ନିମାପଡ଼ା ଗଡ଼ଅଣ୍ଡିଆରେ ଗଜଲକ୍ଷ୍ମୀ ପୂଜା ପାଳିତ।

ନିମାପଡ଼ା ପୁରୀ ଜିଲ୍ଲା ନିମାପଡ଼ା ଗଡ଼ଅଣ୍ଡିଆ ଠାରେ 70 ତମ ଗଜଲକ୍ଷ୍ମୀ ପୂଜା ମହାଆଡ଼ମ୍ବରେ ପାଳିତ ହେଉଛି।କୁମାର ପୂର୍ଣ୍ଣିମା ଦିନ କୁଶଭଦ୍ରା ନଦୀରୁ ପାରମ୍ପାରିକ ରୀତିନୀତି ଅନୁସାରେ ପାଣିତୋଳା କାର୍ଯ୍ୟ ସମ୍ପାଦନ ହୋଇ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା।ମାଙ୍କ ଆଗମନରେ ଚଳଚଞ୍ଚଳ ହୋଇ ଉଠିଛି ନିମାପଡ଼ା ଅଂଚଳ। ବିଭିନ୍ନ ସ୍ଥାନରେ ଚାଲିଛି ମାଙ୍କର ପୂଜାର୍ଚ୍ଚନା। ବିଶେଷ କରି ଗଡ଼ଅଣ୍ଡିଆ ପୂଜା କମିଟି 1961 ମସିହାରୁ ମାଙ୍କ ପୂଜା କରି ଆସୁଛନ୍ତି। ବଙ୍ଗୀୟ ମତରେ ମାଙ୍କର ଏଠାରେ ପୂଜାର୍ଚ୍ଚନା କରାଯାଇଥାଏ।ପୂଜା ମଣ୍ଡପକୁ ବିଭିନ୍ନ ଆଲୋକ ମାଳାରେ ସୁସଜ୍ଜିତ କରାଯାଇଛି।ନଅ ଦିନ ଧରି ମା ଭକ୍ତ ମାନଙ୍କୁ ଦର୍ଶନ ଦେବେ।ଗଡ଼ଅଣ୍ଡିଆ ଗ୍ରାମ ମଙ୍ଗଳ ସମିତିର ସମସ୍ତ ସଦସ୍ୟ ମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଛନ୍ତି।ନଅ ଦିନ ଧରି ବିଭିନ୍ନ କ୍ଳବ ସେମାନଙ୍କ ନାଟକ ପରିବେଷଣ କରିବେ। ଏଥରର ମୁଖ୍ୟ ଆକର୍ଷଣ ରହିବେ କଟକର ସେହଁସା ମେଲୋଡି ଡ୍ୟାନ୍ସ ଗ୍ରୁପ।ଆସନ୍ତା ରବିବାର ଅପରାହ୍ନରେ ମାଙ୍କ ପାଖରେ ଅଧରପଣା ଲାଗି କରାଯାଇ ପୂର୍ଣ୍ଣାହୁତି କରାଯାଇ ମାଙ୍କୁ ବିସର୍ଜନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।ଆସନ୍ତା ଶନିବାର ଦିନ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଜଗତସିଂପୁର ସାଂସଦ ବିଭୁପ୍ରସାଦ ତରାଇ କାର୍ଯ୍ୟକ୍ରମରେ ଯୋଗ ଦେବା ସହ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଛି।ଚଳିତ ପୂଜାରେ କର୍ତ୍ତା ଭାବରେ ବିଚିତ୍ରାନନ୍ଦ ପାତ୍ର କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ଗଡ଼ଅଣ୍ଡିଆ ଗ୍ରାମର ନେତୃତ୍ୱ ସୁବାଷ ଚନ୍ଦ୍ର ପାତ୍ର,କିରଣ ପଟ୍ଟନାୟକ,ଦିଲ୍ଲୀପ ପାତ୍ର, ପୁର୍ଣ୍ଣେନ୍ଦୁ ଜେନା,ନିରଞ୍ଜନ ପରିଜା, କ୍ଷିତିଶ ପ୍ରସାଦ ମହାନ୍ତି, ନିର୍ମଳ ପରିଜା, ସ୍ମୁତିରଞ୍ଜନ ଦାସ ପ୍ରମୁଖଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

Leave a Reply

Your email address will not be published. Required fields are marked *