ଗ୍ୟାସ ୱେଲ୍ଡିଂ ସିଲିଣ୍ଡର ଫାଟି ୩ ଆହତ
ପୁରୀରେ ଫାଟିଲା ଗ୍ୟାସ ୱେଲ୍ଡିଂ ସିଲିଣ୍ଡର । ଗ୍ୟାସ ସିଲିଣ୍ଡର ଫାଟିବା ଯୋଗୁଁ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଅଛନ୍ତି । ପୁରୀ କୁମ୍ଭାରପଡା ଥାନା ଅନ୍ତର୍ଗତ ଖାକିମଠ ନୂଆ ସାହି ଗଳି ମୁଣ୍ଡରେ ଘଟିଛି ଏହି ଘଟଣା। ଆହତଙ୍କୁ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ଗୁରୁତର ଆହତ ହେଉଛନ୍ତି ଗୌଡବାଡ ସାହିର ସୁଦାମ ମଣ୍ଡଳ।ଅନ୍ୟ ଆହତ ହେଉଛନ୍ତି ଜାନକୀ ବଲ୍ଲଭ ବିଶୋଇ ଓ ସାକ୍ଷୀଗୋପାଳ ଟିକିବିଲ ସାହିର ସୁଧୀର କୁମାର ସାହୁ। ଖବର ପାଇଁ କୁମ୍ଭାରପଡ଼ା ଥାନା ପୋଲିସ ହସ୍ପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l
