ନିମାପଡା-ଗୋପ ସିଭିଲ ସୋସାଇଟି ପକ୍ଷରୁ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ।

ଚାରିଛକ :-୨୮/୧୧ ( ) ଚାରିଛକ ସ୍ଥିତ ବିଳାଶୁଣୀ କଲ୍ୟାଣ ମଣ୍ଡପ ରେ ନିମାପଡା-ଗୋପ ସିଭିଲ ସୋସାଇଟି ପକ୍ଷରୁ ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଆଇନିଜୀବି ସୁଧୀର ରଞ୍ଜନ ମହାନ୍ତି, ମୁଖ୍ୟ ବକ୍ତା ସତ୍ୟ ଖବର ର ସଁମ୍ପାଦକ ଅକ୍ଷୟ କୁମାର ନାୟକ ,କାର୍ଯ୍ୟକ୍ରମ ସଭାପତି ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଗୋପୀନାଥ କର ,ସମ୍ନାନିତ ଅତିଥି ଭାବେ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ମିତ୍ର , ପୂର୍ବତନ ଅଧ୍ୟକ୍ଷ ଯୋଗେନ୍ଦ୍ର ନାଥ ମିଶ୍ର ,ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଅଧ୍ୟକ୍ଷ ବଂଶୀଧର ଷଡ଼ଙ୍ଗୀ ଯୋଗଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।ଏହି ସଭାରେ ଡେପୁଟି କମିଶନର ଚନ୍ଦ୍ରକାନ୍ତ ଦଳାଇ ସଭାରେ ସଭାପତିତ୍ୱ କରିଥିବା ବେଳେ କବିରାଜ କୁଳମଣି ସାହୁ ମେମୋରିୟଲ ର ଅଧ୍ୟକ୍ଷ ତଥା ସିଭିଲ ସୋସାଇଟି ର ସଂଯୋଜକ ଡକ୍ଟର କେଦାରନାଥ ସାହୁ ସଭା ପରିଚାଳନା କରିଥିଲେ ।

ନିମାପଡା – ଗୋପ ,ଚାରିଛକ ଅଞ୍ଚଳର ବିଭିନ୍ନ ପ୍ରକାର ସମସ୍ୟା ସମାଧାନ ପ୍ରଶାସନ ପାଖରେ ପହଞ୍ଚାଇବା ପାଇଁ ସିଭିଲ ସୋସାଇଟି ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଅନୁଷ୍ଠାନର ସଦସ୍ୟ ମାନେ ବକ୍ତବ୍ୟ ରେ କହିଥିଲେ । ଏହି କାର୍ଯ୍ୟକ୍ରମ ରେ ବିଶିଷ୍ଟ ସମାଜସେବୀ, ସନାତନ ପାତ୍ର, କୃଷ୍ଣ ଚନ୍ଦ୍ର ରାଉତ, କାହ୍ନୁ ଚରଣ ବେହେରା, ପୂର୍ବତନ ବିଧାୟକ ବେଣୁଧର ସେଠୀ, ପୂର୍ବତନ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ଖଟୋଇ, ଡକ୍ଟର ପ୍ରଭାତ ଚନ୍ଦ୍ର ମିଶ୍ର, ବନବିହାରୀ ଦାସ, ପ୍ରଫୁଲ୍ଲ କୁମାର ସାହୁ, ବସନ୍ତ କୁମାର ମଲ୍ଲ, ସଂତୋଷ ଦାସ, ରାଜେଶ କୁମାର ଲେଙ୍କା, ରଞ୍ଜିତ କା, ବିନୋଦ ପ୍ରଧାନ, ସନ୍ତୋଷ କୁମାର ପ୍ରଧାନ , ପ୍ରଫୁଲ୍ଲ କୁମାର କର, ପ୍ରଫୁଲ୍ଲ କୁମାର ମହାନ୍ତି, ଯୋଗ ଦେଇ ସିଭିଲ ସୋସାଇଟୀ ର ଆଭିମୁଖ୍ୟ ସ୍ପଷ୍ଟ କରି ଚାରିଛକ ଅଂଚଳ ର ସମସ୍ତ ସମସ୍ୟା ଉପରେ ଆଲୋଚନା କରାଯାଇ ଥିଲା। କାର୍ଯ୍ୟକ୍ରମ ଶେଷରେ ଚାରିଛକ ସରସ୍ୱତୀ ଶିଶୁ ମନ୍ଦିର ଶିକ୍ଷାନୁଷ୍ଠାନ ସଂମ୍ପାଦକ ବିଜୟ କୁମାର ବେହେରା ସହିତ ଛାତ୍ରୀ ମାନଙ୍କୁ ଗୋଲାପ ଫୁଲ ସହିତ ଟ୍ରଫି ଦେଇ ପୁରସ୍କାର ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *