କୋଣାର୍କ ଅର୍ବାନହାଟରେ ଗାନ୍ଧୀ ଶିଳ୍ପ ବଜାର
କୋଣାର୍କ ଅର୍ବାନହାଟରେ ଗାନ୍ଧୀ ଶିଳ୍ପ ବଜାର
କୋଣାର୍କ – କୋଣାର୍କ ଅର୍ବାନହାଟରେ ଭାରତ ସରକାରଙ୍କ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରାଳୟ ସହଯୋଗରେ ଗାନ୍ଧୀ ଶିଳ୍ପ ବଜାର ହସ୍ତଶିଳ୍ପ ପ୍ରଦର୍ଶନୀ ଶୁଭ ଉଦଘାଟନ ହୋଇଯାଇଛି।

କୋଣାର୍କର ଅଗ୍ରଣୀ ମହିଳା ସମବାୟ ସଂସ୍ଥା ଅର୍କକ୍ଷେତ୍ର ବହୁମୁଖି କୋ ଅପରେଟିଭ୍ ସୋସାଇଟି ମୁଖ୍ୟ ମିନର୍ଭା ରାଉତଙ୍କ ତତ୍ତ୍ଵାବଧାନରେ ୧୭ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ୭ ଦିନ ଧରି ଆୟୋଜିତ ଏହି ହସ୍ତଶିଳ୍ପ ପ୍ରଦର୍ଶନୀ କୁ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ଭୁବନେଶ୍ଵର ହସ୍ତଶିଳ୍ପ ପ୍ରମୋସନ୍ ଅଧିକାରୀ ପରମେନ୍ଦ୍ର ସିହ୍ନା ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ କୋଣାର୍କ ଗୋପ ଉନ୍ନୟନ ପରିଷଦ ସଭାପତି ଭାସ୍କର ସେଠ, ଯୁବନେତା ନିହାର ରଞ୍ଜନ ବେଉରା, ଅର୍ବାନ ହାଟ ପରିଚାଳକ ପ୍ରଦୀପ କୁମାର ମିଶ୍ର ପ୍ରମୁଖ ଯୋଗଦେଇ କାରିଗର ଓ ଶିଳ୍ପୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ହସ୍ତଶିଳ୍ପ ପ୍ରଦର୍ଶନୀରେ ଓଡ଼ିଶାର ୪୦ ଜଣ କାରିଗର ସେମାନଙ୍କର କତା ତିଆରି, ମାଟି ତିଆରି, କଣ୍ଢେଇ କାମ, ଖୋଦେଇ କାମ, ପେଣ୍ଟିଂ, ଚୁଡ଼ି , ସବାଇ ଘାସ, ପଥର କାମ, ଶାମୁକା, ଚାନ୍ଦୁଆ ତିଆରି ଆଦି ହସ୍ତଶିଳ୍ପ ପ୍ରଦର୍ଶନୀ କରିଛନ୍ତି।
