ପ୍ରଖ୍ୟାତ ଆଇନଜୀବୀ ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଗଙ୍ଗାଧର ମହାପାତ୍ରଙ୍କ ଊନବିଂଶତମ ଶ୍ରାଦ୍ଧବାର୍ଷିକୀ

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଶାର ଜନପ୍ରିୟ ନେତା, ପ୍ରଖ୍ୟାତ ଆଇନଜୀବୀ ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଗଙ୍ଗାଧର ମହାପାତ୍ରଙ୍କ ଊନବିଂଶତମ ଶ୍ରାଦ୍ଧବାର୍ଷିକୀ ସ୍ଥାନୀୟ ଗାନ୍ଧୀ ସ୍ମୃତି ପୀଠ ସଭାଗୃହରେ ଅନୁଷ୍ଠାନର ସଭାପତି ଡକ୍ଟର ନୀଳକଣ୍ଠ ପତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ସୁଶ୍ରୀ ପ୍ରତିମା ପଣ୍ଡା, ଅବସରପ୍ରାପ୍ତ ଜିଲ୍ଲା ଜଜ୍ ତଥା ଅଧ୍ୟକ୍ଷା ସ୍ଥାୟୀ ଲୋକ ଅଦାଲତ, ପୁରୀ ଉଦଘାଟକ, ଶ୍ରୀଯୁକ୍ତ ସନ୍ତୋଷ କୁମାର ସେଠୀ, ଉପନିର୍ଦେଶକ ସୂଚନା ଓ ଲୋକସମ୍ପର୍କ ବିଭାଗ, ପୁରୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ସ୍ୱର୍ଗତ ଗଙ୍ଗାଧର ମହାପାତ୍ରଙ୍କ ଜୀବନୀ ଓ ଆଦର୍ଶ ବିଷୟରେ ଆଲୋକପାତ କରିଥିଲେ। ପ୍ରତିବର୍ଷ ପରି ଚଳିତ ବର୍ଷ ଗଙ୍ଗାଧର ମହାପାତ୍ର ଆଇନ ମହାବିଦ୍ୟାଳୟର ଶ୍ରେଷ୍ଠ ସ୍ନାତକ ୨୦୨୪ ରାଫତ୍ ସାହିନ୍ ଙ୍କୁ ସ୍ମୃତି କମିଟି ପକ୍ଷରୁ ସମ୍ମାନିତ କରାଯାଇଥିଲା। ଏହି ଉତ୍ସବରେ ବାର ଆସୋସିଏସନ ର ସମ୍ପାଦକ ଶରତ କୁମାର ରାୟଗୁରୁ, ରୂପରଞ୍ଜନ ତ୍ରିପାଠୀ, ଡକ୍ଟର ହେମନ୍ତ କୁମାର ଛୋଟରାୟ, ପ୍ରବାସିନୀ ମିଶ୍ର, ଚନ୍ଦ୍ରଶେଖର ମହାରାଣା, ସୀତା ବଲ୍ଲଭ ମହାପାତ୍ର, ରମା ବଲ୍ଲଭ ମହାପାତ୍ର, ଜାନକୀ ବଲ୍ଲଭ ମହାପାତ୍ର, ଲକ୍ଷ୍ମୀବଲ୍ଲଭ ମହାପାତ୍ର, ପୁଷ୍କର ମହାପାତ୍ର, ଶିବପ୍ରସାଦ ମିଶ୍ର, ଗୈାରହରି ପ୍ରଧାନ, ସତ୍ୟବ୍ରତ ରଥ, ନଳିନୀକାନ୍ତ ନାୟକ, ଲାଲା ଅନନ୍ତ କୁମାର ସିଂହ, ମନ୍ଦାକିନୀ ଆଚାର୍ଯ୍ୟ, ସୂର୍ଯ୍ୟନାରାୟଣ ରଥ, ଗଙ୍ଗାଧର ଦାଶ, ରୋହିତ ମହାପାତ୍ର, ରଜତ ସାହିନ୍, ଦିଲ୍ଲୀପ କୁମାର ସାମନ୍ତରାୟ, ଅଶୋକ କୁମାର ରଥ, ଶକ୍ତି ପ୍ରସାଦ ପଟ୍ଟନାୟକ, ମହମ୍ମଦ ସାହେବ, ଲକ୍ଷ୍ମୀଧର ଜେନା, ବିଜୟ କୁମାର ମହାନ୍ତି, ବ୍ୟୋମକେଶ ଚିହ୍ନରା, ପୂର୍ଣଚନ୍ଦ୍ର ସାମନ୍ତ, ରୀତେଶ ମହାପାତ୍ର, ରବିନାରାୟଣ ମହାନ୍ତି, ରାଧାକାନ୍ତ ଦାଶ, ସୁବାସ ଚନ୍ଦ୍ର ମହାପାତ୍ର , ପୁରୀ ବାର ଆସୋସିଏସନ୍ ର ସମ୍ପାଦକ ଶରତଚନ୍ଦ୍ର ରାୟଗୁରୁ, ମିନତି ମିଶ୍ର ପ୍ରମୁଖ ଯୋଗଦେଇଥିଲେ। ପ୍ରାରମ୍ଭରେ ସମ୍ପାଦକ ଚକ୍ରଧର ମହାପାତ୍ର ସମ୍ପାଦକୀୟ ବିବରଣୀ ପଠନ କରିଥିଲେ।ଶେଷରେ ବୀରେନ୍ଦ୍ର ଭୂଷଣ ହୋତା ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରତିବର୍ଷ ପରି ଗଙ୍ଗାଧର ମହାପାତ୍ରଙ୍କ ଜନ୍ମସ୍ଥାନ ବିଶ୍ୱନାଥପୁର ଠାରେ ସ୍ଥାପିତ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ଓ ଗୋପୀନାଥ ଦେବଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ପରେ ଗୋପୀନାଥ ଦେବ ନୋଡାଲ ବିଦ୍ୟାପୀଠରେ ଅନୁଷ୍ଠାନ ପକ୍ଷରୁ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ବିଦ୍ୟାପୀଠ ଉତ୍ସବରେ ଶିକ୍ଷାବିତ ରାଧାକାନ୍ତ ଦାଶ, ସୀତା ବଲ୍ଲଭ ମହାପାତ୍ର, ଜାନକୀ ବଲ୍ଲଭ ମହାପାତ୍ର, ବାସୁଦେବ ସାହୁ, ବିପିନ ବିହାରୀ ଦଳାଇ, ଆଇନଜୀବୀ ପୁଷ୍କର ମହାପାତ୍ର, ବିଦ୍ୟାପୀଠରେ ପ୍ରଧାନ ଶିକ୍ଷକ ଏବଂ ସମସ୍ତ ସହକର୍ମୀ ସହଯୋଗ କରିଥିଲେ।।

Leave a Reply

Your email address will not be published. Required fields are marked *