ଗଞ୍ଜାମ କ୍ରିକେଟ ଲିଗ(GCL )୨0୨୪ ଲୋଗୋ ଉନ୍ମୋଚିତ

ବ୍ରହ୍ମପୁର :-୧୮/୧୧ ଗଞ୍ଜାମ କ୍ରିକେଟ ଲିଗ୍ ଲୋଗୋ ରବିବାର ଜ୍ୟୋତି ରେସିଡେଣ୍ଟର ସମ୍ମିଳନୀ କକ୍ଷରେ ଉନ୍ମୋଚିତ ହୋଇଯାଇଛି l ଏଥିରେ ୮ ଟି ଦଳ ଅଂଶ ଗ୍ରହଣ କରିବେ l ଆସ୍କା ଉଷ୍ଟେର୍ସ, ସୋରଡ଼ା ସlମଶେର୍ସ, ଋଷିକୁଲ୍ୟା ରେଞ୍ଜର୍ସ, ଗଞ୍ଜାମ ଟାଇଗର, ପାଟପୁର ରୟାଲସ,ଖଲ୍ଲିକୋଟ ବିଜ଼ାର୍ଡସ,ବ୍ରହ୍ମପୁର ବୁଲ୍ଲସ, ଛତ୍ରପୁର ୱାରିଅର୍ଶ, ଏହି ଲିଗରେ ଜିଲ୍ଲାର ୧୬ ବର୍ଷର କମ୍ କ୍ରିକେଟ ଖେଳାଳି ଏଥିରେ ଅଂଶଗ୍ରହଣ କରି ପାରିବେ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି l ଏହି ଗଞ୍ଜାମ କ୍ରିକେଟ ଲିଗରେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଅଧ୍ୟକ୍ଷ, ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର, ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଉପାଧ୍ଯକ୍ଷ, ଚିତ୍ତରଞ୍ଜନ ଘୋଷ ସମ୍ପାଦକ, ହେମନ୍ତ କୁମାର ମହାରଣା, ବିବେକାନନ୍ଦ ପଟ୍ଟନାୟକ ଯୁଗ୍ମ ସମ୍ପାଦକ, ପ୍ରଦୀପ କୁମାର ପଟ୍ଟନାୟକ କୋଷାଧ୍ୟକ୍ଷ, ଅଂଶୁମାନ ସେଠି, ତାପସ ଆଚାର୍ଯ୍ୟ ଆଇନ ପରାମର୍ଶ ଦାତା, ଅଶୋକ ସାହୁ, ସୁଭ୍ରଜିତ କୁମାର ଆୟୋଜକ କମିଟି, ଟି. ଶିବାନନ୍ଦ ବର୍ମା, ରଜନୀକାନ୍ତ ରେଡ୍ଡୀ, ରାଜେଶ କୁମାର ପାତ୍ର ଏକଜିକ୍ୟୁଟିଭି ମେମ୍ବର ରହିଛନ୍ତି l ଅନ୍ୟପଟେ, ବେଷ୍ଟ ବଙ୍ଗାଳ,ଆନ୍ଧ୍ର,ଛତିଶଗଡ଼ ଓ ବାହାର ରାଜ୍ୟର ରଣଜୀ କ୍ରିକେଟ ଖେଳାଳି ଏଥିରେ ଅଂଶ ଗ୍ରହଣ କରିବାର ବ୍ୟବସ୍ଥା ରହିଛି l ଆଗାମୀ ୨୨ ତାରିଖରେ ଏହାର ନିଲାମୀ ଓ ଡିସେମ୍ବର ୬ ତାରିଖରେ ଖଲ୍ଲିକୋଟରେ ଉଦଘାଟନୀ ମ୍ୟାଚ ହେବ l ଖଲ୍ଲିକୋଟ ଆରସିଏମ କଲେଜ ଖେଳପଡିଆ, ଛତ୍ରପୁର, ପାଟପୁର କଲେଜ ଖେଳପଡିଆ, ବ୍ରହ୍ମପୁର ଷ୍ଟାଡିୟମ ଖେଳ ପଡିଆ ଆଦି ୪ଟି ଭେନ୍ୟୁରେ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଖବରଦାତା ସମ୍ମିଳନୀରେ କୁହାଯାଇଛି l ଗୋଟିଏ ଗୋଟିଏ ଦଳରେ ଫରେନ ଖେଳାଳି ତଥା ବାହାର ରାଜ୍ୟର ୪ ଜଣ ଖେଳାଳି ଖେଳିବା ନେଇ ଧାର୍ଯ୍ୟ ହୋଇଛି l ଆଇପିଲ ଢାଞ୍ଚାରେ,ଗଞ୍ଜାମ କ୍ରିକେଟ ଲିଗ ହେବା ନେଇ ସମ୍ପାଦକ କହିଛନ୍ତି l ଦୁଇଟି ସେମିଫାଇନାଲ ଓ ଫାଇନାଲ ବ୍ରହ୍ମପୁର ମହାତ୍ମା ଗାନ୍ଧୀ ଖେଳ ପଡିଆରେ ଖେଳ ହେବା ନେଇ ଧାର୍ଯ୍ୟ ହୋଇଛି l ଏହି ଗଞ୍ଜାମ କ୍ରିକେଟ ଲିଗ ହେବାକୁ ନେଇ ଖେଳାଳି ଓ ଖେଳାଳି ପ୍ରେମୀ ମାନଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି l

Leave a Reply

Your email address will not be published. Required fields are marked *