ଗୁରୁଦିବସ ଅବସରରେ ଗୟାଧର ସାହୁ ସ୍ମୁତି ସଂସଦ ତରଫରୁ ବିଶିଷ୍ଟ ଗୁରୁଜୀ ମାନଙ୍କୁ ସମ୍ବର୍ଥନା
ଆନନ୍ଦପୁର , ଉପଖଣ୍ଡ ଫକୀରପୁରର ହାଇସ୍କୁଲ ନିକଟରେ ଗୁରୁଦିବସ ଅବସରରେ ଗୟlଧର ସାହୁ ସ୍ମୁତି ସଂସଦ ତରଫରୁ ବିଶିଷ୍ଟ ଗୁରୁଜୀ ମାନଙ୍କୁ ସମ୍ବର୍ଥନା ଦିଆ ଯିଵା ସଙ୍ଗେ ସଙ୍ଗେ ଗୁରୁ ପୂଜନ କରାଯାଇଥିଲା l ସ୍ମୁତି ସଂସଦର ସଂଯୋଜକ ସରୋଜ କୁମାର ସାହୁ ଙ୍କ ସହ ସଭାପତି ପୂର୍ଣ୍ଣ ଚନ୍ଦ୍ର ମଲିକଙ୍କ ସଭାପତିତ୍ୟରେ ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ମାଟିର ପୁଅ ତଥା ଅଭିନେତା ଅଶ୍ରୁ୍ମୋଚନ ମହାନ୍ତି ଯୋଗଦେଇଥିବାବେଳେ ସଂମ୍ମାନୀୟ ଅତିଥି ଭାବେ ଅଭିନେତା ପୁନେନ୍ଧୁ ଦତ୍ତ ଯୋଗଦେଇ ଗୁରୁଦିବସ ଅବସରରେ ଅଭିଭାଷଣ ରଖିଥିଲେ l ଏହି ସଂସଦ ର ମୁଖ୍ୟ ବକ୍ତାଭାବେ ସ୍ତମ୍ଭକାର ତଥା ସାହିତିକ ଅବସର ପ୍ରାପ୍ତ ଶିକ୍ଷକ ମନୋରଞ୍ଜନ ମହାନ୍ତି ନିଜର ସୁ ମଧୁର ଅଭିଭାଷଣ ସମସ୍ତଙ୍କୁ ବlନ୍ଦି ରଖିଥିଲା l ତାଙ୍କର ଭାଷଣ ଏତେ ମନ୍ତ୍ରମୁଗ୍ଧ ଥିଲା, ସମସ୍ତ ଶ୍ରୋତାଙ୍କୁ ବାନ୍ଦି ରଖିଥିଲେ l ଆଜିର ଏହି ସଭାରେ ଗୁରୁଜୀ ଅକ୍ରୁର ଓଝା,ବସନ୍ତ କୁମାର କର, ବେଣୁଧର ମାଝୀ, ଶମ୍ବୁନାଥ ବଳ, ଅନନ୍ତ ପ୍ରସାଦ ଚିନରା,ନିରଞ୍ଜନ ଚିନରା,ଶିକ୍ଷାବିତ ଶରତ ଚନ୍ଦ୍ର ନାଥଙ୍କୁ ଗୁରୁ ପୂଜନ ସହ ସଂମ୍ମାନିତ କରାଯାଇଥିଲା l ଶେଷରେ ସଂସଦର କାଯ୍ୟକର୍ତ୍ତା ଅନିଲ କୁମାର ସାହୁ ଧନ୍ୟବାଦ ଅର୍ପଣ କରି ସାଧୁବାଦ ଜଣାଇଥିଲେ l
