ଆସି ପାରି ବରିଷ୍ଠ ବିଜେପି ନେତା ଶ୍ରୀଯୁକ୍ତ ଗୋଲକ ବିହାରୀ ଜେନା ବି ନିଜର ଶୋକ ବାର୍ତ୍ତା ପ୍ରକାଶ କରିଛନ୍ତି।ଶେଷ କୃତ୍ୟ ସମୟରେ ସେଇ ନିଜ ର ରାଧେଶ୍ୟାମ ଙ୍କ ଏକ ମାତ୍ର ପୁତ୍ର ରୁଦ୍ର ପ୍ରତାପ ମା କନକ ଙ୍କୁ ମୁଖାଗ୍ନି ପ୍ରଦାନ ବି କରି ଥିଲେ।
