ଗଣିଆ – ବଡମୂଳ ରାସ୍ତା ନିର୍ମାଣ ଦାବିରେ ଗଣଧାରଣା ଏବଂ ଅନଶନ

ଗଣିଆ – ଗଣିଆ-ବଡମୂଳ ରାସ୍ତା ନିର୍ମାଣ ଦାବିରେ ଛାମୁଣ୍ଡିଆ ବିକାଶ ମଞ୍ଚ ତରଫରୁ ୯ ତାରିଖ ଠାରୁ ଗଣଧାରଣା ଏବଂ ଅନଶନ କରିବାକୁ ଲିଖିତ ଭାବେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ କନ୍ଧମାଳ ସାଂସଦ, ବିଧାୟକ, ତହସିଲଦାର ଥାନା ଅଧିକାରୀଙ୍କ ସମେତ ଜଣାଇଥିଲେ । ସୋମବାର ଦିବା ୯ ଘଟିକା ଠାରୁ ବିକାଶ ମଞ୍ଚର ସଭାପତି ଜୟଦେବ ସାହୁଙ୍କ ନେତୃତ୍ଵରେ ଗଣଧାରଣା ଏବଂ ଅନଶନ ଅନିର୍ଦ୍ଦିଷ୍ଟ କାଳପାଇଁ ଆରମ୍ଭ ହୋଇଛି । ଗତ ଫେବୃୟାରୀ ମାସ ୩ ତାରିଖରେ ଧାରଣା ଦିଆଯାଇଥିବା ବେଳେ ୪ ତାରିଖରେ ଉପଜିଲ୍ଲାପାଳ ପହଞ୍ଚି ଏପ୍ରିଲ ମାସ ୩୦ ତାରିଖ ସୁଦ୍ଧା ରାସ୍ତା ନିର୍ମାଣ ସଂପୂର୍ଣ୍ଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ୪ ମାସ ବିତିଯାଇଥିଲେ ମଧ୍ୟ ପ୍ରତିଶୃତି ପାଣିର ଗାର ପାଲଟିଥିବାରୁ ଗ୍ରାମବାସୀ ଆଜି ଠାରୁ ଧାରଣାରେ ବସି ରହିଛନ୍ତି । ତେବେ ଗତ ଥର ଅପେକ୍ଷା ଆଜି ଧାରଣାସ୍ଥଳରେ ବହୁତ କମ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା । କେହି କେହି ରାଜନୈତିକ ଚକ୍ରାନ୍ତ ବୋଲି କହୁଥିବା ବେଳେ ନିଜ ନିଜ ମଧ୍ୟରେ ସମନ୍ବୟର ଅଭାବ ଯୋଗୁଁ ଏଭଳି ଘଟିଥିବା ଜଣାପଡିଛି । ତେବେ ରାସ୍ତା ସମସ୍ୟା ସମସ୍ତଙ୍କ ପାଇଁ ଥିବାରୁ ଏଥିରେ କୈାଣସି ଚକ୍ରାନ୍ତ ନକରି ସହଯୋଗ କରିବାକୁ ବିକାଶ ମଞ୍ଚର ସଭାପତି ପ୍ରକାଶ କରିଛନ୍ତି ।

ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *