ଗାନ୍ଧୀ ପ୍ରତିମୂର୍ତ୍ତି ଉନ୍ମୋଚିତ

ଗାନ୍ଧୀ ପ୍ରତିମୂର୍ତ୍ତି ଉନ୍ମୋଚିତ
ଗୋପ – ଗୋପ ବ୍ଲକ ଅନ୍ତର୍ଗତ ବଉଲାଙ୍ଗ ପଞ୍ଚାୟତରେ ଥିବା ଦେଶବନ୍ଧୁ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଜାତିର ଜନକ ଭାବେ ପରିଚିତ ମହାପୁରୁଷ ମୋହନ ଦାସ କରମ୍ ଚାନ୍ଦ ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି। ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ କମିଟି ପକ୍ଷରୁ ଏହି ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ଅତିଥି ଭାବେ ବିଧାୟକ ତୁଷାରକାନ୍ତି ବେହେରା, ସାଂସଦ ପ୍ରତିନିଧି ରାଜଲକ୍ଷ୍ମୀ ନାୟକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଜ୍ୟୋତି ରଞ୍ଜନ ନାୟକ ପ୍ରମୁଖ ଯୋଗ ଦେଇଥିଲେ।

ଗାନ୍ଧୀ ସ୍ମୃତି କମିଟି ଧନେଶ୍ଵର ବେଉରା, ଆବାହକ ପ୍ରମୋଦ କୁଅଁର, କୋଷାଧ୍ୟକ୍ଷ ଭୀମସେନ ଜେନା ଓ ପୁରାତନ ଛାତ୍ରଛାତ୍ରୀ କମିଟି ସଭାପତି କମଳାକାନ୍ତ କୁଅଁର ପ୍ରମୁଖଙ୍କ ସହଯୋଗରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇଥିବା ବେଳେ ପ୍ରଭାକର ପାତ୍ର, କାଳନ୍ଦୀ ସାହୁ, ସନାତନ ସାହୁ, ସନ୍ତୋଷ ରାଉତ୍, ଦିଲୀପ ଓଝ, ବାନମ୍ବର୍ ସାହୁ, ଭ୍ରମରବର ବାରିକ, ନିରଂଜନ ବିଶ୍ଵାଳ, ପୂର୍ଣ୍ଣ ବିଶ୍ଵାଳ, ଶଙ୍କର ସାହୁ ଓ ଶରତ ଦଳାଇ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *