ଜଟଣୀ ସହର ଗଣେଶ ଭସାଣୀ ଉତ୍ସବରେରେ ଲକ୍ଷାଧିକ ଲୋକଙ୍କ ଭିଡ
ଜଟଣୀ ସହର ଗଣେଶ ଭସାଣୀ ଉତ୍ସବରେରେ ଲକ୍ଷାଧିକ ଲୋକଙ୍କ ଭିଡ
ଜଟଣୀ ୦୯-୦୯-୨୫ ଜଟଣୀ ସହର ଗଣେଶ ପୂଜା ପାଇଁ ଓଡ଼ିଶା ପ୍ରସିଦ୍ଧ । ଗଣେଶ ଚତୁର୍ଥୀ ଠାରୁ ଆରମ୍ଭ ହୋଇ ଇନ୍ଦୁ ପୂର୍ଣ୍ଣିମା ଦିନ ଏହାର ବିସର୍ଜନ ହୋଇଛି। ଭସାଣୀ ଉତ୍ସବ କମିଟିର ସଭାପତି ତଥା ପୂର୍ବତନ ଶ୍ରୀ ସଂଗ୍ରାମ କେଶରୀ ରାଉତରାୟଙ୍କ ଆବାହକତ୍ୱରେ ସିତାରାମ ଛକରେ ସହରର ୧୦୦ରୁ ଅଧିକ ମେଢ଼ ଏକତ୍ରିତ ହୋଇ ପରମ୍ପରା ଅନୁସାରେ ପୂଜା ବିଧି ସହ ଗୋଟାଏ ପରେ ଗୋଟାଏ ପୂଜା କମିଟି ଶ୍ରୀ ଗଜନାନଙ୍କୁ ଷଣ୍ଢପୁର ସ୍ଥିତ ଅସ୍ଥାୟୀ ପୋଖରୀରେ ବିସର୍ଜନ କରିଥିଲେ । ବାଜା , ଘଣ୍ଟ, ଘୋଡ଼ା ନାଚ, ନାଗା ନାଚ, ପାଇକ ଆଖଡ଼ା,ବୃଷଭ, ସିଂହ , ଭାଲୁ ନାଚ ଓ ରଙ୍ଗୀନ ଆଲୋକ ସାଜସଜ୍ଜା ସହ ଡି ଜେ ର ତାଳେ ତାଳେ ଉଭୟ ପାର୍ଶ୍ବରେ

ଲକ୍ଷାଧିକ ଭକ୍ତଙ୍କ ସମାଗମ ମଧ୍ୟରେ ଜଟଣୀ ନାଗରିକ କମିଟି, କର୍ମ ମଣ୍ଡପ, ବିଜେପି ନଗର କମିଟି , ଜଟଣୀ ନଗର କଂଗ୍ରେସ କମିଟି , ବିଜୁ ଜନତା ଦଳ, ପାଣ୍ଡବ ଜେନା ଫାଉଣ୍ଡେସନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ମାରୱାଡ଼ି ଯୁବ ମଞ୍ଚ ପକ୍ଷରୁ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ମାଗଣା ଜଳଖିଆ ବଣ୍ଟନ କରଯାଇଥିଲା । ଜଟଣୀ ପୌର ପରିଷଦ ଅଧ୍ୟକ୍ଷ ଅନନ୍ତ ବେହେରା, ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ବିଶ୍ବରଂଜନ ବଡ଼ଜେନା, ବିଜେପି ମୁଖପାତ୍ର ସୁଦୀପ୍ତ ରାୟ, ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ, ଜଟଣୀ ନାଗରିକ କମିଟି ସଭାପତି କ୍ୟାପଟେନ ମନ୍ମଥ ରାଉତରାୟ, କଂଗ୍ରେସ ନେତା ଡ ସନ୍ତୋଷ ଜେନା, ସୁନିଲ କୁମାର ରାଉତରାୟ ପ୍ରମୁଖ ବିଭିନ୍ନ ପୂଜା କମିଟିକୁ ସମ୍ବର୍ଦ୍ଧିତ କରିବା ସହ ଗଣପତିଙ୍କ ପୂଜାର୍ଚ୍ଚନା କରିଥିଲେ । ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା । ଶୃଙ୍ଖଳାର ସହ ସୁସଜ୍ଜିତ ମେଢ଼ ଗୁଡ଼ିକ ଯାଇ ବିସର୍ଜନ କରଯାଥିଲା ।
