ମହାନ୍ ସଂଘ ତରଫରୁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଡ ମନମୋହନ ସିଂ ଙ୍କ ଶୋକ ସଭା
ବ୍ରହ୍ମପୁର ୨୮/୧୨ଜଣେ ବିଶିଷ୍ଟ ଶିକ୍ଷାବିତ,ପ୍ରବୀଣ ଅର୍ଥନୀତିଜ୍ଞ, ସୂ ଶାସକ, ସରଲ ମଣିଷ ଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ ମନମୋହନ ସିଂହ, ଗତ କାଲି ରାତ୍ର ତାଙ୍କରି ବିୟୋଗ ରେ ସାରା ଦେଶ ମର୍ମାହତ। ଭାରତ ସହ, ବିଶ୍ବ ଜଣେ ବିଦ୍ୱାନ ଅର୍ଥନୀତିଜ୍ଞ କୁ ହରାଇଲା ବୋଲି ଆଜି ମହାନ୍ ସଂଘ ହିଲ ପାଟଣା ସ୍ଥିତ କାର୍ଯ୍ୟଳୟରେ ସଙ୍ଘ୍ ତରଫରୁ ଅନୁଷ୍ଠିତ ଶୋକ ସଭାରେ ବକ୍ତା ମାନେ ମତବ୍ୟକ୍ତ କରିଥିଲେ। ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଶୋକ ସଭାରେ ଶ୍ରୀ ହରିକୃଷ୍ଣ ମିଶ୍ର, ଆଦିତ୍ୟ ନାରାୟଣ ରଥ, ଶ୍ରୀମତି ସାଧନା ପାଢ଼ୀ, ତପନ ଜେ ପଣ୍ଡା, ପ୍ରକାଶ ଚନ୍ଦ୍ର ଭାଯାନୀ, ଧର୍ମେନ୍ଦ୍ର ପାଢ଼ୀ, ସୁପ୍ରଜିତ କୁମାର ସାହୁ, ପ୍ରଦୀପ କୁମାର, ଶ୍ରୀକାନ୍ତ ସାବତ, ରାଇ ରଞ୍ଜନ ନନ୍ଦ, ଅନନ୍ତ ରାମ ପ୍ରଧାନ, ପି. କେ. ଦାଶ, ରବି କୁମାର ଙ୍କ ସମେତ ବହୁ ସଦସ୍ୟ ଅଂଶ ଗ୍ରହଣ କରିଥିଲେ। ପ୍ରଥମେ ଦୁଇ ମିନଟ ନୀରବ ପ୍ରାର୍ଥନା କରାଯାଇ ସ୍ୱର୍ଗତ ଆତ୍ମାର ସଦ୍ ଗତି କାମନା କରାଯାଇଥିଲା
