ଗଜପତି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁବରିଷ୍ଠ ସାମ୍ବାଦିକ ସ୍ବର୍ଗତ ନବୀନାନନ୍ଦ ଗନ୍ମାୟତଙ୍କ ୮୭ ତମ ଜୟନ୍ତୀ ଓ ସ୍ମୃତିଚାରଣ ସଭା ।
ଗଜପତି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ନବୀନାନନ୍ଦ ଗନ୍ମାୟତଙ୍କ ୮୭ ତମ ଜୟନ୍ତୀ ଓ ସ୍ମୃତିଚାରଣ ସଭା ।ଗଜପତି ଜିଲ୍ଲା ଗଠନ ଓ ଏହାର ବିକାଶ ରେ ସ୍ବର୍ଗତ ନବୀନାନନ୍ଦ ଙ୍କ ଅବଦାନ ଅତୁଳନୀୟ ।ପାରଳାଖେମୁଣ୍ଡି(ପି: ଏ ନ : ଏସ ) ଗଜପତି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ନବୀନାନନ୍ଦ ଗନ୍ମାୟତଙ୍କ ୮୭ ତମ ଜୟନ୍ତୀ ଓ ସ୍ମୃତିଚାରଣ ସଭା ଆଜି ଶନିବାର ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହ ରେ ଅନୁଷ୍ଟିତ ହୋଇଯାଇଛି । ସଂଘ ର ସଭାପତି ଦ୍ବୀଜେନ୍ଦ୍ରନାଥ ପାଢୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ବରିଷ୍ଠ ଅଧ୍ୟାପକ ଶଙ୍କର ପ୍ରସାଦ ବକ୍ସି ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଗରୁଡ଼ ଧ୍ବଜ ଚୌଧୁରୀ ଓ ସମ୍ମାନୀତ ଅତିଥି ଭାବେ ସ୍ବର୍ଗତ ନବୀନାନନ୍ଦ ଙ୍କ ସୁପୁତ୍ର ବିବେକ ଗନ୍ତାୟତ ସଂଘ ର ସାଧାରଣ ସମ୍ପାଦକ ସାମ୍ବାଦିକ ସରୋଜ ବିର ମଞ୍ଚାସିନ ହୋଇ ଉପସ୍ଥିତ ସହର ର ବହୁ ମାନ୍ୟଗଣ ବ୍ୟକ୍ତି ବିଶେଷ ଓ ବୁଦ୍ଧିଜୀବୀ ଯୋଗ ଦେଇ ସାମ୍ବାଦିକ ସ୍ବର୍ଗତ ନବୀନାନନ୍ଦ ଗନ୍ମାୟତଙ୍କ ୮୭ ତମ ଜୟନ୍ତୀ ଅବସର ରେ ପୁଷ୍ପ ଧୂପ ଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ତାଙ୍କ ସାମ୍ବାଦିକ ଜୀବନ ର ଅଭୁଲା ବିଷୟ ସ୍ମୁତିଚାରଣ କରିଥିଲେ । ଉପସ୍ଥିତ ଅତିଥି ମାନେ ଗଜପତି ଜିଲ୍ଲା ଗଠନ ଓ ଏହାର ବିକାଶ ରେ ସ୍ବର୍ଗତ ନବୀନାନନ୍ଦ ଙ୍କ ଅବଦାନ ଅତୁଳନୀୟ ବୋଲି କହିବା ସହ ଜିଲ୍ଲା ର ବିକାଶ ପାଇଁ ତାଙ୍କ କଲମ ମୁନ ମୃତ୍ୟୁ ପର୍ଯ୍ୟନ୍ତ ଚାଲି ଥିଲା ବୋଲି କହିଥିଲେ ତେଣୁ ତାଙ୍କ ଜୀବନୀ ଜିଲ୍ଲା ପାଇଁ ସ୍ମରଣ ହୋଇ ରହିବ ବୋଲି କହିଥିଲେ । ବରିଷ୍ଠ ସାମ୍ବାଦିକ ତଥା ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ ସ୍ବାଗତ ଭାଷଣ ଦେଇଥିବା ବେଳେ ସେଶରେ ସାଧାରଣ ସମ୍ପାଦକ ସାମ୍ବାଦିକ ସରୋଜ ବିର ଧନ୍ୟବାଦ୍ ଅର୍ପଣ କରିଥିଲେ । ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଏହି ଭଳି ମହାନ ବ୍ୟକ୍ତିତ୍ୱ ର କାର୍ଯ୍ୟକ୍ରମ ହାତକୁ ନେଇ କରିଥିବାରୁ ସହର ବାସୀ ଙ୍କ ପକ୍ଷରୁ ସଂଘ କୁ ସାଧୁବାଦ ଜଣାଇଛନ୍ତି।
