ଜଟଣୀ ବଜାରରେ ପ୍ରଭୁ ଗଜାନନଙ୍କର ଚାଲିଛି ଅପୂର୍ବ ଲୀଳା


ଜଟଣୀର ପର୍ବ କହିଲେ ଏକ ମାତ୍ର ବଡ ପୁଜା ପ୍ରଭୁ ଗଜାନନ ଙ୍କ ପବିତ୍ର ଗଣେଶ ପୂଜା। ଦିର୍ଘ ୧୦ ଦିନ ଧରି ୧୯୵୦୯୵୨୦୨୩ ଠରୁ ୨୯୵୦୯୵୨୦୨୩ ପର୍ଯ୍ୟନ୍ତ ଜଟଣୀର ଗଣେଶ ପାର୍ବଣ ଖୁବ୍ ଧୂମ ଧାମରେ ଚାଲିଛି। ଗଣେଶ ଚତୁର୍ଥୀ ଠାରୁ ଜଟଣୀ ସହର ଚଳଚଞ୍ଚଳ ହୋଇଛି। ଯେପରିକି ମହାରାଷ୍ଟ୍ର ସହର ଜଟଣୀ କୁ ହୋଲ୍ଲାହି ଆସିଲା ଭଳି ଅନୁଭବ କରାଯାଉଛି। ଏହି ପରିପ୍ରେକ୍ଷୀରେ ଚଳିତବର୍ଷ ଜଟଣୀର ପୋଷ୍ଟ ଅଫିସ ଛକ ବ୍ୟବସାୟୀ ସଂଘର ଆନୁକୂଲ୍ୟରେ ପ୍ରଭୁ ଗଜାନନଙ୍କ ପୂଜା ମଣ୍ଡପ ଅତ୍ୟନ୍ତ ଆକର୍ଷଣୀୟ ହୋଇଛି ଯାହା ଶ୍ରଦ୍ଧାଳୁଙ୍କ ଜବରଦସ୍ତ ଭିଡରୁ ଜଣା ଜାଉଛି। ପୋଷ୍ଟଅଫିସ ଛକ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ୨୦ ଫୁଟ ଉଚ୍ଚତା ବିଶିଷ୍ଟ ଗଣପତି ବାବା, ମାତା ଲକ୍ଷ୍ମୀଙ୍କ ସହିତ ସରସ୍ୱତୀ ସମସ୍ତେ ସମସ୍ତଙ୍କ ବାହନ ସହିତ ବିରାଜମାନ କରିଛନ୍ତି। ତାହା ସହିତ ସର୍ବୋଚ୍ଚ ତୋରଣ ସାଙ୍ଗକୁ ଭଳିକି ଭଳି ଏଲ୍‌ଇଡି ଯାନ୍ତ୍ରିକ ଲାଇଟ୍‌ର ଚମତ୍କାରିତା ସ୍ରଧାଳୁଙ୍କ ମନମୁଗ୍ଧ କରୁଛି। ଏତଦବ୍ୟତୀତ ଚନ୍ଦ୍ରାୟନର ଚମତ୍କାରିତା ସହ ବିକ୍ରମ ବେତାଳ ଲ୍ୟାଣ୍ଡର ଓ ବିଭିନ୍ନ ପଶୁପକ୍ଷୀ ଆଦି ଆନିମେସନ୍‌ ଲାଇଟ ଦର୍ଶକଙ୍କୁ ବିମୋହିତ କରୁଛି। ସବୁଠାରୁ ଆକର୍ଷଣୀୟ ଓ ମନୋରମ ହେଉଛି ଗଜାନନଙ୍କ ନିକଟରେ ଶୋଭା ପାଉଥିବା ୫୦ କେଜିର ଲଡୁ। ସେହିପରି ଗଣେଶ ଚତୁର୍ଥୀ ଦିନ ସ୍ଥାନୀୟ ବହୁ ପୁରାତନ ପୁଷ୍କରଣୀ ଠାରୁ ଜଳଯାତ୍ରା ଆରମ୍ଭ ହୋଇ ପୋଷ୍ଟ ଅଫିସଛକ ପୂଜା ମଣ୍ଡପ ପର୍ଯ୍ୟନ୍ତ ବର୍ତ୍ତି ମାନଙ୍କ ଗହଣରେ ଶତାବ୍ଦିକ ଶ୍ରଦ୍ଧାଳୁ ପଦଚାରଣ କରି ମଣ୍ଡପ ପର୍ଯ୍ୟନ୍ତ ପହଞ୍ଚି ଥିଲେ। ପୋଷ୍ଟ ଅଫିସ ଛକ ବ୍ୟବସାୟୀ ସଂଗଠନ ପକ୍ଷରୁ ଶତାଧିକ ସ୍ବେଛାସେବୀ ସହୋଯୋଗ କରିଥିଲେ। ପ୍ରତ୍ୟେକ ଦିନ ଲଘୁଚାପର ବର୍ଷା ଲାଗି ରହିଥିବା ସତ୍ତ୍ୱେ ପୋଷ୍ଟ ଅଫିସଛକ ପୂଜାମଣ୍ଡପରେ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିବା ଦେଖିବାକୁ ମିଳିଥିଲା। ମୋ ଜଟଣୀ, ପୋଷ୍ଟ ଅଫିସ ବଜାର କମିଟି ପୂଜା ମଣ୍ଡପର ମୁଖ୍ୟ ଆକର୍ଷକ ହେଉଛନ୍ତି, ସମ୍ପାଦକ ଶ୍ରୀ ହେମନ୍ତ ସୁନ୍ଦରା। ଶ୍ରୀ ସୁନ୍ଦରାଙ୍କ ଆତ୍ମ ବିଶ୍ଵାସ, ଅକ୍ଳାନ୍ତ ପରିଶ୍ରମ ଅଧବଶାୟ ବଳରେ ପୂଜା ମଣ୍ଡପ ତଥା ପରିବେଷ୍ଟନି ଯଦି ଉଚ୍ଚ ଉଚ୍ଚ କୋଟିର ହୋଇ ଥାଏ କେବଳ
ସୁନ୍ଦରାଙ୍କ ପ୍ରଚେଷ୍ଟା। ପୁଜା ମଣ୍ଡପର ସମସ୍ତ କର୍ମକର୍ତ୍ତା ଏବଂ ସଭାପତି ଶ୍ରୀ ମାନସ ମିଶ୍ରଙ୍କ ଅକ୍ଳାନ୍ତ ପରିଶ୍ରମ ସମାଜ ପାଇଁ ଏକ ଦୃଷ୍ଟାନ୍ତ। ୧୦ ଦିନ ବ୍ୟାପି ସର୍ବଧର୍ମ ସମନ୍ୱୟର ବିଭିନ୍ନ ପ୍ରକାର ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ⁷ହୋଇଛି। ପ୍ରତେକ ଦିନ ସନ୍ଧ୍ୟାରେ ପାରମ୍ପରିକ କାର୍ଯ୍ୟକ୍ରମ ଧାରା ବାହିକ ଭାବେ ଦର୍ଶକ ମନଙ୍କ ମନମୁଗ୍ଧ କରୁଛି।

Leave a Reply

Your email address will not be published. Required fields are marked *