ଏଚ.ଆଇ.ଭି/ଏଡସ କୁ ରୋକିବାରେ ଗଞ୍ଜାମ ଜିଲ୍ଲା ସଫଳ

ଏଚ.ଆଇ.ଭି/ଏଡସ କୁ ରୋକିବାରେ ଗଞ୍ଜାମ ଜିଲ୍ଲା ସଫଳ” ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଗଞ୍ଜାମ ଜିଲ୍ଲା ରାଜ୍ୟ ସରକାରଙ୍କ ଦ୍ଵାରା ପୁରସ୍କୃତ ଛତ୍ରପୁର :-୦୧/୧୨ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଗଂଜାମ ତରଫରୁ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ବିଶ୍ୱ ଏଡ୍’ସ ଦିବସ ପାଳିତ ହୋଇଯାଇଛି | ସଚେତନତା ଶୋଭାଯାତ୍ରାକୁ ପତାକା ଦେଖାଇ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଟି.ବି) ତଥା ନୋଡାଲ ଅଫିସର ଏ.ଡ଼.ସ, ଡାକ୍ତର ଅବନୀ କୁମାର ପାତ୍ର ଉଦଘାଟନ କରିଥିଲେ | ଏ ବର୍ଷର ଶୀର୍ଷକ – “ଅଧିକାରର ସଠିକ ମାର୍ଗ ଅନୁସରଣ କରିବା” ବିଷୟରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଟି.ବି) ଡାକ୍ତର ପାତ୍ର ଆଲୋକପାତ କରିଥିଲେ ଓ ଏଚ.ଆଇ.ଭି/ଏଡସର ନିରାକରଣ ପାଇଁ ସମସ୍ତଙ୍କର ସହଯୋଗ ଲୋଡ଼ିଥିଲେ | ଏଚ.ଆଇ.ଭି/ଏଡସର ନିରାକରଣ ଉଦ୍ଧେଶ୍ୟରେ ସଚେତନତା ସୃଷ୍ଟିପାଇଁ ହିଁ ୧ ଡିସେମ୍ବର କୁ ବିଶ୍ୱ ଏଡସ ଦିବସ ରୂପେ ସାରା ବିଶ୍ୱରେ ୧୯୮୮ ମସିହାରୁ ପାଳନ କରାଯାଉଅଛି | ଜିଲ୍ଲା ଏଡସ ନିୟନ୍ତ୍ରଣ ସଂସ୍ଥା ପକ୍ଷରୁ ଗଞ୍ଜାମ ଜିଲ୍ଲାରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆ ଯାଉଅଛି |

ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଜିଲ୍ଲା ରେ ଥିବା ସମସ୍ତ କାରାଗାର, ସମ୍ବେଦନଶିଳ ଗୋଷ୍ଠୀ ମାନଙ୍କର ଏଚ. ଆଇ. ଭି ପରୀକ୍ଷା କରାଯାଉଛି | ଏଚ. ଆଇ. ଭି ସଂକ୍ରମିତ ମା ଠାରୁ ଜନ୍ମିତ ଶିଶୁକୁ ଏଚ.ଆଇ.ଭି ଅସୁରକ୍ଷିତ ଶିଶୁ ରୂପେ ଗଣାଯାଏ | ଶିଶୁଟି ଏଚ. ଆଇ. ଭି ଆକ୍ରାନ୍ତ କି ନୁହେଁ ଜାଣିବା ନିମନ୍ତେ ଶିଶୁ ପାଇଁ ଧାର୍ଯ୍ୟ ହୋଇଥିବା ପରବର୍ତୀ ପରୀକ୍ଷା ଗୁଡିକ ଆବଶ୍ୟକ ଇ.ଏମ.ଟି.ସି.ଟି କାର୍ଯ୍ୟକ୍ରମ ମାଧ୍ୟମରେ ଏଚ.ଆଇ.ଭି ସଂକ୍ରମିତ ମା ଠାରୁ ଶିଶୁକୁ ସଂକ୍ରମଣରୁ କିପରି ରୋକାଯାଇପାରିବ ତାହା ପାଇଁ ବ୍ୟବସ୍ଥା କରାଯାଉଛି | ଶ୍ରୀ ହେମନ୍ତ କୁମାର ଦାଶ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଏଡ଼ସ ସେଲ ଏଚ.ଆଇ.ଭି / ଏଡ଼ସରେ ଚାଲିଥିବା କାର୍ଯ୍ୟକ୍ରମ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ, ଏଚ.ଆଇ.ଭି ଗ୍ରସ୍ତ ବ୍ୟକ୍ତିଙ୍କ ସଂଖ୍ୟା ବହୁ ମାତ୍ର ରେ ହ୍ରାସ ପାଇଛି ବୋଲି କହିଥିଲେ | ଯୁବଗୋଷ୍ଠୀ ମାନଙ୍କ ମଧ୍ୟରେ ଏଚ. ଆଇ. ଭି ଏଡସର ସଚେତନତା ବୃଦ୍ଧି କରିବା ପାଇଁ ପ୍ରତ୍ୟେକ ମହାବିଦ୍ୟାଳୟ ରେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି କହିଥିଲେ | ଏଚ.ଆଇ.ଭି ବ୍ୟକ୍ତି ସହିତ ସାଧାରଣ ସ୍ପର୍ଶ, କରମର୍ଦନ ଦ୍ୱାରା, ଆଲିଙ୍ଗନ କରିବା ଦ୍ୱାରା, ଏକତ୍ର ଖାଇବା ସମୟରେ, ନିଶ୍ୱାସ ପ୍ରଶ୍ୱାସରେ, ମଶା କାମୁଡିବା ଦ୍ୱାରା ଏଚ.ଆଇ.ଭି ବ୍ୟାପିନଥାଏ, ଏଣୁ ଏଚ.ଆଇ.ଭି ଗ୍ରସ୍ଥ ବ୍ୟକ୍ତି ମାନଙ୍କୁ ଘୃଣା ନକରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ | ଯୁବଗୋଷ୍ଠୀ ସଚେତନ ହେଲେ ସମାଜରୁ ଖୁବ ଶୀଘ୍ର ଏଚ.ଆଇ.ଭି ର ସଂକ୍ରମଣ ଶୂନ ହୋଇଯିବ | ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଗତ ୧୨.୦୮.୨୦୨୪ ରିଖ ଠାରୁ ୧୧.୧୦.୨୦୨୪ ରିଖ ପର୍ଯ୍ୟନ୍ତ ଗ୍ରାମାଞ୍ଚଳରୁ ଆରମ୍ଭ କରି ସହରାଞ୍ଚଳରେ ରହୁଥିବା ବସ୍ତି ବାସିନ୍ଦାଙ୍କୁ ଏଚ.ଆଇ.ଭି/ଏଡସ ଓ ଯୌନ ସଂକ୍ରମଣ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଆହ୍ୱାନ ଦିଆଯାଇଥିଲା | ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା, ରାଜ୍ୟରେ ସଚେତନତା ସୃଷ୍ଟି କରିବା ଦିଗରେ ଏକ ମାଇଲଖୁଣ୍ଟ ପ୍ରତିଷ୍ଠା କରିପାରିଥିଲା | ଏହି ସଫଳତା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ୧ ଡିସେମ୍ବର ୨୦୨୪ ରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିଜୟ କୁମାର ପଣ୍ଡାଙ୍କୁ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ପୁରସ୍କୃତ କରିଛନ୍ତି |ଦିଲୀପ କୁମାର ପଣ୍ଡା, ଆସିଷ୍ଟାଣ୍ଟ ମ୍ୟାନେଜର ଆଇନ ସହାୟକ, (ଏନ.ଏଚ.ଏମ, ଗଂଜାମ) କହିଥିଲେ ଯେ, ସମାଜରେ ଏଚ.ଆଇ.ଭି / ଏଡ଼ସ ଓ ଯୌନ ସଂକ୍ରମିତ ରୋଗ ପାଇଁ ଖୋଲା ଖୋଲି ଆଲୋଚନା କରାଯିବ ଦରକାର | ଏହା ପାଇଁ ବକୃତାର ଆବଶ୍ୟକତା ଅଛି | ଗଞ୍ଜାମ ଜିଲ୍ଲାରେ ପ୍ରତ୍ୟେକ ନାଗରିକର କର୍ତବ୍ୟ ହେବା ଦରକାର ଯେ କେଉଁଭଳି ଭାବରେ ଏଚ.ଆଇ.ଭି ନିରାକରଣ ପାଇଁ ଭାଗିଦାର ହେବା | ଡକ୍ଟର ସନ୍ତୋଷ କୁମାର ରାଜୁ ଏଚ.ଆଇ.ଭି /ଏଡ଼ସ ଗ୍ରସ୍ତ ବ୍ୟକ୍ତିଙ୍କ ପ୍ରତି ଭେଦ ଭାବ ନ ରଖିବା ପାଇଁ ଅହ୍ୱାନ ଦେଇଥିଲେ | ସେମାନେ ସ୍ନେହ ଓ ଶ୍ରଦ୍ଧା କରି ସମାଜରେ ସୁସ୍ଥ ଭାବରେ ବଞ୍ଚିବାର ଅଧିକାର ଦେବା ଦରକାର | ସନ୍ତୋଷ କୁମାର ପ୍ରଧାନ, ନିଜ ଭାଷଣରେ ନିଜ ଜୀବନ ଶୈଳୀ ଉପରେ ବିସ୍ତୃତ ଆଲୋଚନା କରିଥିଲେ | ନିଜେ କିପରି ସଂଘର୍ଷନିୟ ଜୀବନଯାପନ କରିଛନ୍ତି ଓ ଏବେ ସୁସ୍ଥ ଅଛନ୍ତି ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ | ଆଜି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଉଲେଖନିୟ କାର୍ଯ୍ୟ ପାଇଁ ଜିଲ୍ଲା ଏଡ଼ସ ସେଲ ର ଅଧିକାରୀ ଶ୍ରୀ ହେମନ୍ତ କୁମାର ଦାଶ, ସନ୍ତୋଷ କୁମାର ରାଜୁ ଓ ଗଞ୍ଜାମ ଏଚ.ଆଇ.ଭି ନେଟୱର୍କ ର ନୀଳାମ୍ବର ପାତ୍ର ଓ ସନ୍ତୋଷ କୁମାର ପ୍ରଧାନଙ୍କୁ ପୁରସ୍କୃତ କରାଯାଇଛି | ଆଜିର ଏହି କାର୍ଯ୍ୟକ୍ରମରେ ଏନ.ଏଚ.ଏମ ଟ୍ରେନିଂ ସେଣ୍ଟର ର ଅଧ୍ୟାପିକା, ଛାତ୍ରୀ, ବୁଦ୍ଧିଜୀବୀ ମାନେ ଅଂଶ ଗ୍ରହଣ କରିଥିଲେ | ଶେଷରେ ଶ୍ରୀ ମୁକେଶ ଚନ୍ଦ୍ର ମାଳି, ଗଂଜାମ ଜିଲ୍ଲା ଏପିଡେମିଓଲୋଜିଷ୍ଟ ଧନ୍ୟବାଦ ଅର୍ପଣ କରିଥିଲେ |

Leave a Reply

Your email address will not be published. Required fields are marked *