ସୋରଡ଼ା ବଡଗଡ ବନାଞ୍ଚଳ ତରଫରୁ ରେଞ୍ଜର ଅଞ୍ଜନ କୁମାର ନାୟକ ଙ୍କ ତତ୍ତ୍ଵ ଅବଧାନ ରେ ଗଣେଶ ଚତୁର୍ଥୀ ଏକ ଭିନ୍ନ ପ୍ରୟାସ ରେ ଅନୁଷ୍ଠିତ
ଗଞ୍ଜାମ ଜିଲ୍ଲା ସୋରଡ଼ା ବଡଗଡ ବନାଞ୍ଚଳ ତରଫରୁ ରେଞ୍ଜର ଅଞ୍ଜନ କୁମାର ନାୟକ ଙ୍କ ତତ୍ତ୍ଵ ଅବଧାନ ରେ ଗଣେଶ ଚତୁର୍ଥୀ ଏକ ଭିନ୍ନ ପ୍ରୟାସ ରେ ଅନୁଷ୍ଠିତ କରାଯାଇଛି l ଏହି ପୂଜା ଦ୍ଵାରା ଏକ ପେଡ ଗଣେଶ ଜି କେ ନାମ 2.0 ମାଧ୍ୟମ ରେ ଲୋକ ମାନଙ୍କୁ ବୃକ୍ଷ ରୋପଣ କରିବା ପାଇଁ ଅଭିନବ ଢ଼ଙ୍ଗରେ ବାର୍ତ୍ତା ଦେବାରେ ପ୍ରୟାସ କରିଥିଲେ । ପ୍ରତ୍ୟେକ ବର୍ଷ ବନ ବିଭାଗ ତରଫରୁ ଗଣେଶ ପୂଜାରେ ବିନ୍ନ ବିର୍ଣ୍ଣ ଉପାୟରେ ପାଳନ କରିଥାନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେବା ସହ ଦକ୍ଷିଣ ଘୁମୁସର ଅତିରିକ୍ତ ବନଖଣ୍ଡ ଅଧିକାରୀ ପ୍ରଦୀପ କୁମାର ବେହେରା, ପକୃତି ପ୍ରେମୀ ତଥା ସମାଜ ସେବୀ ସୁଲପାଣି ଶତପଥୀ ଯୋଗ ଦେଇଥିଲେ ।ଓଡ଼ିଶାର ପରମ୍ପରା ଓ ଓଡ଼ିଆଙ୍କ ଯାନିଯାତ୍ରା ପର୍ବ ପର୍ବାଣୀ ସବୁଠାରୁ ନିଆରା।ଏଠି ବାର ମାସରେ ତେର ପର୍ବ ପାଳିତ ହେଉଥିବା ବେଳେ ବର୍ତ୍ତମାନ ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ।ଏଣୁ ସୋରଡ଼ା ଅଞ୍ଚଳ ଚଞ୍ଚଳ ହୋଇ ଉଠିଥିବା ବେଳେ ହିନ୍ଦୁ ମାନଙ୍କ ପ୍ରଥମ ଦେବ ବିଘ୍ନ ବିନାଶନ ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ଆଗମନ ପୁର ପଲ୍ଲୀ ଠାରୁ ସର୍ବତ୍ର ଆରମ୍ଭ ହୋଇଛି।ଏଥିରୁ ବାଦ ପଡ଼ିନାହିଁ ସୋରଡ଼ା । ସୋରଡ଼ାର ନେତାଜୀ,ଗୋଲା, ନୂଆଁ, ବଟଗଣେଶ, କଇଠପଲ୍ଲୀ ,ବରାଡ଼ି,ହରିଜନ, କେଉଟ ସାହି ଆଦି ମାନଙ୍କରେ ସୁନ୍ଦର ମୂର୍ତ୍ତି ସାଙ୍ଗକୁ ସମୂହ ପୂଜାର୍ଚ୍ଚନା ବ୍ୟବସ୍ଥା ଅଞ୍ଚଳରେ ପରସ୍ପର ଯୋଡ଼ି ହେବାର ଏକ ମାହୋଲ ସୃଷ୍ଟି ହୋଇଛି। ଏହି ଅବସରରେ ବଡଗଡ ଠାରେ ବିଧାୟକ ନୀଳମଣି ବିଷୋୟୀ ଏବଂ ପ୍ରକୃତି ପ୍ରେମୀ ତଥା ସମାଜସେବୀ ସୁଲପାଣି ଶତପଥୀ,ଦକ୍ଷିଣ ଘୁମ୍ମୁସର ବନଖଣ୍ଡର ଅତିରିକ୍ତ ବନଖଣ୍ଡ ଅଧିକାରୀ ପ୍ରଦୀପ କୁମାର ବେହେରା ଆଦି ଯୋଗ ଦେଇଥିବା ବେଳେ ବଡ଼ଗଡ଼ ବନାଞ୍ଚଳ ଅଧିକାରୀ ଅଞ୍ଜନ କୁମାର ନାୟକଙ୍କ ସୁ ବନ୍ଦୋବସ୍ତ ଆୟୋଜନ କ୍ରମେ ନୂତନ ଦିଶା ଦେଇଥିବା ବେଳେ ଗିରିଜାନନ୍ଦନଙ୍କ ପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ପଲ୍ଲୀରୁ ଦିଲ୍ଲୀ ଏଣୁ ଛୋଟ ଛୋଟ ଗାଁ ସହିତ ବଡ଼ଗଡ଼, ଅସୁରବନ୍ଧ, ସୁରମଣି ଭଳି ପଞ୍ଚାୟତ ମାନଙ୍କରେ ବହୁ ଆଡମ୍ବରରେ ପାଳନ କରାଯାଇଛି ।
