ପରମାଣୁ ଯୁଗ ଆଧୁନିକ ସଭ୍ୟତାର ସୁରକ୍ଷା ମାର୍ଗ ଗାନ୍ଧିଜୀଙ୍କ ଅହିଂସା ବାଣୀ

ପରମାଣୁ ଯୁଗ ଆଧୁନିକ ସଭ୍ୟତାର ସୁରକ୍ଷା ମାର୍ଗ ଗାନ୍ଧିଜୀଙ୍କ ଅହିଂସା ବାଣୀ


ରଘୁନାଥପୁର,ତା୩/୧୦ ରିଖ, ଗାନ୍ଧିଜୀ ଙ୍କ ର ଅହିଂସା ବାଣୀ ସମ୍ପ୍ରତି ପରମାଣୁ ଯୁଗର ଆଧୁନିକ ସଭ୍ୟତାର ସୁରକ୍ଷା ମାର୍ଗ ବୋଲି ଆଜି ରଘୁନାଥପୁର ବ୍ଲକର ପ୍ରେମ୍ କ୍ଲବ ଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ର ପ୍ରତିମୂର୍ତ୍ତି ପୂର୍ବତନ ସାଂସଦ ତଥା କିଟ୍, କିସ୍,,କିମ୍ସ ପ୍ରତିଷ୍ଠାତା ପ୍ରଫେସର ଅଚ୍ୟୁତ ସାମନ୍ତ ଉନ୍ମୋଚନ କରି ଏହା କହିଥିଲେ।ଡ଼.ସାମନ୍ତ ଆହୁରି କହିଲେ ଯେ ଜାତିର ପିତା ମହାତ୍ମା ଗାନ୍ଧି ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ର ଭଗିରଥ ଥିଲେ। ସମାଜରେ ପୂଜ୍ୟପୂଜା କାର୍ଯ୍ୟକ୍ରମ କୁ ତ୍ୱରାନ୍ୱିତ କରିବା ଓ ପରାଧୀନ ଭାରତକୁ ସ୍ବାଧୀନତା କରିବାରେ ଯେଉଁ ମାନଙ୍କ ତ୍ୟାଗ ଓ ବଳିଦାନ ଦେଇଛନ୍ତି ସେମାନଙ୍କ ନିକଟରେ ପ୍ରତ୍ୟେକ ଭାରତୀୟ ଋଣୀ ବୋଲି ଡଃ.ସାମନ୍ତ କହିଥିଲେ। ଏହି କାର୍ଯ୍ୟକ୍ରମରେ ଆଗାମୀ ଓଡ଼ିଶା ପକ୍ଷରୁ ଅନୁଷ୍ଠିତ ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବରେ ଆଗାମୀ ଓଡ଼ିଶା ପ୍ରତିଷ୍ଠାତା ବିଜୟ କୁମାର ସ୍ବାଇଁ ପୌରହିତ୍ୟ କରି ଜାତିର ଜନକ ମହାତ୍ମାଗାନ୍ଧୀ ଙ୍କ ଜୟନ୍ତୀ ଓ ଶ୍ରାଦ୍ଧୋତ୍ସବ ଘରେ ଘରେ ପାଳନ ହେବା ଉଚିତ୍ ଏବଂ ସତ୍ୟ ଓ ଅହିଂସା ଗାନ୍ଧୀବାଦର ମୂଳମନ୍ତ୍ର ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ କିଟ୍ ସମ୍ପାଦକ ମନୋରଞ୍ଜନ ପ୍ରଧାନ, ଜିଲ୍ଲା କୃଷକ ସଂଗଠକ ଇଂ ବାବାଜୀ ଚରଣ ଜେନା, ପ୍ରଧାନ ଶିକ୍ଷକ ନିକୁଞ୍ଜ କିଶୋର ଦାସ, ସମାଜ ସେବୀ ପାର୍ଥସଖା ପାଲ୍ଟାସିଂ, ଶିକ୍ଷାବିତ ସୁରେଶ ଚନ୍ଦ୍ର ରାଉତ, ଶିକ୍ଷାବିତ ପ୍ରଣତି ଲତା ଦାସ, ପୂର୍ଣ୍ଣିମା ମିଶ୍ର, ବରିଷ୍ଠ ପୋଲିସ ଅଧିକାରୀ ରଞ୍ଜନ କୁମାର ମହାପାତ୍ର ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦେଇ ମହାତ୍ମାଗାନ୍ଧୀ ଙ୍କ ଜିବନୀ ଉପରେ ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ। ଏଠାରେ ପ୍ରକାଶ ଥାଉ କି ଏହି ଉତ୍ସବରେ ଆଗାମୀ ଓଡ଼ିଶା,ରଘୁନାଥପୁର ପ୍ରେସ୍ କ୍ଲବ, ଚାନ୍ଦପୁର ଗ୍ରାମବାସୀ , ଜ୍ୟୋତି ମହାସଂଘ, ଗଣେଶ ଯୁବକ ସଂଘ, ଶିରିଡ଼ି ସାଇ ସେବା ପ୍ରତିଷ୍ଠାନ ପକ୍ଷରୁ ଡଃ ଅଚ୍ୟୁତ ସାମନ୍ତଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଶେଷରେ ଅଶୋକ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *