ରୟାଲ କ୍ଳବ ଦ୍ୱାରା ଧୁମଧାମ ରେ ଗଣେଶ ପୂଜା ଅନୁଷ୍ଠିତ l
ଆଠମଲ୍ଲିକ , ଆଠମଲ୍ଲିକ ଏନ ଏ ସି ଅନ୍ତର୍ଗତ ଲକ୍ଷ୍ମୀ ନାରାୟଣ ବଜାର ଛକ ରେ ରୟାଲ କ୍ଳବ ଦ୍ୱାରା ଗଣେଶ ପୂଜା ମହା ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି l ପୂଜକ ଅଭିଷେକ ପାଣିଗ୍ରାହୀ ଙ୍କ ଦ୍ୱାରା ପୂଜା କାର୍ଯ୍ୟ ସମ୍ପନ୍ନ ହୋଇଥିଲା l କର୍ତା ଭାବେ ଦିବ୍ୟ ଦର୍ଶନ ପାଣିଗ୍ରାହୀ ଦାୟିତ୍ୱ ତୁଲାଇ ଥିଲେ l ଆକର୍ଷଣୀୟ ତୋରଣ ସାଙ୍ଗକୁ ପୂଜା ମଣ୍ଡପ ରଙ୍ଗୀନ ଆଲୋକ ମାଳା ରେ ଝଲସୁଥିବା ଦେଖିବାକୁ ମିଳିଛି l ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରତ୍ୟହ ପ୍ରସାଦ ସେବନ ବ୍ୟବସ୍ଥା କରା ଯାଇଛି l ସନ୍ଧ୍ୟା ବେଳେ ପୂଜା ଦେଖିବାକୁ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗୁଛି l ଶୁକ୍ରବାର ସନ୍ଧ୍ୟା ରେ ଭଞ୍ଜନ ସଂକୀର୍ତନ ମଧ୍ୟ ଆୟୋଜନ କରାଯାଇ ଥିଲା l କମିଟି ର ସଭାପତି ଦିନେଶ ବେହେରା, ସମ୍ପାଦକ ବିଶାଲ କୁମାର ରାଜ, ରାଜନ ସାହୁ, ଶକ୍ତି ବେହେରା,ଯୁବରାଜ ବେହେରା, ଜ୍ୟୋତିର୍ମୟୀ ମହାପାତ୍ର, ଚନ୍ଦନ କୁମାର ସ୍ୱାଇଁ, କ୍ରୀଷ୍ଣା ପ୍ରଧାନ, ଦିବ୍ୟ ଦର୍ଶନ ପାଣିଗ୍ରାହୀ,ଶୁଭମ ନାଏକ, ସତ୍ୟଜିତ ପରିଛା, ଗୌରବ ରଣା, ରିତେଶ କୁମାର ବେହେରା, ଙ୍କ ସମେତ କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ l ସେହିପରି ଟେନସନ କ୍ଳବ, ଡେଲଡୋରାଡ଼ କ୍ଳବ, ଡେଞ୍ଜର ୱାରୀୟର କ୍ଳବ, ଡ଼ି ଭାଇନ କ୍ଳବ, କିଙ୍ଗ ଷ୍ଟାର କ୍ଳବ, ୟୁନାଇଟେଡ଼ କ୍ଳବ, ପନିସର କ୍ଳବ, ସିଷ୍ଟମ କ୍ଳବ, ଇ ଲାଇଟ କ୍ଳବ ଭିଲିଆନ କ୍ଳବ, ଜେସି ସି କ୍ଳବ, ଲାୟନ୍ସ କ୍ଳବ ଙ୍କ ସମେତ ବିଭିନ୍ନ ଗ୍ରାମ ରେ ମଧ୍ୟ ଗଣେଶ ପୂଜା ଧୁମ ଧାମ ରେ ଅନୁଷ୍ଠିତ ହେଉଛି l
