ସାହି ମୁରବୀଙ୍କ ବିୟୋଗରେ ଶୋକ

ସାହି ମୁରବୀଙ୍କ ବିୟୋଗରେ ଶୋକ।କୋଣାର୍କ:- କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନ ୱାର୍ଡ ନଂ -୯ ମାଉସୀମା ସାହିର ମୁରବୀ ତଥା ନିଖିଳ ଉତ୍କଳ ବିଶ୍ୱକର୍ମା ସମିତି,ଗୋପ ଶାଖାର ମୁଖ୍ୟ ଉପଦେଷ୍ଟା ନକୁଳ ଓଝାଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ସ୍ବର୍ଗତ ଓଝା ଜଣେ ଅତନ୍ତ୍ୟ ମେଳାପି, ମିଷ୍ଟଭାଷୀ ତଥା ପରୋପକାରୀ ବ୍ୟକ୍ତି ଥିଲେ। ଦୀର୍ଘଦିନ ଧରି ସେ ଅସୁସ୍ଥତା ଥାଇ ଗତ ଶୁକ୍ରବାର ଅପରାହ୍ନରେ ମୃତ୍ୟୁବରଣ କରିଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ସ୍ଥାନୀୟ କାଉନସିଲ ସୌମ୍ୟ ସୌରଭ ଦାଶଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବରିଷ୍ଟ ମୂରବୀ ବ୍ୟକ୍ତି ମାନେ ସ୍ୱର୍ଗତ ଓଝାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ପ୍ରଦାନ କରିଥିବା ଦେଖିବାକୁ ମିଳିଥିଲା। ସ୍ୱର୍ଗତ ଓଝାଙ୍କ ଅକାଳ ବିୟୋଗରେ ନିଖିଳ ଉତ୍କଳ ବିଶ୍ୱକର୍ମା ସମିତି, ଗୋପ ଶାଖାର ସଭାପତି ମଙ୍ଗରାଜ ମହାରଣା ସମେତ ସମସ୍ତ ସଦସ୍ୟ ଶୋକପ୍ରକାଶ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଥିଲେ। ପରି ଶେଷରେ ଓଝାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ପୁରୀ ସ୍ବର୍ଗଦ୍ବାର ଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ବେଳେ ଏକ ମାତ୍ର ପୁତ୍ର ଚିତ୍ତରଞ୍ଜନ ଓଝା ମୁଖାଗ୍ନୀ ଦେଇଥିବା ବେଳେ ଶେଷ ସମୟରେ ପତ୍ନୀ ,ଝିଅ, ଜ୍ବାଇଁ, ବନ୍ଧୁ ପରିବାର ବର୍ଗ ଉପସ୍ଥିତ ରହିଥିଲେ। 

Leave a Reply

Your email address will not be published. Required fields are marked *