ମା ମନଶା ଙ୍କ ପୂଜାରେ ଦୁଲୁକୁଛି ଗଡ଼ହରିଶ ପୁର l

ଏରସମା:ମା ମନସା ଦେବୀଙ୍କ ପ୍ରସିଦ୍ଧ ଓ ମହିମା ଯୋଗୁଁ ରାଜ୍ୟ ଓ ରାଜ୍ୟ ବାହାରୁ ଛୁଟିଆସନ୍ତି ହଜାର ହଜାର ଭକ୍ତଶ୍ରଦ୍ଧାରୁ ମା ମନସା ଦେବୀଙ୍କ ପୂଜାର୍ଚ୍ଚନା, ସାଂସ୍କୃତିକ କାର୍ଯ୍ୟକ୍ରମ ଦୀପଣିମାଳରେ କିଣାବିକାର ଆସର ସାଙ୍ଗକୁ ଫାଟି ପଡୁଛି ସାରାଅଞ୍ଚଳ l ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା, ଏରସମା ବ୍ଲକ, ଗଡ଼ହରିଶପୁରରେ l ଦକ୍ଷିଣ ଏରସମାର ଗଡ଼ହରିଶପୁର ଦୁର୍ଘ ୪୦ବର୍ଷତଳୁ ମା ମନସା ଦେବୀଙ୍କ ପୂଜା ମହୋତ୍ସବ ଅନୁଷ୍ଠିତ ହୋଇ ଆସୁଛି l ୧୯୯୯ମସିହା ମହାବାତ୍ୟା ପରଠାରୁ ଗଡ଼ହରିଶପୁରର ୯ଟିୱାର୍ଡର ଲୋକଙ୍କ ପ୍ରତେକ୍ଷ ତତ୍ୱବଧାନରେ ମା ମନସା ଦେବୀଙ୍କ ପୂଜା ମହୋତ୍ସବ ଜାକଜମକରେ ପାଳନ କରାଯାଉଛି l  ଜାନୁଆରୀ ୧୭ ତାରିଖରୁ ୨୨ତାରିଖ ଛଅଦିନ ପଯ୍ୟନ୍ତ ଏହି ମହୋତ୍ସବ ଆୟୋଜିତ ହେଉଥିବା ବେଳେ ଗତ କାଲି ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ଙ୍କ ଗହଣରେ ମା ମନସା ଠାକୁରାଣୀଙ୍କ ପୂଜାର୍ଚ୍ଚନା କରାଯାଇଛି l ପ୍ରାତରୁ କଳସ ଶୋଭାଯାତ୍ରା, ଘଟସ୍ଥାପନ, ସ୍ୱର୍ଯପୂଜା ସହ ବୈଦିକ ପୂଜାର୍ଚ୍ଚନା କରାଯାଇଛି l ରାତ୍ରରେ ମାଙ୍କ ଆଳତୀ ଦର୍ଶନ ପାଇଁ ହଜାର ହଜାର ଭକ୍ତଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିଣ ହୋଇଥିଲା l ମା ମନସା ଦେବୀଙ୍କ ବିଶେଷ ମହିମା ରହିଛି ବୋଳି ଲୋକଙ୍କ ବିଶ୍ୱାସ ରହିଛି l ଏଥି ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ କୋଣଅନୁକୋଣ ସମେତ ପଡୋଶୀ ପଶ୍ଚିମବଙ୍ଗ, ଆନ୍ଦ୍ରପ୍ରଦେଶ, ଝାଡ଼ଖଣ୍ଡ ରାଜ୍ୟରୁ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ଭିଡ଼ ଜମାନ୍ତି ଏଠାରେ ମା ମନସା ଦେବୀଙ୍କୁ ପୂଜାକରି ଯେ କୋଣସି ମାନସିକ ରଖିଲେ ତାହା ପୂରଣ ହୋଉଥିବାର ବିଶ୍ୱାସ ରହିଛି l ମା ମନସା ଦେବୀଙ୍କ ପୂଜାର୍ଚ୍ଚନା ସହ ସନ୍ଧ୍ୟାରେ ସନ୍ଧ୍ୟା ଆଳତୀ ଦର୍ଶନର ବିଶେଷ ମହିମା ରହିଅଛି l ମା ଙ୍କର ଭୋଗ ହେଉଛି ବାସା ଭୋଗ l

Leave a Reply

Your email address will not be published. Required fields are marked *