କୋଣାର୍କରେ ଗାନ୍ଧୀ ଶିଳ୍ପ ବଜାର ପ୍ରଦର୍ଶନୀ ମେଳା

କୋଣାର୍କ – କୋଣାର୍କ ସ୍ଥିତ ଅର୍ବାନହାଟ ପରିସରରେ ଭାରତ ସରକାରଙ୍କ ହସ୍ତଶିଳ୍ପ ବିକାଶ ଆୟୁକ୍ତ ଓ ରାଜ୍ୟ ସରକାରଙ୍କ ହସ୍ତଶିଳ୍ପ ବିଭାଗ ମିଳିତ ସହଯୋଗରେ ଓଡିଶା ଖଦୀ ଓ ଗ୍ରାମୋଦ୍ଯୋଗ ସଂଘ, ଭୁବନେଶ୍ବର ଆନୁକୁଲ୍ୟରେ ୭ଦିନିଆ ସର୍ବଭାରତୀୟ ଗାନ୍ଧୀ ହସ୍ତଶିଳ୍ପ ପ୍ରଦର୍ଶନୀ ମେଳା ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ କୋଣାର୍କ ଏନଏସି ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ, ଜାତୀୟ ପୁରସ୍କାର ପ୍ରାପ୍ତ ପଟ୍ଟଶିଳ୍ପୀ ଗୁରୁ ଶରତ ଚନ୍ଦ୍ର ପ୍ରଧାନ, ରାଜ୍ୟ ହସ୍ତଶିଳ୍ପ ବିକାଶ ଆୟୁକ୍ତର ସହାୟକ ନିର୍ଦେଶକ ଭୂବନ ଭାସ୍କର ଓ ରାଜ୍ୟ ହସ୍ତଶିଳ୍ପ ବିକାଶ ଅଧିକାରୀ ପରମେନ୍ଦ୍ର ସିହ୍ନା, ବୀର ଭାରତ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଗାନ୍ଧୀ ଶିଳ୍ପ ବଜାର ମାଧ୍ୟମରେ ହସ୍ତଶିଳ୍ପୀ କାରିଗର ମାନଙ୍କ ଦ୍ଵାରା ପ୍ରସ୍ତୁତ ସାମଗ୍ରୀ ବିକ୍ରି ପାଇଁ ସୁଲଭ ବଜାର ସୃଷ୍ଟି ହେବା ସହ ସେମାନଙ୍କ ଆର୍ଥିକ ଅଭିବୃଦ୍ଧି ବୃଦ୍ଧି ପାଇବା ସହ ଆତ୍ମନିର୍ଭରଶୀଳ ପାଇଁ ମାର୍ଗ ପ୍ରସ୍ତୁତ କରିବ ବୋଲି ଅତିଥିମାନେ ମତବ୍ଯକ୍ତ କରିଥିଲେ। ଏହି ସର୍ବଭାରତୀୟ ଗାନ୍ଧୀ ହସ୍ତଶିଳ୍ପ ପ୍ରଦର୍ଶନୀ ମେଳାରେ କୋଲକତା, ଝାଡଖଣ୍ଡ, ବିହାର, ଓଡିଶା ସମେତ ବିଭିନ୍ନ ରାଜ୍ୟର କାରିଗର ମାନେ ଅଂଶଗ୍ରହଣ କରିଛନ୍ତି। ଏହି ଜାତୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ମେଳାରେ କାରିଗର ମାନଙ୍କ ଦ୍ଵାରା ପ୍ରସ୍ତୁତ ସାମଗ୍ରୀକୁ ନେଇ ୪୦ଗୋଟି ଷ୍ଟଲ ପ୍ରଦର୍ଶିତ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ସମାଜସେବୀ ମିନର୍ଭା ରାଉତ ଓ ଓଡିଶା ଖଦୀ ଓ ଗ୍ରାମୋଦ୍ଯୋଗ ସଂଘର ପ୍ରକଳ୍ପ ଅଧିକାରୀ ବେଣୁଧର ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *