ଜଗତସିଂହପୁର ଜିଲ୍ଲାରେ ଗଡ଼ିଲା ଲକ୍ଷ୍ମୀ ବସ

ଆଜି ଠାରୁ ଜଗତସିଂହପୁର ଜିଲାରେ ଗଡିଲା ଲକ୍ଷ୍ମୀ ବସ । ଏହି କାର୍ଯ୍ୟକ୍ରମକୁ ଆଜି ଦିନ 11ଟା 30 ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଭର୍ଚୁଆଲ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି । ଜିଲାର 8 ଟି ବ୍ଲକରେ ମୋଟ 40 ଟି ବସ ବିଭିନ୍ନ ଗାଁ ଗଣ୍ଡାରୁ ବ୍ଲକ ହେଡ଼କ୍ବାଟରକୁ ଯାତ୍ରୀଙ୍କୁ ନବା ଆଣିବା କରିବ । ଆଜି ପ୍ରଥମ ପର୍ଯ୍ୟାୟରେ 7 ଟି ବସ ଗଡ଼ିବା ଆରମ୍ଭ କରିଛି । ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲାର ବିଭିନ୍ନ ଅଞ୍ଚଳରୁ ଜନ ସାଧାରଣ ଓ ପ୍ରଶାସନିକ ଅଧିକାରୀ ମାନେ ଯୋଗଦେଇ ଏହି ଯୋଜନାକୁ ସ୍ୱାଗତ କରିଥିଲେ । ଜିଲାରେ ଲକ୍ଷ୍ମୀ ବସ ଗଡ଼ିବାକୁ ନେଇ ଜିଲାବାସୀ ଙ୍କ ମଧ୍ୟରେ ବେଶ ଉତ୍ସାହ ପ୍ରକାଶ ପାଇଥିବାର ଦେଖା ଯାଇଛି । ବିଶେଷ କରି ଏଥିରେ ମହିଳା, ଛାତ୍ର ଛାତ୍ରୀ ଓ କୃଷକ ମାନେ ଅଧିକ ଉପକୃତ ହେବେ । ମହିଳା ମାନେ ମାତ୍ର 5 ଟଙ୍କା ରେ ପଞ୍ଚାୟତରୁ ବ୍ଲକ ମୁଖ୍ୟାଳୟକୁ ସୁବିଧାରେ ଯାତାୟାତ କରିପାରିବେ । ଆଗାମୀ ଦିନରେ ଜଗନ୍ନାଥ ବସ ଯୋଜନାରେ ବିଭିନ୍ନ ଜିଲା ରୁ ଭୁବନେଶ୍ୱର ଦେଇ ପୁରୀକୁ ବସ ସେବା ଉପଲବ୍ଧ ହେବ ବୋଲି ପରିବହନ ସଚିବ କହିଛନ୍ତି । ଏହି କାର୍ଯ୍ୟକ୍ରମ ରେ ପରିବହନ ସଚିବ ଉଷା ପାଢ଼ୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, ସାଂସଦ ଡ଼ଃ ରାଜଶ୍ରୀ ମଲ୍ଲୀକ, ଜିଲ୍ଲାପାଳ ପାରୁଲ ପଟାୱାରୀ, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ରେ ପ୍ରାୟ 5 ହଜାର ରୁ ଉର୍ଦ୍ଧ୍ବ ମହିଳା ଓ ଜନସାଧାରଣ ମାନେ ଉପସ୍ଥିତ ରହି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଜଗତସିଂହପୁର ରୁ ରୀତା ସାହୁ

Leave a Reply

Your email address will not be published. Required fields are marked *