ଗଞ୍ଜାମ ଜିଲ୍ଲା ର ଶକ୍ତିପୀଠ ମା ତାରାତାରିଣୀ ଙ୍କ ଆଜି ଚୈତ୍ର ମାସର ପ୍ରଥମ ପାଳି

ପୁରୁଷୋତ୍ତମପୁର ୧୦/୩

ଗଞ୍ଜାମ ଜିଲ୍ଲା ର ଶକ୍ତିପୀଠ ମା ତାରାତାରିଣୀ ଙ୍କ ଆଜି ଚୈତ୍ର ମାସର ପ୍ରଥମ ପାଳି l ଆଜି ସଖାଳୁ ସଖାଳୁ ମାଆଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା ଓ ମା ଙ୍କୁ ଦର୍ଶନ କରିବା ପାଈଂ ଲକ୍ଷ୍ୟ ଲକ୍ଷ୍ୟ ଭକ୍ତ ଧାଡି ପ୍ରକ୍ରିୟାରେ ଆସି ମାଙ୍କୁ ଦର୍ଶନ କରିଥିଲେ l ଏହି ଜନସାମାଗମ କୁ ନଜରରେ ରଖି ପୂର୍ବ କାର୍ଯ୍ୟ ଶୁଚି ଅନୁସାରେ ମନ୍ଦିର ପ୍ରଶାସନ ପକ୍ଷରୁ ଉଚିତ ପଦକ୍ଷେପ ମାନ ନିଆଯାଇଥିଲା l ମାଆଙ୍କ ଏହି ଯାତ୍ରାକୁ ସଫଳ କରିବାପାଇଁ ଗଞ୍ଜାମ ଜିଲ୍ଲା ପାଳ ଭି. କିର୍ତ୍ତିଭାଷନ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଯାତ୍ରାକୁ ପରିଚାଳନା କରାଯାଇଥିଲା l ମା ଙ୍କ ଏହି ପର୍ବରେ ଜିଲ୍ଲାପାଳ ଙ୍କ ବ୍ୟତୀତ ଉପଜିଲ୍ଲାପାଳ

ସିଭାଶିଷ ବରାଳ, ପୁରୁଷୋତ୍ତମପୁର ତହସିଲଦାର ତଥା ମନ୍ଦିର ପରିଚାଳନା କମିଟିର କାର୍ୟନିର୍ବାହୀ ଅଧିକାରୀ ବିନୋଦ କୁମାର ବେହେରା, ଏସ ଡି ପି.ଓ.ସୁଜିତ କୁମାର ନାୟକ,ଆଈ ଆଈ ସି କୁଳମଣି ସେଠୀ ଓ ଅନ୍ୟାନ୍ୟ ଉଚ୍ଚ ଅଧିକାରୀମାନେ ମା ଙ୍କ କାର୍ଯ୍ୟକୁ ସୁଚାରୁ ରୂପେ ପାଳନ କରିଥିଲେ l ମନ୍ଦିର କୁ ଉତ୍ତମ ରୂପେ ସଜାଇ ଜାଗା ଜାଗା ରେ ବେରିକେଡ଼ କରି ଓ ବଡ ବଡ଼ ତୋରଣ ରେ ମା ଙ୍କ ମନ୍ଦିରକୁ ସଜା ଯାଇଥିଲା l ଠିକ ସେହିପରି ପାଣି ବ୍ୟବସ୍ତl କୁ ମଧ୍ୟ ଜାଗା ଜାଗା ରେ ଟେପ ଲଗାଇ ପାଣି ସମସ୍ୟା ଦୂର କରିଥିଲେ l ପୋଲିସ ପ୍ରଶାସନ ତରଫରୁ ପ୍ରତ୍ୟେକ ଜାଗାରେ ଜଗି ରହିଥିଲେ ଯେପରି ମାଙ୍କୁ ଦର୍ଶନ କରିବାରେ କୌଣସି ସମସ୍ୟା ଯେମିତି ନ ଦେଖାଦେବ ସେଥିପ୍ରତି ସଜାଗ ରହିଥିଲେ l ଲକ୍ଷ୍ୟ ଲକ୍ଷ୍ୟ ଭକ୍ତ ଯେପରି ବିନା ଦ୍ବିଧାରେ ମନ୍ଦିର ପାଖରେ ପହଞ୍ଚି ପାରିବେ ସେଥିପାଇଁ ପ୍ରଶାସନ ତରଫରୁ ଅଧିକ ବସ ର ବ୍ୟବହାର କରାଯଇଥିଲା l ସେହିପରି ମାନସିକଧାରୀ ମାନଙ୍କୁ ମୁଣ୍ଡନ କରିବାରେ ଯେପରି ଅସୁବିଧା ନ ହେବ ତାହାକୁ ନଜର ରେ ରଖି ଅଗ୍ରିମ ଟିକେଟ କାଟି ସେମାନଙ୍କୁ ଧାଡି ରେ ଜିବାପାଇଁ ବ୍ୟବସ୍ଥା କରାଯାଇଥଲା l ମା ଙ୍କୁ ଦର୍ଶନ କଲାବେଳେ ଭକ୍ତଙ୍କୁ ରୌଦ୍ର ତାପରୁ ରକ୍ଷା କରିବାପାଇଁ ଲମ୍ବା ଲମ୍ବା ଛାମୁଟିଆ ମାନ କରାଯାଇଥିଲା l ସେବକ ମାନେ ବି ସେମାନଙ୍କ କାର୍ଯ୍ୟ ସୁପରିଚାଳନା କରିବାରେ କୌଣସି ତ୍ରୁଟି କରି ନଥିଲେ l ଭକ୍ତମାନେ ଖୋଲା ଦର୍ଶନ କରି ମା ଙ୍କୁ ସେମାନଙ୍କ ଦୁଃଖ ଜଣାଇଥିଲେ l ଭକ୍ତ ମାନେ କିପରି ଶୃଙ୍ଖଳା ର ସହିତ ଦର୍ଶନ କରିବେ ସେଥିପ୍ରତି ପ୍ରଶାସନ ତୀକ୍ଷ୍ଣ ନଜର ରଖିଥିଲା l ଯାତ୍ରୀମାନେ ଖାଇବାପାଇଁ ଆନନ୍ଦ ବଜ଼ାର ଖୋଲା ଯାଇଥିଲା ଯାହାକି ବୀନା ଶୁଳ୍କରେ ଯାତ୍ରୀମାନେ ପ୍ରସାଦ ସେବନ କରିଥିଲେ l ଶ୍ରଦ୍ଧାଳୁ ମାନଙ୍କୁ ମନୋରଞ୍ଜନ ଦେବାରେ ପ୍ରଶାସନ ସମସ୍ତ ସୁବିଧା ଯୋଗାଇ ଦେଇଥିଲା l ଭକ୍ତ ଙ୍କ କହିବାନୁସାରେ ଏଥର ମା ଙ୍କୁ ଖୋଲା ଦର୍ଶନ କରି ପାରିଥିବାରୁ ମନ୍ଦିର ପ୍ରଶାସନ କୁ ଧନ୍ୟବାଦ ଜଣାଇଥିଲେ l
ମନ୍ଦିର ପ୍ରଶାସନ ତରଫରୁ ସମସ୍ତ ଅଧିକାରୀମାନେ ଉପସ୍ଥିତ ରହି ମାଙ୍କ କାର୍ଯ୍ୟକ୍ରମ କୁ ଅତି ଶୃଙ୍ଖଳା ର ଶହ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *