କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ଚୋରା ଚାଲାଣ ର କରିଡ଼ର ସାଜିଛି ପାଣିସାଳ ଠାରୁ ଚାରିଛକ ଜାରୀୟ ରାଜପଥ
କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ଚୋରା ଚାଲାଣ ର କରିଡ଼ର ସାଜିଛି ପାଣିସାଳ ଠାରୁ ଚାରିଛକ ଜାରୀୟ ରାଜପଥ।* ଗାଁ ଖବର ପୋଲିସ୍ ସବୁଜାଣି ଚୁପ୍ ।* ଧରିବାରେ ଫେଲ୍ ମାରୁଛି ଅବକାରୀ ବିଭାଗ ।* ଗାଁରେ ସକ୍ରିୟ ହୋଇଛନ୍ତି ବାହାର ରାଜ୍ୟ ଗଞ୍ଜେଇ ମାଫିଆ ବେପାରି।ଫୁଲବାଣୀ:ନିପ୍ର:-୦୭/୦୧ କନ୍ଧମାଳ ଜିଲ୍ଲାର ଗ୍ରାମାଞ୍ଚଳ ଗୁଡ଼ିକରେ ଏବେ ହିନ୍ଦୀ ଭାଷାରେ କଥାବାର୍ତ୍ତା କରୁଥିବା ବାହାର ରାଜ୍ୟର ପୁରୁଷ ମାନଙ୍କ ଆଡାସ୍ଥଳୀ ବୃଦ୍ଧି ପାଇବାରେ ଲାଗିଛି।ବର୍ତ୍ତମାନ ଗଞ୍ଜେଇ ଚାଷ ଅମଳର ସମୟ ହୋଇ ଯାଇଥିବା ନେଇ ଏହି ବାହାର ରାଜ୍ୟର ବେପାରୀ ମାନେ ଗଞ୍ଜେଇ ଚାଲାଣ କରିବା ନେଇ ସକ୍ରିୟ ହୋଇ ଉଠିବା ତଦନ୍ତ ରିପୋର୍ଟ ରୁ ଜଣାପଡ଼ିଥିବା ବେଳେ ଏମାନଙ୍କ ପ୍ରତି ଜିଲ୍ଲା ପୋଲିସ୍ ପ୍ରଶାସନର ସେଭଳି କଡ଼ା ନଜର ନଥିବା ଅନୁମାନ କରାଯାଉଛି। ଏମାନେ ଗଞ୍ଜେଇ ଚାଲାଣ କରିଡ଼ର ରାସ୍ତା ଗୁଡ଼ିକ ଦେଖି ସେହି ରାସ୍ତାରେ ପ୍ରତିଦିନ କୁଇଣ୍ଟାଲ କୁଇଣ୍ଟାର ଗଞ୍ଜେଇ ଚାଲାଣ କରୁଥିଲେ ମଧ୍ୟ ପୋଲିସ୍ ର ନୀରବଦ୍ରଷ୍ଟା ନେଇ ଅବକାରୀ ବିଭାଗ ଚାଲାଲ ଙ୍କୁ ଧରିବାରେ ଟେର ନ ପାଇ ଫେଲ ମାରୁଛି ବୋଲି ଜଣେ ଅବସପ୍ରାପ୍ତ ଅବକାରୀ ବିଭାଗ ଅଧିକାରୀ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।ଅନ୍ୟପକ୍ଷରେ ଗ୍ରାମାଞ୍ଚଳ ଗୁଡ଼ିକରେ ସ୍ଥାନୀୟ କେତେକ ଗଞ୍ଜେଇ ଚାଲାଣ ବ୍ୟକ୍ତି ବିଶେଷ ଙ୍କ ପ୍ରଶୟ ଯୋଗୁଁ ଏହି ବାହାର ରାଜ୍ୟ ବ୍ୟକ୍ତି ବିଶେଷ ଙ୍କ ସାହସ ବଢୁଥିବା ଚର୍ଚ୍ଚା ହେଉଛି। ଜିଲ୍ଲାର ବିଭିନ୍ନ ବ୍ଲକର ଅପହଞ୍ଚ ପଞ୍ଚାୟତ ଗୁଡ଼ିକରେ ସ୍ଥାନୀୟ କିଛି ଯୁବକ ମାନଙ୍କୁ ମଦ ମାଂସ ଖୁଆଇ ଓ ଅର୍ଥ ଲୋଭ ଦେଖାଇ ସେମାନଙ୍କ ଠାରେ ବନ୍ଧୁତା ସମ୍ପର୍କ ବନେଇ ଗଞ୍ଜେଇ ଆଦାୟ ସଂଗ୍ରହ କଳାପରେ ତାଙ୍କର ଗୋଷ୍ଟିଙ୍କୁ ଖବର କରି ଚାଲାଣ କରୁଛନ୍ତି। ଗ୍ରାମାଞ୍ଚଳ ଲୋକ ମାନଙ୍କ ସରଳତାର ସୁଯୋଗ ନେଇ ଅନେକ ସମୟରେ ଏମାନଙ୍କ ଦ୍ଵାରା ବିଭିନ୍ନ ଅସାମାଜିକ କାର୍ଯ୍ୟ ମାନ ଘଟୁଥିଲେ ମଧ୍ୟ ତାହା ଲୋକେ ଭୟରେ ବାହାରକୁ ଜଣାଉ ନାହାଁନ୍ତି। କାରଣ ଯିଏ ଏମାନଙ୍କୁ କୌଣସି ବିଷୟରେ ପ୍ରତିବାଦ କରୁଛି ସେମାନଙ୍କୁ ଏମାନେ ଟାର୍ଗେଟ ମଧ୍ୟ କରୁଥିବା ଶୁଣିବାକୁ ମିଳୁଛି। ପ୍ରକାଶ ଥାଉ କି କିଛି ବର୍ଷ ପୂର୍ବେ ପୋଲିସ୍ ବିଭାଗ ପକ୍ଷରୁ ଦିନରେ ବିଭିନ୍ନ ଗାଁ ଗୁଡ଼ିକୁ ଗସ୍ତ କରୁଥିଲେ ଓ ଗାଁ ପରିକ୍ରମା କରି ଫେରୁଥିଲେ ଯାହା ଫଳରେ ପୋଲିସ୍ ଗାଁକୁ ଆସୁଛି ବୋଲି ଲୋକଙ୍କ ଭୟ ରହୁଥିଲା।ଏବେ ଆଉ ପୋଲିସ୍ କର୍ମଚାରୀଙ୍କ ଗାଁ ଗୁଡ଼ିକୁ ବୁଲିଯିବା ଦେଖିବକୁ ମିଳୁନାହିଁ ତେଣୁକରି ଗାଁ ଗୁଡିକରେ ଦିନକୁଦିନ ବିଭିନ୍ନ ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଉଥିବା ସହିତ ଲୋକେ ପୋଲିସକୁ ଖାତିରି କରୁ ନାହାଁନ୍ତି। ଏଥିପ୍ରତି ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରି ପୋଲିସକୁ ଦିନବେଳା ଅନ୍ତତ ସପ୍ତାହକୁ ଥରେ ଗାଁ ପରିକ୍ରମା କରିବାକୁ ଯଦି ନିର୍ଦ୍ଧେଶ ଦିଅନ୍ତେ ତାହେଲେ ଯାହାସବୁ ଅସାମାଜିକ କାର୍ଯ୍ୟ କିମ୍ବା ଅନୈତିକ କାର୍ଯ୍ୟ ହେଉଛି ବନ୍ଦ ହୋଇଯିବା ସହିତ ବିଭିନ୍ନ କରିଡ଼ର ରାସ୍ତା ଗୁଡ଼ିକ ହୁଅନ୍ତା ନାହିଁ ପୋଲିସ୍ ଉପରେ ବାହାର ଲୋକଙ୍କ ଭୟ ରୁହନ୍ତା ବୋଲି ସ୍ଥାନୀୟ ଅଞ୍ଚଳର ଗବେଷକ ବୁଦ୍ଧିଜୀବୀ ମାନେ ପ୍ରକାଶ କରୁଛନ୍ତି।କନ୍ଧମାଳ ଜିଲ୍ଲାର ଫୁଲବାଣୀ ଓ ବୌଦ୍ଧ ଜିଲ୍ଲାକୁ ସଂଯୋଗ କରୁଥିବା ନଂ ୧୫୭ ଜାତୀୟ ରାଜପଥ ଖଜୁରୀପଡ଼ା ବ୍ଲକ ସଦର ଥାନା ଅଧୀନରେ ଥିବା ରାଣୀପଥର ଘାଟି ଏହା ପୂର୍ବରୁ ପଡ଼ୁଛି ପାଣିସାଳ।ଏହି ପାଣିସାଳ ଠାରୁ ବୌଦ୍ଧଜିଲ୍ଲା ଚାରିଛକ ଜାତୀୟ ରାଜପଥ ଗଞ୍ଜେଇ ଚୋରା ଚାଲାଣ କାରିଙ୍କ କରିଡ଼ର ସାଜିଛି। ବର୍ଷ ତମାମ ରାତି ଦିନ ଏହି ରାସ୍ତାରେ ଚାଲାଣ ହେଉଛି କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ। ଏମାନଙ୍କୁ ନା ବୌଦ୍ଧଜିଲା ପୋଲିସ୍ ଜଗୁଛି ନା କନ୍ଧମାଳ ପୋଲିସ୍ ଜଗୁଛି ସବୁ ଜାଣି ପୋଲିସ୍ ଚୁପ୍ ରହୁଛି।ବୋଧେ ମୋଟା ଅଙ୍କରେ ପିସି କାରବାର ହେଉଥିବା ବୁଦ୍ଧିଜୀବି ସନ୍ଧେହ ପ୍ରକାଶ କରୁଛନ୍ତି। ଅବକାରୀ ବିଭାଗ ବେଳେ ବେଳେ ରାଣୀପଥର ଘାଟିରେ ଜଗୁଥିଲେ ମଧ୍ୟ ଏହାର ଟେର ପାଉନାହିଁ।କନ୍ଧମାଳ-ବୌଦ୍ଧ ଉଭୟ ଜିଲ୍ଲାର ପୋଲିସ୍ ଓ ଅବକାରୀ ବିଭାଗ ଏସ.ପି ଏ ବାବଦରେ ଗୁରୁତ୍ଵ ଦେଇ କିଛି ନୂତନ ଯୋଜନା କଲେ ନିଶ୍ଚିତ ସଫଳ ହୋଇ ପାରନ୍ତା ଓ ବାହର ରାଜ୍ୟର ଏହି ଚାଲାଣ କରୀ ବେପାରୀ ମାନଙ୍କ ପ୍ରାଦୁର୍ଭାବ କମି ଯାଆନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି।
